Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ୟୁଆଇଡିଏଆଇର ସୂଚନା: ଆଧାର କାର୍ଡରେ କୌଣସି ଭୁଲ୍ ଥିଲେ ଅତି ସହଜରେ ବଦଳାଇ ପାରିବେ, ଖୋଲାଯିବ ଅଧିକ ଆଧାର ସେବା କେନ୍ଦ୍ର

22/11/2019 at 1:09 PM

ନୂଆଦିଲ୍ଲୀ୨୨/୧୧: ୟୁଆଇଡିଏଆଇ ( Unique Identification Authority of India) ଟ୍ବିଟ୍ କରି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି। ଏବେ ଆଧାରରେ  କୌଣସି ଭୁଲ ଥିଲେ ଅତି ସହଜରେ ବଦଳାଇ ପାରିବେ। ପୂର୍ବଭଳି ଆପଣଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ। ୟୁଆଇଡିଏଆଇ କହିଛି ଯେ ଦେଶରେ ଅଳ୍ପ ମାତ୍ରାରେ ଆଧାର ସେବା କେନ୍ଦ୍ର ପରିଚାଳିତ ହେଉଛି। ଦେଶରେ ଅଧିକ କେନ୍ଦ୍ର ଖୋଲିବାର ଯୋଜନା ରହିଛି।

ଏହି ସେବା କେନ୍ଦ୍ର ଗୁଡିକୁ ୭ ଦିନ ଖୋଲା ରଖିବା ପାଇଁ ୟୁଆଇଡିଏଆଇ ନିଷ୍ପତ୍ତି ନେଇଛି। ଆଧାରସେବା କେନ୍ଦ୍ର ପ୍ରତି ମଙ୍ଗଳବାର ବନ୍ଦ ରହେ କିନ୍ତୁ ଏବେ କେବଳ ସରକାରୀ ଛୁଟିରେ ଆଧାରକେନ୍ଦ୍ର ବନ୍ଦ ରହିବ। ସକାଳ ୯.୩୦ ମିନିଟରୁ ସନ୍ଧ୍ୟା ୫.୩୦ ମିନିଟ୍ ପର୍ଯ୍ୟନ୍ତ ଆଧାରକେନ୍ଦ୍ର ଖୋଲା ରହିବ ବୋଲି ୟୁଆଇଡିଏଆଇ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ୫୩ ସହରରେ ଅଧିକ ସଂଖ୍ୟକ ଆଧାରସେବା କେନ୍ଦ୍ର ଖୋଲାଯିବ ବୋଲି ୟୁଆଇଡିଏଆଇ ସୂଚନା ଦେଇଛି।

ପ୍ରତିଦିନ ଆଧାରକେନ୍ଦ୍ରରେ ଏକ ହଜାର ଆଧାର କାର୍ଡ ପଞ୍ଜିକରଣ କରାଯିବ। ଏଥିପାଇଁ ଆଧାରକାର୍ଡ ପିଛା ୫୦ ଟଙ୍କା ଦେବାକୁ ପଡ଼ିବ। ଏହି ସୁବିଧାର ଫାଇଦା ଉଠାଇବା ଲାଗି ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ଆଧାର କାର୍ଡରେ କୌଣସି ତୃଟି ଥିଲେ ଆପଣ ଆଧାର କେନ୍ଦ୍ରରେ ପରିବର୍ତ୍ତନ କରି ପାରିବେ।

   Related Posts