ଓଡିଶାରେ ଏନଆରସି କରାଯାଉ

Published By : Prameya-News7 Bureau | August 04, 2018 IST

ଭୁବନେଶ୍ୱର ୪/୮ : ଆସାମ ଏନଆରସି ତାଲିକାରୁ ବାଦ ପଡିଥିବା ଅନୁପ୍ରବେଶକାରୀମାନେ ଓଡିଶା ମୁହାଁ ବୋଲି ଗୁଇନ୍ଦା ରିପୋର୍ଟ ପହଂଚିବା ପରେ ଓଡିଶା ସରକାର ସତର୍କ ହୋଇପଡିଛନ୍ତି | ସବୁ ଉପକୂଳବର୍ତ୍ତୀ ଥାନା ଗୁଡିକ ଅଧିକ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି | ଏପରିକି ଅନୁପ୍ରବେଶକାରୀମାନେ ସ୍ଥଳପଥରେ ଆସି ଆଭ୍ୟନ୍ତରୀଣ ଓଡିଶାରେ ପଶିବାର ଆକାଂକ୍ଷା ମଧ୍ୟ ରହିଛି | ଆସାମରେ ଜାତୀୟ ନାଗରିକ ତାଲିକା ବା ଏନଆରସି ଚିଠା ତାଲିକା ପ୍ରକାଶ ପାଇବା ପରେ ପ୍ରାୟ ୪୦ ଲକ୍ଷ ଲୋକ ବାଦ ପଡିଛନ୍ତି | ଯଦିଓ ବାଦ ପଡିଥିବା ୪୦ ଲକ୍ଷ ଲୋକ ଅନୁପ୍ରବେଶକାରୀ ବୋଲି କୁହାଯାଇପାରିବ ନାହିଁ | କିନ୍ତୁ ବହୁ ଅନୁପ୍ରବେଶକାରୀ ଥିବା ଜଣାପଡିଛି | ସେମାନେ ଗିରଫ ଭୟରେ ଅନ୍ୟ ରାଜ୍ୟକୁ ପଳାୟନ କରିବାକୁ ଉଦ୍ୟମ କରୁଛନ୍ତି | ଅପରପକ୍ଷରେ ଏନଆରସି ରିପୋର୍ଟକୁ ନେଇ ସମଗ୍ର ଦେଶରେ ରାଜନୈତିକ କାଦୁଅ ଫିଙ୍ଗା ଚାଲିଛି | କଂଗ୍ରେସ ପକ୍ଷରୁ ଆଜି ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି | ଆସାମ ଭଳି ଓଡିଶା ମଧ୍ୟ ଅନୁପ୍ରବେଶ ଦୃଷ୍ଟି କୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ | ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶ ପାଇଁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡା, ଜଗତସିଂହପୁର ଏବଂ ବାଲେଶ୍ୱର ଜିଲ୍ଲା | ତେଣୁ ଓଡିଶାରେ ମଧ୍ୟ ଏନଆରସି ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.