Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

NPSର ୩.୩୬ କୋଟି ଖାତାଧାରୀଙ୍କ ପାଇଁ ବଡ ଖବର ! ସମୟ ପୂର୍ବରୁ ଟଙ୍କା ଉଠାଇବାକୁ ଅନୁମତି ଦେଲେ ସରକାର

10/04/2020 at 4:26 PM

ନୂଆଦିଲ୍ଲୀ ୧୦।୦୪: ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ(PFRDA) ଶୁକ୍ରବାର କହିଛି ଯେ, ଏନପିଏସ ଖାତାଧାରୀଙ୍କୁ କୋଭିଡ୍-୧୯ ଉପଚାର ସମ୍ବନ୍ଧିତ ଖର୍ଚ୍ଚ ପାଇଁ ଆଂଶିକ ଟଙ୍କା ଉଠାଣକୁ ଅନୁମତି ଦେଇଛି। ପିଏଫଆରଡିଏ ରାଷ୍ଟ୍ରୀୟ ପେନସନ ଯୋଜନା ଆଧାରରେ ସମସ୍ତ ଅଂଶଧାରୀ ଓ ଖାତାଧାରକଙ୍କୁ ସମ୍ବୋଧିତ ଏକ ପରିପତ୍ରରେ କହିଛି ଯେ, ଭାରତ ସରକାରଙ୍କ ନିର୍ଣ୍ଣୟକୁ ଦୃଷ୍ଟିରେ ରଖି କୋଭିଡ୍-୧୯କୁ ମହାମାରୀ ଘୋଷିତ କରାଯାଇଛି। କୋଭିଡ-୧୯କୁ ଗମ୍ଭୀର ମହାମାରୀ ଘୋଷିତ କରିବାରକୁ ନିର୍ଣ୍ଣୟ ନେଇଛନ୍ତି, ଯାହା ବହୁତ ପ୍ରାଣଘାତକ।

ପିଏଫଆରଡିଏ ପରିପତ୍ରରେ କହିଛି ଯେ, ଖାତାଧାରୀଙ୍କୁ ରୋଗର ଚିକିତ୍ସା ପାଇଁ ଆଂଶିକ ଟଙ୍କା ଉଠାଣର ଅନୁମତି ଦେଇଛି। ଏହି ଅନୁମତି ଆବଶ୍ୟକ ପଡିଲେ ଖାତାଧାରୀଙ୍କୁ, ତାଙ୍କର ଜୀବନସାଥୀ, ପିଲା, ପିତା-ମାତାଙ୍କ ଚିକିତ୍ସା ପାଇଁ ଦିଆଯିବ।

ପିଏଫଆରଡିଏ ସ୍ପଷ୍ଟ କରିଛି ଯେ, ଆଂଶିକ ଟଙ୍କା ଉଠାଣ ସୁବିଧା ଅଟଳ ପେନସନ ଯୋଜନା ଖାତାଧାରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହଁ। ପିଏଫଆରଡିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ଏପିଓ୍ଵାଇର ଖାତାଧାରୀଙ୍କ ପାଇଁ ଆଂଶିକ ଟଙ୍କା ଉଠାଣର କୌଣସି ପ୍ରାବଧାନ ନାହିଁ।

   Related Posts