ଚତୁର୍ଥ ପତ୍ନୀଙ୍କ ଅଭିଯୋଗରେ NRI ସ୍ବାମୀ ଗିରଫ : ୫ମ ବିବାହ କରିବାକୁ ଚଳାଇଥିଲା ପ୍ରସ୍ତୁତି

Published By : Prameya-News7 Bureau | November 10, 2020 IST

ରୋହତକ ୧୦/୧୧: ଜଣେ ଏନଆରଆଇକୁ ବିବାହ କରିବାର ଏମପରି ସୌକ ହୋଇଥିଲା ଯେ ସେ ଗୋଟିଏ କିମ୍ବା ୨ଟି ନୁହେଁ ବରଂ ୪ଟି ବିବାହ କରିଥିଲା। ଏଥର ସେ ପଞ୍ଚମ ବିବାହ କରିବାକୁ ପ୍ରସ୍ତୁତି କରୁଥିଲା। ଏହା ପୂର୍ବରୁ ଚତୁର୍ଥ ପତ୍ନୀର ଅଭିଯୋଗରେ ପୋଲିସ ତାକୁ ଗିରଫ କରିଥିଲା। ପୋଲିସ୍ ପୀଡ଼ିତ ମହିଳା ଦ୍ବାରା ଦିଆଯାଇଥିବା ଅଭିଯୋଗ ଆଧାରରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି।

ହରିୟାଣାର ରୋହତକ ବାସିନ୍ଦା ଏନଆରଆଇ ନରେଶ କୁମାର ଆମେରିକାରେ ରୁହନ୍ତି। କୁହାଯାଇଛି ଯେ ୩ମାସ ତଳେ ପୂର୍ବ ଥାନା ଟୋହନାରେ ନରେଶ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୋଗକାରୀ ମହିଳା ନିଜକୁ ନରେଶ କୁମାରଙ୍କ ଚତୁର୍ଥ ପତ୍ନୀ ବୋଲି କହିଥିଲେ। ସେ କହିଥିଲେ ଯେ ଏହା ପୂର୍ବରୁ ନରେଶ କୁମାର ୩ଥର ବିବାହ କରି ସାରିଛନ୍ତି ଏବଂ ଏବେ ପଞ୍ଚମ ବିବାହ କରିବାକୁ ଚାହୁଁଛନ୍ତି।

ପୀଡ଼ିତାଙ୍କ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତ ସ୍ବାମୀ ନରେଶ କୁମାରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରି ଦେଇଛି। ନିକଟରେ ଯେତେବେଳେ ନରେଶ ଆମେରିକାରୁ ଆସିଥିଲେ ସେତେବେଳେ ଟୋହନା ଥାନା ପୋଲିସ୍ ରୋହତକରୁ ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଏନଆରଆଇକୁ ପୋଲିସ୍ ଟୋହନା ନେଇ ଆସିଥିଲା। ଏଠାରେ ତାଙ୍କୁ ପଚରାଉଚୁରା କରାଯାଉଛି।

ପୀଡ଼ିତା ସ୍ବିଟି ଅଭିଯୋଗ କରିଛନ୍ତି ଯେ ତାଙ୍କ ବିବାହ ଗତ ବର୍ଷ ହୋଇଥିଲା। ବିବାହର ମାସେ ପରେ ହିଁ ତାଙ୍କ ସ୍ବାମୀ ଆମେରିକା ଚାଲି ଯାଇଥିଲେ। ଏହି ସମୟରେ ସ୍ବାମୀ ତାଙ୍କ ସବୁ ଗହଣା ମଧ୍ୟ ନିଜ ସହ ନେଇ ଯାଇଥିଲେ। ଏହା ପରେ ସେ ତାଙ୍କୁ ଟଙ୍କା ମାଗିଥିଲା। ଯେତେବେଳେ ସ୍ବିଟି ଟଙ୍କା ଦେବାକୁ ଅସମର୍ଥ ବୋଲି କହିଲେ ସେତେବେଳେ ସେ ତାଙ୍କ ଫୋନ୍ ଉଠାଇବା ବନ୍ଦ କରି ଦେଇଥିଲେ। ଏହା ପରେ ସେ କାହାଠୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବାମୀ ୫ମ ବିବାହ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.