ଏଣିକି ଷ୍ଟ୍ରିଟ୍-ଫୁଡର ହେବ ହୋମ୍‌ ଡେଲିଭରୀ, ସ୍ବିଗି ସହ ଆରମ୍ଭ ହେଲା ପାଇଲଟ ଯୋଜନା

Published By : Prameya-News7 Bureau | October 06, 2020 IST

ନୂଆଦିଲ୍ଲୀ ୦୬/୧୦: ଏବେ ବି ଦେଶରେ କରୋନା ଭାଇରସ ଆତଙ୍କ ବଳବତ୍ତର ରହିଛି। ଯଦିଓ ଜନଗହଳିପୂଣ୍ର୍ଣ ସ୍ଥାନକୁ ଯିବାକୁ ଏବେ ବି ମନା କରାଯାଉଛି କିନ୍ତୁ ଷ୍ଟ୍ରିଟ୍ ଫୁଡ୍‌ ପ୍ରେମୀ ଘରୁ ବାହାରୁ ବାହାରୁଛନ୍ତି ଏହାର ମଜା ନେବା ପାଇଁ । ମାତ୍ର ଏବେ ସ୍ବାଦିଷ୍ଟ ଷ୍ଟ୍ରିଟ-ଫୁଡ୍ ଖାଦ୍ୟ ପାଇଁ ଘରକୁ ଆଉ ବାହାରକୁ ବାହାରିବାକୁ ପଡ଼ିବ ନାହିଁ। ଏବେ ଘର ଦୁଆର ମୁହଁରେ ହିଁ ସରକାର ଷ୍ଟ୍ରିଟ୍ ଫୁଡ୍ ବ୍ୟବସ୍ଥା କରିବାକୁ ଯାଉଛନ୍ତି।

ସହରୀ ବିକାଶ ମନ୍ତ୍ରାଳୟ ଅନଲାଇନ ଫୁଡ୍ ଡେଲିଭରି କମ୍ପାନି ସ୍ବିଗି ସହି ଏ ନେଇ ଚୁକ୍ତି କରିଛନ୍ତି। ଖୁବଶୀଘ୍ର ଦିଲ୍ଲୀ, ଅହମଦାବାଦ, ଚେନ୍ନାଇ, ଇନ୍ଦୋର ଓ ବନାରସରେ ଲୋକେ ଏବେ ଷ୍ଟ୍ରିଟ୍ ଫୁଡ୍ ସ୍ବାଦିଷ୍ଟ ଖାଦ୍ୟକୁ ଘରେ ବସି ଅନଲାଇନରେ ଆନନ୍ଦ ଉଠାଇବେ। ଏହି ଯୋଜନା ଏବେ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ଆରମ୍ଭ ହୋଇଛି। ଏହା ଦ୍ବାରା ୨୫୦ ଷ୍ଟ୍ରିଟ ଫୁଡ ଭେଣ୍ଡରଙ୍କୁ କମ୍ପାନିରେ ଯୋଡା ଯିବ। ଯଦି ଏହା ସଫଳ ରହେ ତେବେ ଅନ୍ୟ ସହରରେ ଲାଗୁ କରାଯିବ।

ମନ୍ତ୍ରାଳୟ ଅଧିକାରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି ଯୋଜନା ମାଧ୍ୟମରେ ଗ୍ରହଣ କରାଯାଇ ଥିବା ଏ​‌ ପଦକ୍ଷେପର ଉଦ୍ଦେଶ୍ୟ ଅନଲାଇନ ମାଧ୍ୟମରେ ହଜାର ହଜାର ଗ୍ରାହକଙ୍କୁ ଯୋଡିବା ତଥା ବ୍ୟବସାୟ ବୃଦ୍ଧି କରିବା।

ଏ ପାଇଁ ମନ୍ତ୍ରାଳୟ ନଗର ନିଗମ, ଏଫଏସଏସଏଆଇ, ସ୍ବିଗି ଓ ଜିଏସଟି ଅଧିକାରୀଙ୍କୁ ସାମିଲ କରିବ। ମନ୍ତ୍ରାଳୟର ଯୁଗ୍ମ ସଚିବ ସଞ୍ଜୟ କୁମାର ଓ ସ୍ବିଗିର ମୁଖ୍ୟ ଅର୍ଥ ଅଧିକାରୀ ରାହୁଲ ବୋହରା ଓ୍ବେବିନାର ମାଧ୍ୟମରେ ଏ ନେଇ ସହମତି ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.