ନୂଆଦିଲ୍ଲୀ୨୨/୧୧: ୟୁଆଇଡିଏଆଇ ( Unique Identification Authority of India) ଟ୍ବିଟ୍ କରି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି। ଏବେ ଆଧାରରେ କୌଣସି ଭୁଲ ଥିଲେ ଅତି ସହଜରେ ବଦଳାଇ ପାରିବେ। ପୂର୍ବଭଳି ଆପଣଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ। ୟୁଆଇଡିଏଆଇ କହିଛି ଯେ ଦେଶରେ ଅଳ୍ପ ମାତ୍ରାରେ ଆଧାର ସେବା କେନ୍ଦ୍ର ପରିଚାଳିତ ହେଉଛି। ଦେଶରେ ଅଧିକ କେନ୍ଦ୍ର ଖୋଲିବାର ଯୋଜନା ରହିଛି।
ଏହି ସେବା କେନ୍ଦ୍ର ଗୁଡିକୁ ୭ ଦିନ ଖୋଲା ରଖିବା ପାଇଁ ୟୁଆଇଡିଏଆଇ ନିଷ୍ପତ୍ତି ନେଇଛି। ଆଧାରସେବା କେନ୍ଦ୍ର ପ୍ରତି ମଙ୍ଗଳବାର ବନ୍ଦ ରହେ କିନ୍ତୁ ଏବେ କେବଳ ସରକାରୀ ଛୁଟିରେ ଆଧାରକେନ୍ଦ୍ର ବନ୍ଦ ରହିବ। ସକାଳ ୯.୩୦ ମିନିଟରୁ ସନ୍ଧ୍ୟା ୫.୩୦ ମିନିଟ୍ ପର୍ଯ୍ୟନ୍ତ ଆଧାରକେନ୍ଦ୍ର ଖୋଲା ରହିବ ବୋଲି ୟୁଆଇଡିଏଆଇ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ୫୩ ସହରରେ ଅଧିକ ସଂଖ୍ୟକ ଆଧାରସେବା କେନ୍ଦ୍ର ଖୋଲାଯିବ ବୋଲି ୟୁଆଇଡିଏଆଇ ସୂଚନା ଦେଇଛି।
ପ୍ରତିଦିନ ଆଧାରକେନ୍ଦ୍ରରେ ଏକ ହଜାର ଆଧାର କାର୍ଡ ପଞ୍ଜିକରଣ କରାଯିବ। ଏଥିପାଇଁ ଆଧାରକାର୍ଡ ପିଛା ୫୦ ଟଙ୍କା ଦେବାକୁ ପଡ଼ିବ। ଏହି ସୁବିଧାର ଫାଇଦା ଉଠାଇବା ଲାଗି ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ଆଧାର କାର୍ଡରେ କୌଣସି ତୃଟି ଥିଲେ ଆପଣ ଆଧାର କେନ୍ଦ୍ରରେ ପରିବର୍ତ୍ତନ କରି ପାରିବେ।