Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଏବେ ଶତ୍ରୁକୁ ସାମ୍ନା କରିବ ନାରୀଶକ୍ତି : ଏଲଓସିରେ ମୁତୟନ ହେଲେ ମହିଳା ଯବାନ, ଲେଖାହେଲା ନୂଆ ଇତିହାସ

5/08/2020 at 5:56 PM

ନୂଆଦିଲ୍ଲୀ, ୦୫|୦୮: କାଶ୍ମୀରରେ ଆତଙ୍କବାଦ ଓ ନିଶା ଦ୍ରବ୍ୟ ଚୋରା କାରବାର ଉପରେ ଭାରି ପଡିବେ ମହିଳା ଯବାନ । ବନ୍ଧୁକ ଧରି ଏବେ ମହିଳାମାନେ ଜଗିବେ ସୀମା । ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା କୁପଓ୍ୱାଡାର ଦୁର୍ଗମ ଅଞ୍ଚଳରେ ଆସାମ ରାଇଫଲସର ମହିଳା କମାଣ୍ଡୋଙ୍କୁ ପ୍ରଥମ ଥର ପାଇଁ ମୁତୟନ କରାଯାଇଛି । ଆତଙ୍କବାଦୀଙ୍କ ସମସ୍ତ ଷଡଯନ୍ତ୍ରକୁ ପଣ୍ଡ କରିବା ଏହି ମହିଳା ବାହିନୀର ପ୍ରାଥମିକତା ହେବ । ତେବେ ପୂର୍ବରୁ ଗତ ୨୦ ବର୍ଷ ଧରି ସିଆରପିଏଫର ମହିଳା ବାହିନୀ ନିୟୋଜିତ ଅଛନ୍ତି । ଏହି ମହିଳା ବାହିନୀରୁ ରାଇଫଲ୍ ଓମ୍ୟାନ୍ କୁହାଯାଉଛି ।

ଆସାମ ରାଇଫଲ୍ସର ଏହି ମହିଳା ବାହିନୀ ପୂର୍ବୋତ୍ତରରେ ଥିବା ମିୟାମାଁର ସୀମା ଓ ଆସାମରେ ପୂର୍ବରୁ ନିଜର ଦାୟିତ୍ୱବୋଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ଆସୁଛନ୍ତି । ଗତ କିଛିଦିନ ଧରି ଗୁଲାମ କାଶ୍ମୀର ରାସ୍ତାରେ ଆତଙ୍କବାଦୀଙ୍କ ଦ୍ୱାରା ହେଉଥିବା ଅସ୍ତ୍ରଶସ୍ତ୍ରର ଚୋରାଚାଲାଣ ରୋକିବା ପାଇଁ ଏବେ ମହିଳା ବାହିନୀକୁ ମୁତୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଉତ୍ତର କାଶ୍ମୀରର ବଜ୍ର ଡିଭିଜନରେ ଆସାମ ରାଇଫଲ୍ସର ମହିଳା ସୈନିକଙ୍କୁ ମୁତୟନ କରାଯାଇଛି ।

ମହିଳା ବାହିନୀର ଗୋଟିଏ ପ୍ଲାଟୁନକୁ ସେନା ଚେକ୍ ପୋଷ୍ଟ ଓ ଆଉ ଏକ ପ୍ଲାଟୁନକୁ ଏଲଓସିରେ ନିୟୋଜିତ କରାଯାଇଛି । ସମୁଦ୍ରପତନ ଠାରୁ ପ୍ରାୟ ୧୦ ହଜାର ଫୁଟ୍ ଉଚ୍ଚତାରେ ଏହି ବାହିନୀ ପ୍ରହରା ଦେବ । ସାଧନା ଟପ୍‌ରେ ମହିଳା ବାହିନୀର ନେତୃତ୍ୱ ନେଉଥିବା କ୍ୟାପଟେନ୍ ଗୁରସିମରନ୍ କୌର କହିଛନ୍ତି ଯେ,  ପ୍ରଥମେ ସେବା ଓ ପରେ ଘର ଓ ପରିବାର । ପ୍ରଥମ ଲକ୍ଷ୍ୟ ହେଉଛି ଦେଶସେବା । ଶତ୍ରୁମାନଙ୍କ ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ଘର ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ସୀମାରେ ସବୁକିଛି ଠିକ୍ ଥିବ ।

ବଜ୍ର ଡିଭିଜନର ଜିଓସି ମେଜର ଜେନେରାଲ ଏଡିଏସ ଔଜୁଲା କହିଛନ୍ତି ଯେ, ସୀମାରେ ବିଭିନ୍ନ ଚୋରା ଚାଲାଣ ବୃଦ୍ଧି ପାଉଛି । ଯବାନମାନେ ମହିଳାଙ୍କର ତଲାସୀ ନେଉନାହାଁନ୍ତି । ଫଳରେ ରାଷ୍ଟ୍ରବିରୋଧୀ ଶକ୍ତି ମହିଳାଙ୍କ ଫାଇଦା ଉଠାଉଛି । ଏହାକୁ ନଜରରେ ରଖି ମହିଳା ସୈନିକ ମୁତୟନ କରାଯାଇଛି । ଅନେକ ଥର ଆତଙ୍କବାଦୀ ବିରୋଧି ଅଭିଯାନ ବେଳେ କିଛି ଘରେ କେବଳ ମହିଳା ରହିଥାନ୍ତି । ଏହି ସମୟରେ ମହିଳା ସୈନିକ ସେମାନଙ୍କର କାମ କରିବେ ।

ସୂଚନାଯୋଗ୍ୟ, ଭାରତୀୟ ସେନାରେ ଅଧିକାରୀ ପଦ ପାଇଁ ମହିଳାଙ୍କୁ ଗତ ୨୦ ବର୍ଷ ଧରି ଭର୍ତ୍ତି କରାଯାଉଛି । ପ୍ରଥମ ଥର ପାଇଁ ଭାରତୀୟ ସେନାରେ ୨୦୧୯ରେ ମହିଳାଙ୍କୁ ସୁଯୋଗ ମିଳିଥିଲା । ମିଲଟାରୀ ପୋଲିସରେ ଏମାନଙ୍କୁ ଭର୍ତ୍ତି କରାଯାଇ ବେଙ୍ଗାଲୁରୁରେ ତାଲିମ ଦିଆଯାଏ ।

   Related Posts