Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଦିଲ୍ଲୀରେ CAA ନିଆଁ : ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ସୀଲମପୁରରେ ସ୍ଥିତି ସମୀକ୍ଷା କଲେ NSA ଅଜିତ ଡୋଭାଲ

26/02/2020 at 7:30 AM

ନୂଆଦିଲ୍ଲୀ ୨୬।୨: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (CAA) ହିଂସା ଉଗ୍ରରୂପ ଧାରଣ କରିଛି । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ୫୬ ଜଣ ସୁରକ୍ଷାକର୍ମୀଙ୍କ ସମେତ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ହିଂସାକାଣ୍ଡ ଘଟିଥିବା ଉତ୍ତର-ପୂର୍ବ ଦିଲ୍ଲୀର ୩ଟି ସୀମାକୁ ସିଲ୍ କରିଦିଆଯାଇଛି । ପ୍ରଭାବିତ ଅଞ୍ଚଳରେ  ଆଜି ହେବାକୁ ଥିବା ସିବିଏସଇର ଦଶମ ଓ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ସେପଟେ ଜାଫରାବାଦ ଅଞ୍ଚଳରେ ମହିଳାମାନେ କରିଥିବା ରାସ୍ତା ଅବରୋଧକୁ ହଟାଇ ଦିଆଯାଇଛି । ଗାଜିଆବାଦରେ ସମସ୍ତ ମଦ ଦୋକାନକୁ ବନ୍ଦ କରିଦିଆଯାଇଛି । ଆଣାୟତ୍ତ ପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ହିଂସାକାଣ୍ଡରେ ମୃତ ପୋଲିସ କନଷ୍ଟେବଳ ରତନଲାଲଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଅତି ସମ୍ବେଦନଶୀଳ ଉତ୍ତରପୂର୍ବ ଦିଲ୍ଲୀର ୧୨ଟି ଅଞ୍ଚଳରେ ଅଧିକ ୩୭ କମ୍ପାନୀ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ଗୃହ ବିଭାଗ ନିଷ୍ପତ୍ତି ନେଇଛି । ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । 

ଦିଲ୍ଲୀ ପରିସ୍ଥିତିର ସମୀକ୍ଷା କରିଛନ୍ତି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଉପରାଜ୍ୟପାଳ ଅନିଲ ବୈଜାଲ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି  ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ଦିଲ୍ଲୀର ସମସ୍ତ ଡାକ୍ତରଖାନାକୁ ପ୍ରସ୍ତୁତ ରହିବାକୁ ସେ ଦେଇଛନ୍ତି ନିର୍ଦ୍ଦେଶ ।

ଏପରିକି କେଜରିୱାଲ ନିଜେ ରାଜଘାଟ ଯାଇ ଗାନ୍ଧିଙ୍କ ପାଖରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।ଦିଲ୍ଲୀ ଜଳୁଥିବା ବେଳେ କଣ ମୁଖ୍ୟମନ୍ତ୍ରୀ ଅସହାୟ ହୋଇଗଲେକି । ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି । ଏପଟେ ବିଳମ୍ବିତ ରାତିରେ ସୀଲମପୁର ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା  କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।  ଉତ୍ତର-ପୂର୍ବ ଦିଲ୍ଲୀ ପୋଲିସର  ବରିଷ୍ଠ ଅଧିକାରୀଙ୍କ  ସହ ଆଲୋଚନା କରିଛନ୍ତି ।

   Related Posts