Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ବାତ୍ୟାରେ ଘର ଭାଙ୍ଗି ଯାଇଥିଲା ଚା’ ବିକି ପିଲାଙ୍କୁ ପାଠପଢାଉଥିବା ପଦ୍ମଶ୍ରୀ ପ୍ରକାଶ ରାଓଙ୍କର, ସାହାର୍ଯ୍ୟ କଲେ ପ୍ରବାସୀ ଭାରତୀୟ

1/06/2019 at 3:44 PM

କଟକ ୧|୬: ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ସହାୟତାର ହାତ ବଢାଇଛି ଆବୁଧାବୀ ଓଡିଆ ସମାଜ। ବାତ୍ୟା ଫୋନିରେ ତାଙ୍କ ଘର ନଷ୍ଟ ହୋଇଯାଇଥିବା ବେଳେ ପ୍ରକାଶଙ୍କୁ ଆବୁଧାବି ଓଡିଆ ସମାଜ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆବୁଦାବୀରୁ ପ୍ରାୟ ୧୫ ଜଣ ପ୍ରବାସୀ ଓଡିଆ ଓଡିଶା ଆସି ଫୋନି କ୍ଷତିଗ୍ରସ୍ଥ ବିଭିନ୍ନ ଅଞ୍ଚଳ ଗସ୍ତକରି ରିଲିଫ ମଧ୍ୟ ବାଣ୍ଟୁଛନ୍ତି। ଦୁଖ ସମୟରେ ନିଜ ଲୋକଙ୍କୁ ସହାୟତା କରୁଥିବା କାରଣରୁ ସେମାନେ ବେଶ ଖୁସିଥିବା ଏହି ଅବସରରେ କହିଛନ୍ତି।

ବାତ୍ୟା ଫୋନି ଅନେକ ଲୋକଙ୍କ ଘର ଉଜାଡି ଦେଇଛି। ଏତିରୁ ବାଦ ପଡିନାହାନ୍ତି ରାଜ୍ୟର ଜଣାଶୁଣା ବ୍ୟକ୍ତି ତଥା ପଦ୍ମଶ୍ରୀ ଡି ପ୍ରକାଶ ରାଓ। ଚା ବିକି ସେ ପିଲାଙ୍କୁ ପାଠ ପଢାଉଥିବା ବେଳେ ବାତ୍ୟା ଫୋନି ତାଙ୍କ ସ୍କୁଲ ଏବଂ ସେ ନିଜେ ରହୁଥିବା ଘରକୁ ଭାଙ୍ଗି ଦେଇଛି। ଫଳରେ ତାଙ୍କୁ ଏନେଇ ସହାୟତାର ହାତ ବଢାଇଛନ୍ତି କିଛି ପ୍ରବାସୀ ଓଡିଆ। ଆବୁଧାବୀରେ ରହୁଥିବା କିଛି ଲୋକ ଶନିବାର ପ୍ରକାଶଙ୍କ ଘରକୁ ଆସି ତାଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। କେବଳ ପ୍ରକାଶଙ୍କୁ ନୁହେଁ ବାତ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳ ବୁଲି ସେମାନେ ରିଲିଫ ମଧ୍ୟ ବାଣ୍ଟୁଥିବା କହିଛନ୍ତି।

ବାହାରୁ ସାହାଯ୍ୟ ପାଇବା ପରେ ପ୍ରକାଶ ମଧ୍ୟ ବେଶ ଖୁସି ଅଛନ୍ତି। ସରକାରୀ ଭାବରେ ତାଙ୍କୁ କିଛି ସହାୟତା ମିଳୁନଥିବା ବେଳେ ପ୍ରବାସୀ ଓଡିଆଙ୍କ ଏଭଳି ଉଦ୍ୟମ ବେଶ ପ୍ରସଂଶନୀୟ ବୋଲି ସେ କହିଛନ୍ତି। ଏହାଦ୍ବାରା ତାଙ୍କ ଭଲକାମ କରିବା ଆଗକୁ ଜାରି ରହିବେ ଏବଂ ଏହି ସହାୟତା ତାଙ୍କୁ ଅଧୀକ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି।

ପ୍ରକାଶ କଟକ ବକ୍ସିବଜାର ନିକଟରେ ତାଙ୍କ ଘର ତିଆରି କରୁଛନ୍ତି। ଏନେଇ ତାଙ୍କୁ ପ୍ରବାସୀ ଓଡିଆମାନେ ଶନିବାର ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଆବୁଧାବୀ ଓଡିଆ ସମାଜ ସହିତ କିଛି ଜଣଶୁଣା ଓଡିଆ ଲୋକ ମଧ୍ୟ ପ୍ରକାଶଙ୍କୁ ସହାୟତା କରିଛନ୍ତି।

   Related Posts