ଆମେରିକାରେ ଥାଇ ସହିଦଙ୍କ ପରିବାର ପାଇଁ ୬ ଦିନରେ ଭାରତୀୟ ଯୁବକ ସଂଗ୍ରହ କଲେ ୬ କୋଟି, ହେଲେ କେମିତି କରାଯିବ ଆବଣ୍ଟନ ?

Published By : Prameya-News7 Bureau | February 20, 2019 IST

ନ୍ୟୁୟର୍କ ୨୦/୨ : କାଶ୍ମୀର ପୁଲୱାମା ଆତଙ୍କୀ ହମଲାରେ ୧୪ ତାରିଖରେ ୪୨ ଯବାନ ସହିଦ ହୋଇଥିଲେ | ଯବାନ ସହିଦ ହେବାର ଦିନକ ପରେ ମେଜର ଚିତ୍ରେଶ ସିଂହ ନିୟନ୍ତ୍ରଣ ରେଖା ପଖରେ ଆଇଇଡି ଡିଫ୍ୟୁଜ କରୁଥିବା ସମୟରେ ସହିଦ ହୋଇଯାଇଥିଲେ | ୧୮ ତାରିଖରେ ମେଜର ବିଭୁତି ଶଙ୍କରଙ୍କ ସମେତ ୪ ଯବାନ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ସହିଦ ହୋଇଥିଲେ | ସେନାର ଏନକାଉଣ୍ଟରରେ ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ଗାଜି ରସିଦ ଏବଂ ତାର ଦୁଇ ସହଯୋଗୀ ଆତଙ୍କବାଦୀ ନିହତ ହୋଇଥିଲେ | ହମଲାରେ ସହିଦ ହୋଇଥିବା ପରିବାରକୁ ସବୁ ପ୍ରକାର ସହାୟତା ଯୋଗେଇଦେବା ପାଇଁ ଦେଶବାସୀ ସାମ୍ନାକୁ ଆସିଛନ୍ତି | ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗେଇ ଦେବା ପାଇଁନେତାଙ୍କଠୁ ଆରମ୍ଭ କରି ବଲିଉଡ କଳାକାର ତଥା ସାଧାରଣ ଜନତା ପ୍ରୟାସ କରିଛନ୍ତି | ବିହାରର ଜିଲ୍ଲାପାଳ ଇନାୟତ ଖାନ ଦୁଇ ସହିଦ ଯବାନଙ୍କ ଝିଅଙ୍କ ସମସ୍ତ ଦାୟିତ୍ୱ ନେଇଛନ୍ତି | ସହିଦ ପରିବାରଙ୍କ ପାଇଁ ଆମେରିକାରେ ରହୁଥିବା ଜଣେ ୨୬ ବର୍ଷ ବୟସ୍କ ଭାରତୀୟ ଯୁବକ ବିବେକ ପାଟିଲ ଗତ ୬ ଦିନରେ ୬ କୋଟି ଟଙ୍କା ଜମା କରିଛନ୍ତି |


୨୬ ବର୍ଷ ବୟସ୍କ ବିବେକ ଆମେରିକାରେ ରୁହନ୍ତି | ସେ ସହିଦ ପରିବାରଙ୍କ ପାଇଁ ଫଣ୍ଡ ଜମା କରିବା ପାଇଁ ୧୫ ତାରିଖରେ ଫେସବୁକରେ ଏକ ପେଜ କ୍ରିଏଟ କରିଥିଲେ | ସେ ଆମେରିକାର କ୍ରେଡିଟ ଏବଂ ଡେବିଟି କାର୍ଡରୁ ସହାୟତା ରାଶି ଦେଇ ପାରିନଥିଲେ | ସେଥିପାଇଁ ସେ ଫେସବୁକ ପେଜ କ୍ରିଏଟ କରିଥିଲେ | ସେ ସହିଦ ପରିବାରଙ୍କୁ ଆର୍ଥିକ ସହାୟତା ରାଶି ପାଇଁ ଟାର୍ଗେଟ ରଖିଥିଲେ ୩.୫ କୋଟି | କିନ୍ତୁ ତାଙ୍କର ପେଜ ଦ୍ୱାରା ୬ ଦିନରେ ୨୨ ହାଜର ଲୋକ ଏହି ପେଜ ସହ ଯୋଡି ହୋଇଥିଲେ | ଏହି ଲୋକେ ମିଶି ୮୫୦,୦୦୦ ଡ଼ଲାର (୬ କୋଟି) ସଂଗ୍ରହ କରିଥିଲେ |


ଆମେରିକା ଛଡା ଅନ୍ୟ ଦେଶର ଲୋକେ ମଧ୍ୟ ଏହି ପେଜରେ ଯୋଡି ହୋଇଥିଲେ | ଅନ୍ୟ ଦେଶର ଲୋକେ ମଧ୍ୟ ତାଙ୍କୁ ସହାୟତା ପାଇଁ ଫୋନ କରିଥିଲେ | ସେଠାକାର ସ୍ଥାନୀୟ ରେଡ଼ିଓ ଷ୍ଟେସନ ମଧ୍ୟ ସହାୟତା ରାଶି ଦେଇଛି |


ଏବେ ପ୍ରଶ୍ନ ଉଠୁଛି ଜମା ହୋଇଥିବା ଏହି ସହାୟତା ରାଶି ସଠିକ ଲୋକଙ୍କ ପାଖକୁ ପହଂଚିବା କିଭଳି ?ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନେ ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି | ଲୋକଙ୍କ ପ୍ରଶ୍ନର ଉତ୍ତରରେ ବିବେକ ଏକ ଭିଡିଓ ଫେସବୁକରେ ପୋଷ୍ଟ କରିଥିଲେ |

wp:core-embed/facebook {"url":"https://www.facebook.com/vivek.s.patel.7/videos/2057591370960746/","type":"video","providerNameSlug":"facebook","className":""}
https://www.facebook.com/vivek.s.patel.7/videos/2057591370960746/
/wp:core-embed/facebook


ବିବେକ ପ୍ରତିଦିନ ଏହି ଫେସବୁକ ପେଜକୁ ଅପଡେଟ କରୁଛନ୍ତି | ଅପଡେଟ କରିବା ସହ ପ୍ରତିଦିନ ସ୍କ୍ରିନସଟ ମଧ୍ୟ ପୋଷ୍ଟ କରୁଛନ୍ତି | ସେ ଟଙ୍କା ଟ୍ରାନ୍ସଫର କରିବା ଅପେକ୍ଷାରେ ଅଛନ୍ତି | ସେ ଚାହୁଁଛନ୍ତି ଯେ, ଭାରତ ସରକାରଙ୍କ ଜଣେ ଦାୟିତ୍ୱବାନ ଅଧିକାରୀ ଏହି ଟଙ୍କା ନେଇ ସହିଦଙ୍କ ପରିବାରକୁ ଦିଅନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.