ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିବ ଏନଏସଏ !

Published By : Prameya-News7 Bureau | October 20, 2020 IST

ଭୁବନେଶ୍ବର ୨୦।୧୦: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ବିରୋଧରେ ଏନଏସଏ ଲାଗିପାରେ ।  ଏନଏସଏ ଲାଗୁ କରିବାକୁ କମିଶନରେଟ୍ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ଦାଦା ବଟି ଆଦାୟ ମାମଲାରେ ଗିରଫ ଗ୍ୟାଙ୍ଗଷ୍ଟାର ରାଜାକୁ ୧୧୦ରେ ବୁକ୍ କରିଛି କମିଶନରେଟ୍ ପୋଲିସ  । ଗ୍ୟାଙ୍ଗଷ୍ଟାର ରାଜା ନାଁରେ ଆହୁରି ଅନେକ ସଙ୍ଗୀନ ଅଭିଯୋଗ ରହିଛି ।

ଗତ ୧୭ ତାରିଖରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା ପୋଲିସ । ୨୦ହଜାର ଟଙ୍କା ଦାଦାବାଟି ମାଗିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଦାଦାବଟି ଓ ଅନେକ ଅପରାଧିକ ମାମଲାରେ ରାଜା ଆଚାର୍ଯ୍ୟକୁ ଗିରଫ କରିସାରିଛି ପୋଲିସ ।

୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲ୍‌ରେ ଥିଲେ ଗ୍ୟାଙ୍ଗଷ୍ଟାର ରାଜା । କିଛି ଦିନ ତଳେ ସେ ଜାମିନରେ ଆସିଥିଲେ । ତେବେ ଜାମିନରେ ଆସି ପୁଣି ଥରେ ନିଜର କଳାସାମ୍ରଜ୍ୟ ବଢାଇବାରେ ଲାଗିଥିଲା । ଯାହାକୁ ବ୍ରେକ୍‌ ଦେଇଛି କମିଶନରେଟ୍‌ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.