ୟୁଟ୍ୟୁବରୁ ପିସ୍ତଲ ତିଆରିର କୌଶଳ ଶିକ୍ଷାକରି ନିଜ ସରକାରୀ କ୍ବାଟରରେ ନୃସିଂହ ତିଆରି କରୁଥିଲା ପିସ୍ତଲ ଓ ବୋମା

Published By : Prameya-News7 Bureau | April 15, 2019 IST

ଭୁବନେଶ୍ବର୧୫|୪: ରାଜଧାନୀରୁ ବନ୍ଧୁ କାରଖାନ ଠାବ । ଏକ ସରକାରୀ କ୍ବାଟରରୁ ବନ୍ଧୁକ କାରଖାନା ଠାବ କଲା କମିଶରେଟ ପୋଲିସ । ତିନିଟି ଅର୍ଧନିର୍ମିତ ପିସ୍ତଲ । ବୋମା ତିଆରି ସରଞ୍ଜମା ସହ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲଇସ ।

{"id":103787}

 ବଲାଂଗୀର ଜିଲ୍ଲା ପୁଞ୍ଜିଲାଲ ଘଟଣା ପରେ ଏବେ ୟୁଟ୍ୟୁବରୁ ପ୍ରସ୍ତୁତି ପ୍ରଣାଳି ଦେଖି ପିସ୍ତଲ ତିଆରି ଚାଳଇଥିଲା ଜଣେ ସରକାରୀ କର୍ମଚାରୀ , ତାପୁଣି ଏକ ସରକାରୀ କ୍ବାଟରରେ । ଓୟୁଏଟି ଗେଷ୍ଟ ହାଉସ ପଛପଟେ ଥିବା ଓ୍ବାନ ଆର ୧/୬ କ୍ବାଟରରେ ପୋଲିସ ପୋଡଶୀଙ୍କ ସୂଚନା ଅନୁସାରେ ଗତକାଲି ରାତିରେ ଚଢାଉ କରିଥିଲା । ଘଟଣା ସେତିକିବେଳେ ପଦାକୁ ଆସିଥିଲା ଯେତେବେଳେ କ୍ବାଟର ଭିତରେ ବୋମା ଫୁଟିବାର ଶବ୍ଦ ବହାରକୁ ଶୁଭିଥିଲା । ଖଣ୍ଡଗିରି ଥାନା ଅଧିକାରୀ ଘର ଭିତର ଚଢାଉ କରିବା ସମୟରେ ଘର ଭିତରୁ ତିନୋଟି ଅର୍ଧନିର୍ମିତ ପିସ୍ତଲ । କିଛି ପୁରୁଣା ଅଫୁଟା ଗୁଳି, ଗୁଳି ତିଆରି ପାଇପ, ଓ ପୁଳାପୁଳା ବାରୁଦ ସହ ଏକ ଖଣ୍ଡା ଜବତ କରିଥିଲା । ଘଟଣା ସ୍ଥଳରୁ ଓୟୁଏଟିରେ କାର୍ଯ୍ୟାରତ ସୁପରଭାଇଜର ନୃସିଂହ ନାୟକଙ୍କୁ ଗିରଫ କରିଥିଲା । ନୃସିଂହ କଞ୍ଚମାଲ କେଉଠୁ ଅାଣୁଥିଲେ । ପୂର୍ବରୁ ଏମିତି କେତେ ବନ୍ଧୁ ତିଆରି କରି ବହାରେ ବିକ୍ରି କରିଛନ୍ତି ତାର ଖୋଡତାଳ ଆରମ୍ଭ କରିଛି କମିଶରେଟ ପୋଲିସ ।

{"id":103785}

ନୃସିଂହର ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଗାଁରେ ବୋଲି ଜଣାପଡିଛି । ପୂର୍ବରୁ ନୃସିଂହର ବାପା ଗାଁ ଗଣ୍ଡଗୋଳ ପାଇଁ ବୋମା ତିଆରି କରୁଥିଲେ । ୨୦୦୪ ମସିହାରେ  ନୃସିଂର ଜଣେ ଭାଇ ବୋମା ଭିଡୁଥିବାବେଳେ ବିସ୍ଫରଣ ଯୋଗୁ ପ୍ରାଣ ହରାଇଥିଲେ ।  ନୃସିଂହଙ୍କ ନାଁରେ ମଧ୍ୟ ପୂର୍ବରୁ ଖଣ୍ଡିଗିରି ଥାନାରେ ୪ ଟି ସଙ୍ଗୀନ ମାମଲା ରହିଛି । ତେବେ ଏଭଳି ବନ୍ଧୁକ ତିଆରି ପାଇଁ ପରିବାର ଲୋକେ ନୃସିଂକଙ୍କୁ ବାରଣ କରି ଅସୁଥିଲେ ।

ନୃସିଂହ ଖୋର୍ଧା ନିକଟ ତାପଙ୍ଗ ମୁଣ୍ଡିଆ ବେଗୁନିଆ ଓ କଳାପଥର ଅଞ୍ଚଳରୁ ବିଭିନ୍ନ ପ୍ରକାର ବାରୁଦ ସଂଗ୍ରହ କରୁଥିଲା ବୋଲି ପୋଲିସ ନିକଟରେ ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.