‘ଘାତକ’ ଫିଲ୍ମରେ ସନ୍ନି ଦେଓଲଙ୍କ ହିରୋଇନ୍ ହୋଇଥିଲେ ଏହି ଅଭିନେତ୍ରୀ : ଏବେ ତାଙ୍କୁ ଦେଖି ଚିହ୍ନି ପାରିବେନି ଆପଣ
7/04/2019 at 5:21 PM

ମୁମ୍ବାଇ ୭/୪: ଅଧିକାଂଶ ବଲିଉଡ ଅଭିନେତ୍ରୀମାନେ ଫିଲ୍ମ ଜଗତର ଚାକଚକ୍ୟଠୁ ଦୂରେଇ ରୁହନ୍ତି। ଆମେ ତାଙ୍କ ବିଷୟରେ କିଛି ଜାଣିପାରୁନା। ଆଜି ଆମେ ଏପରି ଏକ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବା ଯିଏ ବିଗତ ଦିନରେ ସନ୍ନି ଦେଓଲଙ୍କ ସହ ଫିଲ୍ମରେ କାମ କରି ଧୁମ୍ ମଚାଉଥିଲେ କିନ୍ତୁ ଆଜି କିପରି ଜୀବନ ବିତାଉଛନ୍ତି ଜାଣି ଆପଣ ବିଶ୍ବାସ କରି ପାରିବେ ନାହିଁ। ଆମେ କଥା ହେଉଛୁ ୮୦ଦଶକରେ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ସୁନ୍ଦରୀ ଅଭିନେତ୍ରୀ ମିନାକ୍ଷୀ ସେଶାଦ୍ରି ଯିଏ ଏବେ ଫିଲ୍ମ ଜଗତରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି।

ସେ ସାର୍ବଜନୀକ ସ୍ଥାନରେ ମଧ୍ୟ ବହୁତ କମ୍ ଦେଖାଯାଆନ୍ତି। ଏହି କିଛି ଦିନ ତଳେ ତାଙ୍କର ଏକ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମିନାକ୍ଷୀଙ୍କ ସହ କାମ କରିଥିବା ଅନେକ ବଡ଼ ଅଭିନେତା ମଧ୍ୟ ତାଙ୍କୁ ଚିହ୍ନି ପାରିନଥିଲେ। ବୟସର ଛାପ ତାଙ୍କଠାରେ ଏବେଠୁ ଦେଖାଗଲାଣି।

ମିନାକ୍ଷୀ ପୂର୍ବ ଅପେକ୍ଷା ବହୁତ ବଦଳି ଗଲେଣି। କିଛି ଦିନ ପୂର୍ବରୁ ଋଷି କପୁର ତାଙ୍କ ଫଟୋ ଦେଖାଇ ପଚାରିଥିଲେ ୟାଙ୍କୁ ଚିହ୍ନି ପାରୁଛନ୍ତି କି? ଏହାପରେ ମିନାକ୍ଷୀଙ୍କ ଚର୍ଚ୍ଚା ଆହୁରି ଜୋର ଧରିଥିଲା। ବଲିଉଡର ଏହି ଅଭିନେତ୍ରୀ ପାଖାପାଖି ସବୁ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି। ୧୯୮୧ରେ ମିସ୍ ଇଣ୍ଡିଆ ହୋଇଥିବା ମିନାକ୍ଷୀଙ୍କ ଫିଲ୍ମ କ୍ୟାରିୟର ଫିଲ୍ମ ‘ପେଣ୍ଟରବାବୁ’ରୁ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କ ସହ ମନୋଜ କୁମାରଙ୍କ ଭାଇ ରାଜୀବ ଗୋସ୍ବାମୀ ଅଭିନୟ କରିଥିଲେ। ସେ ‘ହିରୋ’,‘ଦାମିନୀ’,‘ମେରି ଜଙ୍ଗ’,‘ବିଜୟ’,‘ଶେହନଶାହ’,‘ଘାୟଲ’,‘ଡୁୟେଟ’ ଭଳି ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥିଲେ।

୧୫ବର୍ଷର କ୍ୟାରିୟରରେ ସେ ପାଖାପାଖି ୮୦ଟି ଫିଲ୍ମରେ କାମ କରିଥିଲେ। ଷ୍ଟାରଡମ୍ ପାଇଥିବା ସମୟରେ ମିନାକ୍ଷୀ ଜଣେ ନିର୍ଦେଶକଙ୍କ ପ୍ରେମକୁ ଡରିଥିଲେ। ୧୯୯୦ମସିହାରେ ‘ଘାୟଲ’ ସୁଟିଂ ହେବାବେଳେ ରାଜ କୁମାର ସନ୍ତୋଷୀ ମିନାକ୍ଷୀଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ।

ମିନାକ୍ଷୀ ତାଙ୍କ ପ୍ରେମକୁ ଅସ୍ବୀକାର କରିଥିଲେ ଏବଂ ତାଙ୍କ ଫିଲ୍ମରେ କାମ କରିବା ଜାରି ରଖିଥିଲେ। ‘ଘାୟଲ’ ପରେ ‘ଦାମିନୀ’ ମିନାକ୍ଷୀଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଫିଲ୍ମ ଥିଲା। ‘ଦାମିନୀ’ରେ ଦମଦାର ଭୂମିକାରେ ଅଭିନୟ କରି ମିନାକ୍ଷୀ,ମାଧୁରୀଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇଥିଲେ। ୧୯୯୬ରେ ଆସିଥିବା ‘ଘାତକ’ ଫିଲ୍ବ ତାଙ୍କ ଶେଷ ସ୍ମରଣୀୟ ଫିଲ୍ମ ଥିଲା। ଏହି ଫିଲ୍ମ ସମୟରେ ମିନାକ୍ଷୀଙ୍କୁ ପ୍ରଥମ ଥର ପ୍ରେମ ହୋଇଥିଲା।

୧୯୯୫ମସିହାରେ ମିନାକ୍ଷୀ ଆମେରିକାରେ ରହୁଥିବା ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ ମାୟରଙ୍କୁ ବିବାହ କରିଥିଲେ। ଦୁହେଁ ଏକ ଫିଲ୍ମର ପାର୍ଟିରେ ଭେଟିଥିଲେ। ପ୍ରେମ ହେବାପରେ ଦୁହେଁ ଲୁଚିଛପି ବିବାହ କରିଥିଲେ। ଆଜି ମିନାକ୍ଷୀଙ୍କ ଦୁଇଟି ସନ୍ତାନ ଏବଂ ସେ ତାଙ୍କ ପରିବାରକୁ ନେଇ ଅତ୍ୟନ୍ତ ଖୁସି ଅଛନ୍ତି। ଏହା ସହିତ ସେ ନିଜ ସ୍ବାମୀଙ୍କ ସହଯୋଗରେ ଆମେରିକାରେ ଏକ ଡ୍ୟାନସିଙ୍ଗ ସ୍କୁଲ ଖୋଲିଥିଲେ ଯେଉଁଠି ସେ ନିଜ ସ୍ବପ୍ନକୁ ସାକାର କରିଛନ୍ତି।
