କାହିଁକି ଭାରତ ଆଗରେ ମୁଣ୍ଡ ନୁଆଁଇଲା ଚୀନ୍‌ ସେନା ? କ'ଣ ଥିଲା ଡୋଭାଲ୍‌ଙ୍କ ଯୋଜନା, ଯାହାକି ଭାରତ ପାଇଁ ଗେମ୍‌ ଚେଞ୍ଜର୍‌ ପାଲଟିଥିଲା ?

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ, ୨୫/୦୨: ପେଙ୍ଗଙ୍ଗ୍‌ ଝିଲ୍‌ ଅଞ୍ଚଳର ଉତ୍ତର ଏବଂ ଦକ୍ଷିଣ ସୀମାରୁ ଭାରତ ଓ ଚୀନ୍ ସେନା ପଛକୁ ହଟି ସାରିଛନ୍ତି । ବର୍ଷ ବର୍ଷ ଧରି ଚାଲୁରହିଥିବା ତିକ୍ତତାକୁ ନେଇ ଅନେକ ଥର ଦୁଇ ଦେଶର ସୈନ୍ୟ ସାମ୍ନା-ସାମ୍ନି ହୋଇଛନ୍ତି । ରାକ୍ତାକ୍ତ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ପେଙ୍ଗଙ୍ଗ୍‌ ଝିଲ୍‌ର ଦକ୍ଷିଣ ସୀମାର ଉଚ୍ଚା ଅଞ୍ଚଳକୁ କବ୍‌ଜା କରିବା ପାଇଁ ଭାରତ ରଚିଥିବ ଯୋଜନା ଏହି ମାମଲାରେ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଛି । ଯାହାର ମୁଖ୍ୟ ସୂତ୍ରଧର ଥିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ବା ଏନ୍ଏସ୍‌ଏ ଅଜିତ୍‌ ଡୋଭାଲ୍‌ ।

ସରକାରୀ ସୂତ୍ରରୁ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ମୁତାବକ, ଚୀନ୍‌ ସହିତ ହୋଇଥିବା ସୀମା ବିବାଦକୁ ନେଇ ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ୍‌ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ପ୍ରତିରକ୍ଷା ବିଭାଗର ପ୍ରମୁଖ ଜେନେରାଲ୍‌ ବିପିନ୍‌ ରାୱତ୍‌ ଏବଂ ସ୍ଥଳସେନା ମୁଖ୍ୟ ଜେନେରାଲ୍‌ ମନୋଜ୍‌ ମୁକୁନ୍ଦ ନରୱାଣେ ସାମିଲ୍‌ ଥିଲେ । ଅଗଷ୍ଟ ମାସର ମଧ୍ୟ ଭାଗରେ ପୋଙ୍ଗଙ୍ଗ୍‌ର ଅହି ଉଚ୍ଚା ଅଞ୍ଚଳକୁ ଭାରତ ଅକ୍ତିଆର୍‌କୁ ଆଣିବା ପାଇଁ ଏକ ଗେମ୍‌ ଚେଞ୍ଜର୍‌ ଯୋଜନା କରାଯାଇଥିଲା ।  

ଏହି ବୈଠକରେ ରେଜାଙ୍ଗ ଲା, ରେଚାନ ଲା, ହେଲମେଟ ଟପ୍ ଏବଂ ଆକି ଲା ସମେତ ଦକ୍ଷିଣ ଉଚ୍ଚ ଅଞ୍ଚଳକୁ ହାସଲ କରିବାକୁ ବିଚାର କରାଯାଇଥିଲା । ଯାହାଦ୍ୱାରା ଏହା କରି ଚୀନ୍‌କୁ ବୁଝାମଣା ପାଇଁ ରାଜି କରାଯାଇପାରିବ ଏବଂ ପରେ ଏହି ଯୋଜନା ସଠିକ୍‌ ହେବା ସହିତ ସମାନ ଘଟଣା ଘଟିଥିଲା । ଭାରତୀୟ ଯବାନମାନେ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ଉଚ୍ଚ ଶିଖରକୁ କାବୁ କରିଥିଲେ ।

ତେବେ ଭାରତର ଏହି ନୀତି ପୋଡ଼ୋଶୀ ଦେଶକୁ ସୂଚନା ଦେଉଛି ଯେ, ଆଗକୁ ଆସୁଥିବା କୌଣସି ଭି ବିପଦକୁ ଭାରତ ଅତି ଚତୁରତାର ସହିତ ସାମ୍ନା କରିବାକୁ ସକ୍ଷମ । ପୂର୍ବରୁ ସେନା ମୁଖ୍ୟ କହିଥିଲେ ଯେ, ଆମ ମଧ୍ୟରେ ଏହାକୁ ନେଇ କେତେଥର  ବୈଠକ ବସିଛି । ଏନ୍‌ଏସ୍‌ଏ ଯେଉଁ ଯୋଜନା କରିଥିଲେ ତାହା ଠିକ୍‌ କାମ କରିଛି ।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.