Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କେନାଲରୁ ମିଳିଲା ଅଷ୍ଟେଲିଆରୁ ନିଖୋଜ ଥିବା ଭାରତୀୟ ଗର୍ଭବତୀ ମହିଳାଙ୍କ ଶବ : ସ୍ବାମୀ କହିବାରୁ ପ୍ରେମିକା କଲେ ହତ୍ୟା

28/03/2019 at 10:13 AM

ଫିରୋଜପୁର ୨୮/୩: ଅଷ୍ଟେଲିୟାରୁ ପଞ୍ଜାବ ଆସିଥିବା ଜଣେ ଏନଆରଆଇ ଗର୍ଭବତୀ ମହିଳା ରବନୀତ କୈାର ମାର୍ଚ୍ଚ ୧୪ତାରିଖ ଦିନ ଅପହୃତ ହୋଇଥିଲେ। ସୋମବାର ଫିରୋଜପୁର ଜିଲ୍ଲାର ଭାଖଡ଼ା କେନାଲରୁ ତାଙ୍କର ଶବ ମିଳିଥିଲା। ମଙ୍ଗଳବାର ଫିରୋଜପୁରର ଏସଏସପି କହିଥିଲେ ଏହି ୩୦ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ସ୍ବାମୀ ନିଜ ପ୍ରେମିକା ଏବଂ ପ୍ରେମିକାଙ୍କ ସମ୍ପର୍କୀୟଙ୍କ ଦ୍ବାରା କରାଇଥିଲେ। ପୋଲିସ ଏହି ମାମଲାରେ ୪ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ମୃତା ମହିଳାଙ୍କ ବାପାଙ୍କ କହିବାନୁସାରେ ତାଙ୍କ ଝିଅ ରବନୀତ କୈାର ଅଷ୍ଟେଲିଆରେ ପିଆର ଥିଲେ। ତାଙ୍କ ବିବାହ ଚଣ୍ଡିଗଡ଼ର ଜସପ୍ରୀତ ସିଂହଙ୍କ ସହ ହୋଇଥିଲା। ଜସପ୍ରୀତ ଅଷ୍ଟେଲିଆରେ ହୋଟେଲ୍ ବ୍ୟବସାୟ କରୁଥିଲେ। ଜସପ୍ରୀତ ପାଖାପାଖି ୧୫ଦିନ ପୂର୍ବରୁ ରବନୀତଙ୍କୁ ନିଜ ପରିବାରଲୋକଙ୍କୁ ଦେଖା କରିବାକୁ ନିଜ ଗାଁକୁ ପଠାଇଥିଲେ। ମାର୍ଚ୍ଚ ୧୪ତାରିଖ ଦିନ ସକାଳେ ଜସପ୍ରୀତ,ରବନୀତଙ୍କୁ ଫୋନ୍ କରିଥିଲେ। ସେ ଫୋନ୍ କରୁ କରୁ କିଛି ଦୂରକୁ ଚାଲିଯାଇଥିଲେ ସେତେବେଳେ କେତେକ ଅଜଣା ବ୍ୟକ୍ତି ଆସି ତାଙ୍କୁ ଅପହରଣ କରି ନେଇଯାଇଥିଲେ। ପୋଲିସ୍ ଏହି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏସଏସପି କହିଛନ୍ତି ସେ ଜସପ୍ରୀତ ତାଙ୍କ ପତ୍ନୀ କିରଣଜିତ କୈାରଙ୍କ ସହ ମିଶି ରବନୀତଙ୍କ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡରେ କିରଣଜିତଙ୍କ ଭଉଣୀ ତରଣଜିତ କୈାର ଏବଂ ତାଙ୍କ ସାଙ୍ଗ ସନ୍ଦୀପ ସିଂହ ସହଯୋଗ କରିଥିଲେ। ପୋଲିସ ତରଣଜିତଙ୍କୁ ମାର୍ଚ୍ଚ ୨୪ତାରିଖ ଦିନ ଗିରଫ କରିଥିଲେ।

   Related Posts