ବେଶି ଦରକାରି ଔଷଧ ଏବେ ମହଙ୍ଗା, ୨୧ ପ୍ରକାର ଔଷଧର ଦାମ୍ ୫୦ % ବଢାଇଲେ ସରକାର

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ ୧୪.୧୨: ଏବେ ବଢିଯିବ ଆପଣଙ୍କ ଔଷଧ ଖର୍ଚ୍ଚ । କାରଣ ସରକାରଙ୍କ ଅଧିନରେ ଥିବା ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା NPPA ନେଇଛନ୍ତି ଏପରି କିଛି ନିଷ୍ପତ୍ତି ।  ୨୧ ପ୍ରକାରର ବହୁଳ ବ୍ୟବହାର ହେଉଥିବା ଔଷଧ ମୂଲ୍ୟ ବଢାଇବାକୁ ଦେଇଛନ୍ତି ମୋହର । ପ୍ରଥମଥର ଲାଗି ସାଧାରଣ ଲୋକଙ୍କ ସ୍ୱାର୍ଥର ପ୍ରାବଧାନ ଲଗାଇ NPPA  ଏପରି ନିଷ୍ପତ୍ତି ନେଇଛି ।

{"id":197582,"width":579,"height":309,"sizeSlug":"large"}

ସେସବୁ ଔଷଧର ଦର ୫୦ ପ୍ରତିଶତ ବୃଦ୍ଧି କରିବାକୁ ମଂଜୁରୀ ଦେଇଛି । ଏହା ଫଳରେ ସାଧାରଣରେ ବହୁଳ ବ୍ୟବହାର କରାଯାଉଥିବା କିଛି  ପ୍ରମୂଖ ଆଣ୍ଟିବାୟୋଟିକ୍ସ, ଆଣ୍ଟି ଆଲର୍ଜିକ ଔଷଧ. ମ୍ୟାଲେରିଆ ପ୍ରତିଷେଧକ ଔଷଧ ,BCG ଟୀକା ଏବଂ ଭିଟାମିନ୍ C  ଆଦି ମହଙ୍ଗା ହେବ ।

{"id":197578,"sizeSlug":"large"}

ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର ୨୦୧୩ ର ଅନୁଚ୍ଛେଦ ୧୯ ଆଧାରରେ ଏହି ଦର ବୃଦ୍ଧି ନଷ୍ପତ୍ତି ନେଇଚନ୍ତି NPPA ,  ଏବଂ ସେହି ଆଧାରରେ ଏହି ଔଷଧ ଗୁଡିକର ଦାମ୍‌ ବର୍ତ୍ତମାନର ଦାମ୍‌ ଅପେକ୍ଷା ୫୦ ପ୍ରତିଶତ ବଢିଯିବ । ଫଳରେ  ସାଦାରଣ ଲୋକଙ୍କୁ ଔଷଧ ଖର୍ଚ୍ଚ ବଢିବ । ଔଷଧ ଶିଳ୍ପର ଦାବିକୁ ଗ୍ରହଣ କରି ସରକାର ଏହି ଦରବୃଦ୍ଧିକୁ ମଂଜୁର କରିଛନ୍ତି । କାରଣ ଦୁଇ ବର୍ଷ ହେବ ଏପରି ଔଷଧ ଗୁଡିକର ଦାମ ବଢାଇବା ଲାଗି ଔଷଧ କମ୍ପାନୀ ମାନେ NPPA  ନିକଟରେଦାବି କରିଆସୁଥିଲେ ।

{"id":197583,"width":580,"height":386,"sizeSlug":"large"}

ଉତ୍ପାଦନ ଖର୍ଚ୍ଚ, କଞ୍ଚାମାଲ୍‌ର ଉପଲବ୍ଧତା ଆଦି ବିଭିନ୍ନ କାରଣ ଦର୍ଶାଇ ଔଷଧ କମ୍ପାନୀ ମାନେ ବଜାରରେ ବେଶି ଚାହିଦା ଥିବା ଏହି ଔଷଧ ଗୁଡିକର ଦର ବୃଦ୍ଧି ଲାଗି ଯୁକ୍ତି କରିଆସୁଛନ୍ତି ।    ତେବେ ଏହି ଦରବୃଦ୍ଧି ନିଷ୍ପତ୍ତିରେ ଏକ ଭିନ୍ନ କଥା ଟି ହେଲା, NPPA  ସାଧାରଣ ଲୋକଙ୍କ ସ୍ୱାର୍ଥ ପ୍ରାବଧାନ ଲଗାଇ ଔଷଧର ଦାମ କମ୍ କରିଆସୁଥିବା ବେଳେ , ଦର ବଢାଇବା ବେଳେ  ଏବେ ସାଧାରଣ ସ୍ୱାର୍ଥର ଟ୍ୟାଗ୍ ଲଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.