Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଦିଲ୍ଲୀରେ ବସିବ NSA ଅନ୍ତରାଷ୍ଟ୍ରୀୟ ବୈଠକ : ୮ଟି ଦେଶ ଆଫଗାନିସ୍ତାନ ସ୍ଥିତି ଉପରେ କରିବ ଆଲୋଚନା, ଯୋଗଦେବେନି ଚୀନ୍‌-ପାକିସ୍ତାନ

10/11/2021 at 7:37 AM

ନୂଆଦିଲ୍ଲୀ ୧୦।୧୧:  ଆଜି ଦିଲ୍ଲୀରେ ବସିବ NSA ବୈଠକ । ଆଫଗାନିସ୍ତାନ ଉପରେ ଭାରତ ସମେତ ୮ଟି ଦେଶର NSA ସ୍ତରୀୟ ବୈଠକ ହେବାକୁ ଯାଉଛି। ପ୍ରଥମ ଥର ଭାରତ ଏହି ବୈଠକ ଆୟୋଜିତ କରୁଛି। ଏହି ବୈଠକର ଅଧ୍ୟକ୍ଷତା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ବୈଠକରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଆଲୋଚନା ହେବ ।

ଖବର ଅନୁଯାୟୀ, ଏହି ବୈଠକରେ ଇରାନ, ଋଷିଆ, କାଜିକସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ,, ତାଜାକିସ୍ଥାନର ସୁରକ୍ଷା ମୁଖ୍ୟ ସାମିଲ ହେବେ । ଏହି ବୈଠକ ନେଇ ପାକିସ୍ତାନ ଓ ଚୀନକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏହି ୨ ଦେଶ ଏଥିରେ ଭାଗ ନେବେ ନାହିଁ ବୋଲି ଜଣାଇଛନ୍ତି। କୂଟନୈତିକ ସ୍ତରରେ ଆଲୋଚନା କରିବା ପାଇଁ ଭାରତ ଡାକିଥିବା ଅନ୍ତରାଷ୍ଟ୍ରୀୟ ବୈଠକରେ ଚୀନ ଯୋଗ ଦେବାକୁ ମନା କରିଦେଇଛି। ପାକିସ୍ତାନ ପରେ ଏହି ବୈଠକରେ ସାମିଲ ହେବା ଲାଗି ସିଧା ମନା କରିଦେଇଛି ଚୀନ। ଆଫଗାନିସ୍ତାନ ଶାନ୍ତି ପ୍ରତିଷ୍ଠାରେ ଭାରତ ବ୍ୟାଘାତ ସୃଷ୍ଟି କରୁଥିବାରୁ , ନୂଆଦିଲ୍ଲୀର ଏଭଳି ବୈଠକରେ ଯୋଗ ଦେବ ନାହିଁ ବୋଲି ପାକିସ୍ତାନ ମନା କରିଦେଇଥିଲା। ପରେ ପରେ ଚୀନ ମଧ୍ୟ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରିଛି। ଏହି ବୈଠକରେ ଆଫଗାନିସ୍ତାନ ରେ ସତ୍ତା ବଦଳିବା ପରେ ଦେଖା ଦେଇଥିବା ସଙ୍କଟକୁ ନେଇ ପ୍ରତି ଦେଶର ସୁରକ୍ଷା ଏବଂ ହିତକୁ ନେଇ ସୁରକ୍ଷା ନୀତି ଉପରେ ଆଲୋଚନା ହେବା ସହ ଆଗାମୀ ରଣନୀତି ଉପରେ ମଧ୍ୟ ଆଲୋଚନା ହେବ ।

   Related Posts