ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟକୁ ସମ୍ମାନ - ଅଯୋଧ୍ୟା ରାୟ ପରେ ହିନ୍ଦୁ ମୁସଲମାନ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ପ୍ରୟାସ

Published By : Prameya-News7 Bureau | November 10, 2019 IST

ନୂଆଦିଲ୍ଲୀ ୧୦।୧୧ -ଅଯୋଧ୍ୟା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିଯିବା ପରେ ଏବେ ସହମତି ପାଇଁ ଚାଲିଛି ଉଦ୍ୟମ । ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ସବୁ ପକ୍ଷ ଏହାକୁ ମାନିନେବା ଉଚିତ୍‌ ବୋଲି ମତ ପ୍ରକାଶ ପାଇଛି । ଏହାରି ଭିତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ହିନ୍ଦୁ ଓ ମୁସଲମାନ ପକ୍ଷର ଧର୍ମଗୁରୁ ମାନଙ୍କ ସହିତ ଆଲୋଚନା କରିଛନ୍ତି । ରାମ ଜନ୍ମଭୂମି ନ୍ୟାସ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବ ଏହାର ସନ୍ଥ କହିଛନ୍ତି । ଅଯୋଧ୍ୟା ସମେତ ସାରା ଦେଶରେ କଡା ସୁରକ୍ଷା ବଳବତ୍ତର ରହିଛି ।…

{"id":182103}

ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟକୁ ସମ୍ମାନ ।ଅଯୋଧ୍ୟା ରାୟ ପରେ ହିନ୍ଦୁ ମୁସଲମାନ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ପ୍ରୟାସ । ଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ଓ ମୁସଲମାନ ପକ୍ଷରୁ ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ଗୁରୁ ମାନଙ୍କୁ ନେଇ ବୈଠକ । ବୈଠକରେ ଯୋଗଗୁରୁ ବାବା ରାମଦେବ, ମୌଲାନା ଏମ୍‌. ମଦ୍ଦାନି, ଅଧ୍ବେଶାନନ୍ଦ ଗିରି ପ୍ରମୁଖ ଯୋଗଦେଇ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି । ଘଣ୍ଟାଏରୁ ଅଧିକ ସମୟ  ଧରି ଚାଲିଥିଲା ବୈଠକ। ଏହି ରାୟକୁ କାହାର ବିଜୟ ବା ପରାଜୟ ନୁହେଁ ବରଂ ସମ୍ମାନ ଦିଆଯିବା ଆବଶ୍ୟକ ।…

{"id":182104}

ରାୟ ପରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଉପରେ ଗୁରୁତ୍ବ ଦିଆଯାଉଛି । ଅନ୍ୟପଟେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ରାମ ଜନ୍ମଭୂମି ଆନ୍ଦୋଳନ ସହିତ ଆରମ୍ଭରୁ ଜଡ଼ିତ ମହନ୍ତ ମହନ୍ତ ନୃତ୍ୟଗୋପାଳ ଦାଶ କହିଛନ୍ତି ଯେ ରାମ ଜନ୍ମଭୂମି ନ୍ୟାସ ପକ୍ଷରୁ ହିଁ ମନ୍ଦିର ନିର୍ମାଣ କରାଯିବ ।

{"id":182105}

ମୁସଲିମ ପକ୍ଷକୁ ୫ ଏକର ଜମି ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ମୁସଲିମ ପକ୍ଷ ଏହି ଜମିକୁ ଗ୍ରହଣ କରିବେ କି ନାହିଁ ସେ ସଂପର୍କରେ ନଭେମ୍ବର ୨୬ରେ ସୁନ୍ନି ୱାକଫ୍‌ ବୋର୍ଡର ବୈଠକ ବସି ନିଷ୍ପତ୍ତି ନିଆଯିବ ।…

{"id":182106}

ଅଯୋଧ୍ୟା ରାୟ ଆସିବା ପରେ ୟୁପି ସମେତ ସାରା ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡିଆରେ କୌଣସି ଉତ୍ତେଜନା ସୃଷ୍ଟିକାରୀ ବାର୍ତ୍ତା ଉପରେ କଡ଼ା ନଜର ରଖାଯାଇଛି

{"id":182107}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.