Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ନିଜାମୁଦ୍ଦିନର ମସଜିଦ ଖାଲି କରୁନଥିଲେ ମୁସଲିମ, ରାତି ୨ଟାରେ ପହଞ୍ଚି ମୋର୍ଚ୍ଚା ସମ୍ଭାଳିଥିଲେ NSA ଡୋଭାଲ

1/04/2020 at 7:17 PM

ନୂଆଦିଲ୍ଲୀ ୦୧।୦୪: ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ ସମାରୋହ ପରେ ସେଠାକାର ମସଜିଦକୁ ଖାଲି କରାଇବା କାମ ଆରମ୍ଭ  ହୋଇ ଯାଇଥିଲା। ସେଠାରୁ ବଡ ସଂଖ୍ୟାରେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କର କରୋନା ଭାଇରସ୍ ଯାଞ୍ଚ କରାଯାଇଥିଲା। ମାତ୍ର ଏସବୁ କାମ ଏତେ ସହଜ ନଥିଲା। କାରଣ ମସଜିଦର ମୌଲାନା ସାଦ ମସଜିଦକୁ ଖାଲି କରାଇବାକୁ ରାଜି ହୋଇନଥିଲେ। ଏମିତି ସ୍ଥିତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ବିଳମ୍ବିତ ରାତ୍ରି ୨ଟାରେ ମସଜିଦ ପହଞ୍ଚି ଯାଇଥିଲେ। ଏହା ପରେ ଯାଇ ପୋଲିସର ‘ଅପରେସନ ମରକଜ’ ଆରମ୍ଭ ହୋଇ ପାରିଥିଲା।

ଆଲୋଚନା କରିବାକୁ ପ୍ରସ୍ତୁତ ନଥିଲେ

ସୂଚନା ମୁତାବକ ନିଜାମୁଦ୍ଦିନ ମରକଜର ପ୍ରମୁଖ ମୌଲାନା ସାଦ ବଙ୍ଗଳା ବିଶିଷ୍ଟ ମସଜିଦ୍‌କୁ ଖାଲି କରାଇବାକୁ ଦିଲ୍ଲୀ ପୋଲିସ ଓ ସୁରକ୍ଷା ଏଜେନ୍ସିର କଥା ମାନିବାକୁ ପ୍ରସ୍ତୁତ ନଥିଲେ। ସେମାନେ ଖାଲି କରାଇବାକୁ କଦାପି ପ୍ରସ୍ତୁତ ନଥିଲେ। ଏମିତି ସ୍ଥିତିରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିବାକୁ କହିଥିଲେ।

ଗୃହ ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁଯାୟୀ, ଡୋଭାଲ ମାର୍ଚ୍ଚ ୨୮ ରାତି ପ୍ରାୟ ୨ଟାରେ ନିଜାମୁଦ୍ଦିନ ମରକଜ ପହଞ୍ଚିଥିଲେ। ଏହା ପରେ ସେ ମୌଲାନା ସାଦଙ୍କ ସହ ଆଲୋଚାନା କରିଥିଲେ। ସେଠାରେ ଥିବା ଲୋକଙ୍କ କୋଭିଡ୍ ୧୯ ସଂକ୍ରମଣର ଯାଞ୍ଚ କରାଇବାକୁ କହିଥିଲେ। ଶାହା ଓ ଡୋଭାଲ ଏହି ଅବସ୍ଥା ବିଷୟରେ ଅବଗତ ଥିଲେ। ସୁରକ୍ଷା ଏଜେନ୍ସି ତେଲେଙ୍ଗାନାର କରିମନଗରରେ ୯ ଇଣ୍ଡୋନେସିଆ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ଟ୍ରାକ କରାଯାଇଥିଲା। ଏମାନେ ସବୁ ମରକଜରୁ ଫେରିଥିଲେ। ଏହାର ପରବର୍ତ୍ତୀ ଦିନ ସୁରକ୍ଷା ଏଜେନ୍ସି ଏହି ସମ୍ବନ୍ଧରେ ସମସ୍ତ ରାଜ୍ୟର ପୋଲିସକୁ ଆଲର୍ଟ କରିଥିଲେ।

ହସ୍ତକ୍ଷେପ ପରେ ଆଗକୁ ବଢିଲା ଅପରେସନ ମରକଜ

ଏନଏସଏ ଅଜିତ୍ ଡୋଭାଲ ଦଖଲ ଦେବା ପରେ ହିଁ ମରକଜ ମାର୍ଚ୍ଚ ୨୭, ୨୮ ଓ ୨୯ରେ ୧୬୭ ତବଲିଗି କାର୍ଯ୍ୟକର୍ତ୍ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଅନୁମତି ଦେଇଥିଲେ। ଡୋଭାଲଙ୍କ ହସ୍ତକ୍ଷେପ ପରେ ଜମାତର ଶୀର୍ଷ ନେତା ମସଜିଦ୍‌ ଖାଲି କରିବାକୁ ରାଜି ହୋଇଥିଲେ। ଡୋଭାଲ ଗତ ଦଶନ୍ଧିରେ ଭାରତ ଓ ବିଦେଶରେ ବିଭିନ୍ନ ମୁସଲିମ ଆନ୍ଦୋଳନ ସହିତ ନିବିଡ ସଂପର୍କ ରଖିଥିଲେ। ସେ ପ୍ରାୟତଃ ସବୁ ମୁସଲିମ ଉଲେମାଙ୍କୁ ଜାଣିଥିଲେ ଏବଂ ଦେଶ ପାଇଁ ରାଷ୍ଟ୍ରୀୟ ରଣନୀତି ତିଆରି ପାଇଁ ତାଙ୍କ ସହ ସମୟ ବିତାଉଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ଅପରେସନ

ଅପରେସନ ମରକଜ ଏବେ ଦ୍ଵିତୀୟ ପର୍ଯ୍ୟାୟରେ ରହିଛି। ଅଧିକାରୀଙ୍କ ଅନୁଯାୟୀ ଏହି ଆଧାରରେ ସମଗ୍ର ଦେଶରେ ରହିଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର କରୋନା ଯାଞ୍ଚ କରାଯିବ। ଏହାର ମଧ୍ୟ ତଦନ୍ତ ହେବ ଯେ, ବିଦେଶୀ ନାଗରିକ ଭିସା ନିୟମ ଉଲ୍ଲଂଘନ କରି ନାହାନ୍ତି ତ। ଦିଲ୍ଲୀ ମରକଜରେ ୨୧୬ ବିଦେଶୀ ଥିଲେ। ଏହା ବ୍ୟତୀତ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ୮୦୦ ବିଦେଶୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଲେସିଆ, ଇଣ୍ଡୋନେସିଆ ଓ ବାଂଲାଦେଶରୁ ଆସିଥିଲେ।

   Related Posts