Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କ ପାଖରେ ଅଛି କି ଚିରା ଫଟା ନୋଟ୍ ? ଫ୍ରିରେ ବଦଳାଇ ପାଇବେ ପୁରା ଟଙ୍କା

25/10/2020 at 1:24 PM

ନୂଆଦିଲ୍ଲୀ ୨୫/୧୦ : ଆପଣଙ୍କ ପାଖରେ ଚିରା ଫଟା ନୋଟ ଅଛି କି ? ଯଦି ଅଛି ତାହେଲେ ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ। କାରଣ ସହଜରେ ଏହି ଚିରା ଫଟା ନୋଟ୍ ବଦଳାଇ ପାରିବେ। ଆରବିଆଇ ତରଫରୁ ଚିରା ଫଟା ନୋଟକୁ ନେଇ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନ୍ ଅନୁଯାୟୀ ଗ୍ରାହକ ବ୍ୟାଙ୍କକୁ ଯାଇ ଏହିସବୁ ନୋଟ୍ ବଦଳାଇ ପାରିବେ। ଜାଣନ୍ତୁ କିଭଳି ବଦଳାଇବେ ଚିରା ନୋଟ୍:

ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ ଅନୁସାରେ, ପ୍ରତ୍ୟେକ ବ୍ୟାଙ୍କକୁ ପୁରୁଣା ଚିରା ନୋଟ୍ ସ୍ୱୀକାର କରିବାକୁ ହେବ। କିନ୍ତୁ ନୋଟ୍ ନକଲି ହେଇନଥିବା ଦରକାର। ଏଥିପାଇଁ ଆପଣ ସହଜରେ ନିଜ ନିକଟସ୍ଥ ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ନୋଟ୍ ବଦଳାଇ ପାରିବେ। ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବନି। ଏଥିପାଇଁ ସେହି ବ୍ୟାଙ୍କର ଗ୍ରାହକ ହେବା ମଧ୍ୟ ଆବଶ୍ୟକ ନୁହେଁ।

ନୋଟ ବଦଳାଇବା ବ୍ୟାଙ୍କ ଉପରେ ନିର୍ଭର କରେ ଯେ ସେ ଚିରା ନୋଟ୍ ବଦଳାଇବ ନା ନାହିଁ। ଏଥିପାଇଁ କୌଣସି ଗ୍ରାହକ ବ୍ୟାଙ୍କରେ ଜୋର ଜବରଦସ୍ତ କରିପାରିବେ ନାହିଁ। ବ୍ୟାଙ୍କ ଚିରା ନୋଟ୍ ନେବାବେଳେ ଏହା ଚେକ୍ କରିଥାଏ ଯେ ନୋଟ୍ ଜାଣିଶୁଣି ଚିରା ଯାଇନାହିଁ ତ। ଏହାଛଡା ନୋଟର ସ୍ଥିତି କେମିତି ଅଛି ତାହା ମଧ୍ୟ ଚେକ୍ କରେ। ଏହାପରେ ତାକୁ ବଦଳାଇଥାଏ।

କିଛି ପରିସ୍ଥିତିରେ ଚିରା ନୋଟ୍ ବଦଳାଯାଇନଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ, ପୋଡି ଯାଇଥିବା, ଟୁକୁଡା ଟୁକୁଡା ହୋଇଥିବା ନୋଟ୍ ବଦଳାଇ ହେବନାହିଁ। ଏହିଭଳି ନୋଟକୁ ଆରବିଆଇ ଇସ୍ୟୁ ଅଫିସରେ ଜମା କରାଯାଇଥାଏ। 

ଏହିଭଳି ନୋଟ୍ ଦ୍ୱାରା ଆପଣ ବ୍ୟାଙ୍କରେ ନିଜ ବିଲ କିମ୍ବା ଟ୍ୟାକ୍ସ ଦେଇପାରିବେ। ଏହିଭଳି ନୋଟ୍ ବ୍ୟାଙ୍କରେ ଜମା କରି ଆପଣ ନିଜ ଖାତାର ରାଶି ମଧ୍ୟ ବଢ଼ାଇ ପାରିବେ। ଯେଉଁ ନୋଟରେ କିଛି ସନ୍ଦେଶ ଲେଖାଯାଇଥିବ କିମ୍ବା କୌଣସି ପ୍ରକାର ରାଜନୈତିକ ସନ୍ଦେଶ ଲେଖା ଯାଇଥିବ ସେହି ନୋଟ୍ ବ୍ୟବହାର କରାଯାଇ ପାରିବନାହିଁ।

   Related Posts