Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଧର୍ମ ପରିବର୍ତ୍ତନ ମାମଲାରେ କଠୋର ହେଲେ ଯୋଗୀ ସରକାର : ଦୋଷୀଙ୍କ ଉପରେ ଲାଗିବ NSA, ଜବତ ହେବ ସମ୍ପତ୍ତି

22/06/2021 at 11:45 AM

ଲକ୍ଷ୍ନୌ ୨୨/୬ : ଧର୍ମ ପରିବର୍ତ୍ତନ ମାମଲାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ କହିଛନ୍ତି ସେମାନଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ମଧ୍ୟ ଲଗାଯିବ । ଏହାସହ ଯିଏ ଦୋଷୀ ତାଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ଯେଉଁମାନେ ଧର୍ମ ପରିବର୍ତ୍ତନ କରାଉଛନ୍ତି ସେ ସମସ୍ତ ଲୋକଙ୍କ ସମ୍ପତ୍ତି ବି ଜବତ କରାଯିବ । ସୋମବାର, ୟୁପି ଏଟିଏସ୍ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରୁଥିବା ବଡ ଗ୍ୟାଙ୍ଗକୁ ଗିରଫ କରିଥିଲା । ଦିଲ୍ଲୀରୁ କାର୍ଯ୍ୟ କରୁଥିବା ଏହି ଗ୍ୟାଙ୍ଗ ବହୁ ସଂଖ୍ୟକ ଲୋକଙ୍କୁ ଟଙ୍କା, ବିବାହ ଏବଂ ଚାକିରିର ଲୋଭ ଦେଇ ଧର୍ମ ପରିବର୍ତ୍ତନ କରୁଥିଲେ । ଦୀର୍ଘ ଦିନ ପରେ ୟୁପି ଏଟିଏସ୍ ଦ୍ୱାରା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ଅଧିକାଂଶ ହିନ୍ଦୁ ମୁସଲମାନ ହୋଇଛନ୍ତି ।

   Related Posts