Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଲସ୍କର, ଜୈଶ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ…, SCO ବୈଠକରେ ଆତଙ୍କବାଦ ଉପରେ ଏମିତି କହିଲେ ଏନଏସ୍‌ଏ ଅଜିତ ଡୋଭାଲ୍‌

24/06/2021 at 4:09 PM

ନୂଆଦିଲ୍ଳୀ ୨୪/୬: ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ୍‌ ତାଜିକସ୍ତାନର ରାଜଧାନୀ ଦୁଶାଂବେରେ ସଂଘାଇ ସହଯୋଗ ସଂଗଠନ  (ଏସସିଓ)ର ସଦସ୍ୟ ରାଷ୍ଟ୍ରର ଉଚ୍ଚ ସୁରକ୍ଷା ଅଧିକାରୀଙ୍କ ବୈଠକରେ ସାମିଲ୍‌ ହୋଇଥି​‌ଲେ। ସଦସ୍ୟ ରାଷ୍ଟ୍ରର ଏନଏସଏଙ୍କ ଏସ୍‌ସିଓ ବୈଠକରେ ଅଜିତ ଡୋଭାଲ୍‌ ପାକିସ୍ତାନ ସମର୍ଥିତ  ଆତଙ୍କବାଦୀ ସଂଗଠନ ଲସ୍କର ଏବଂ ଜୈଶ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଯୋଜନା ପ୍ରସ୍ତୁତି ଉପରେ ଜୋର ଦେଇଥିଲେ। ଏସ୍‌ସିଓ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନୋବକୁ ପଡ଼ିବ ବୋଲି ସଫା ସଫା ଶୁଣାଇଥିଲେ ଡୋଭାଲ।

ଏହା ବ୍ୟତୀତ ସେ ପାକିସ୍ତାନର ନାଁ ନନେଇ ପଡ଼ୋଶୀ ରାଷ୍ଟ୍ରକୁ ଜୋରଦାର ଟାର୍ଗେଟ କରିଥିଲେ। ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଥିବା ଆର୍ଥିକ ସମର୍ଥନ ବିରୋଧରେ ଅନ୍ତର୍ଜାତୀୟ ମାନଦଣ୍ଡର ଉପଯୋଗ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ନ୍ୟୁଜ୍‌ ଏଜେନ୍ସି ଏଏନଆଇ ଅନୁସାରେ ବୈଠକରେ ଅଜିତ ଡୋଭାଲ ଆତଙ୍କବାଦୀ ସଂଗଠନ ଲସ୍କର ଏବଂ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।

ଏହା ସହ ଏସ୍‌ସିଓ ଏବଂ ଏଫଏଟିଏଫ ମଧ୍ୟରେ ସମନ୍ବୟ ରକ୍ଷା ସହ ଆତଙ୍କବାଦୀ ସଂଗଠନକୁ ମିଳୁଥିବା ବିତ୍ତପୋଷଣ ସହ ମୁକାବିଲା କରିବା ପାଇଁ ମଧ୍ୟ ସେ କହିଥିଲେ। ଆତଙ୍କବାଦର ସମସ୍ତ ପ୍ରକାରକୁ ସେ ଘୋର ନିନ୍ଦା କରିଥିଲେ। ସୀମା ସେପଟେ ଏବଂ ଭିତରେ ସମସ୍ତ ପ୍ରକାର ଆତଙ୍କବାଦୀ ଗତିବିଧିକୁ ପ୍ରତିହତ କରିବା ନିମନ୍ତେ ଯଥାସମ୍ଭବ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଥିଲେ। ଏହା ବ୍ୟତୀତ ଜାତିସଂଘ ଦ୍ବାରା ନାମିତ ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ଣ୍ଣ କ୍ରିୟାନ୍ବୟନର ଆବଶ୍ୟକତା ଅଛି ବୋଲି ମଧ୍ୟ ଏସସିଓ ବୈଠକରେ କହିଥି​‌ଲେ ଅଜିତ ଡୋଭାଲ।

ଅନ୍ୟପଟେ ଡୋଭାଲ୍‌  ଯୁଦ୍ଧାସ୍ତ୍ର ଚୋରାଚାଲାଣ, ଡାର୍କ ଓ୍ବେବ୍‌, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ବ୍ଲାକ୍‌ ଚେନ୍‌ ଏବଂ ସୋସିଆଲ ମିଡିଆର ଦୂରୋପଯୋଗ ସମେତ ଡ୍ରୋନ୍‌ ଏବଂ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ହେଉଥିବା ନୂଆ ପ୍ରଯୁକ୍ତିବିଦ୍ୟା ଉପରେ ନଜର ରଖିବାକୁ ପରାମର୍ଶ କରିଥିଲେ। ଏବେ ତାଜିକସ୍ତାନ ଏସସିଓର ଅଧ୍ୟକ୍ଷତା କରୁଛି। ୨୩ ଏବଂ ୨୪ ଜୁନ୍‌ରେ ବୈଠକ ଆୟୋଜିତ ହୋଇଥିବା ବେଳେ ଏଥିରେ ପାକିସ୍ତାନ ଓ ଆଫଗାନିସ୍ତାନର ଏନଏସଏ ମଧ୍ୟ ସାମିଲ ହୋଇଥିଲେ।

   Related Posts