Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଦାଖ ଉତ୍ତେଜନା: ଚୀନ ପ୍ରତିପକ୍ଷ ୟାଙ୍ଗ ଜିଏଚିଙ୍କୁ ଆସନ୍ତକାଲି ବ୍ରିକ୍ସ ସମ୍ମିଳନୀରେ ଭେଟିବେ ଏନଏସଏ ଅଜିତ୍ ଡୋଭାଲ

16/09/2020 at 10:13 PM

ନୂଆଦିଲ୍ଲୀ ୧୬।୦୯: ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ୍ ଡୋଭାଲ ଗୁରୁବାର ବ୍ରିକ୍ସ(ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ କୋରିଆ)  ବୈଠକରେ ନିଜର ଚୀନ ପ୍ରତିପକ୍ଷ ୟାଙ୍ଗ ଜିଏଚିଙ୍କୁ ସାକ୍ଷାତ କରିବେ।

ଡୋଭାଲ ଓ ୟାଙ୍ଗ ଏକ ବଡ ସମୂହ ସହିତ ପରସ୍ପରକୁ ଭେଟିବେ। ଆଶା କରାଯାଉଛି ଯେ, ଉଭୟ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ର ଲଦାଖ ସେକ୍ଟରରେ ଜାରି ଗତିରୋଧ ଏବଂ ଡି-ଏକ୍ସଲେସନ ଉପରେ ଆଲୋଚନାକୁ ଆଗକୁ ବଢାଇବା ସହିତ କିଛି ସମାଧାନର ମାର୍ଗ ବାହାର କରିବେ।

ଦୁଇ ଏସିଆ ମହାଶକ୍ତି ମେ ମାସଠୁ ପୂର୍ବ ଲଦାଖରେ ଏଲଏସିରେ ଜାରି ଗତିରୋଧକୁ ସମାପ୍ତ କରିବା ପାଇଁ ଅନେକ ପର୍ଯ୍ୟାୟରେ କୂଟନୈତିକ ଓ ସାମରିକସ୍ତରୀୟ ଆଲୋଚନା କରି ସାରିଛନ୍ତି। ତଥାପି ଏ ପର୍ଯ୍ୟନ୍ତ ଉତ୍ତେଜନା କମ ହୋଇନାହିଁ।  

ସୂତ୍ର ଅନୁଯାୟୀ ରୁଷ ନିଜର ରଣନୈତିକ ଭାଗିଦାରୀ ଭାରତ ଓ ଚୀନ ମଧ୍ୟରେ ହିମାଳୟ ସୀମାରେ ଜାରି ଉତ୍ତେଜନାକୁ ହ୍ରାସ କରିବାକୁ ଉଦ୍ୟମ କରୁଛି। କିନ୍ତୁ ଅନ୍ୟପଟେ ଶୀତ ସମୟରେ ମଧ୍ୟ ଦୁଇ ଦେଶର ସେନା ଏଲଏସିରେ ଭାରି ସଂଖ୍ୟାରେ ସୈନ୍ୟ ମୁତୟନ କରିବାକୁ ଯୋଜନା କରୁଛନ୍ତି।

୨୦୧୭ ଡୋକଲାମ ଗତିରୋଧ ସମୟରେ ଏହି ଦୁଇ ହସ୍ତୀ ହିଁ ବିବାଦର ସମାଧାନ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦୁଇ କ୍ୟାବିନେଟ୍‌ସ୍ତରୀୟ ଅଧିକାରୀ ସେହି ସମୟରେ ମଧ୍ୟ ବ୍ରିକ୍ସ ବୈଠକରେ ପରସ୍ପରକୁ ଭେଟିଥିଲେ। ଯେମିତି ଆସନ୍ତାକାଲି ଦୁଇ ଅଧିକାରୀ ବ୍ରିକ୍ସ ସମ୍ମିଳନୀରେ ଭେଟିବାକୁ ଯାଉଛନ୍ତି। ଏହି ବୈଠକ ବହୁପକ୍ଷୀୟ ମଞ୍ଚରେ ହେଉଥିଲେ ମଧ୍ୟ ଆଶା କରାଯାଉଛି ଡୋଭାଲ ଓ ୟାଙ୍ଗ ଲଦାଖ ପ୍ରସଙ୍ଗରେ କିଛି ସକରାତ୍ମକ ଦିଗ ବାହାର କରିବେ।

   Related Posts