ନିର୍ଭୟା ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି ଏବେ ଘାତକ ହେବାକୁ ବି ମହିଳା ପ୍ରସ୍ତୁତ, ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | December 15, 2019 IST

ନୂଆଦିଲ୍ଲୀ ୧୪।୧୨ :ଡିସେମ୍ବର ୧୬ ଯେତିକିପାଖଉଛି ନିର୍ଭୟାଅପରାଧୀଙ୍କ ପ୍ରତି ଦଣ୍ଡବିଧାନ ନିମନ୍ତେ ସେତିକି ଉଗ୍ରହେଉଛି ଦାବି। କେତେକ ସ୍ଥାନରେ ଅପରାଧୀଙ୍କ ପ୍ରାଣଦଣ୍ଡ ଲାଗି ମହିଳାମାନେ ନିଜେ ଘାତକ ହେବାକୁ ବି ପ୍ରସ୍ତୁତ ଥିବା କହିଛନ୍ତି। ଏଥିରୁ ଦୁଷ୍କର୍ମ ଓ ହତ୍ୟା ଅପରାଧୀଙ୍କ ପ୍ରତି ଲୋକଙ୍କ ଆକ୍ରୋଶକୁ ସହଜରେ ବୁଝିହେଉଛି।

{"id":198154,"width":578,"height":385,"sizeSlug":"large"}

ଶନିବାର ଉତ୍ତର ପ୍ରଦେଶ ଆଗରାରେ ହିନ୍ଦୁ ମହାସଭା ମହିଳା ମୋର୍ଚ୍ଚା ଅପରାଧୀଙ୍କ ତୁରନ୍ତ ଦଣ୍ଡବିଧାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହିଳାମାନେ ଅପରାଧୀଙ୍କ ଦଣ୍ଡବିଧାନ ଲାଗି ନିଶୁଳ୍କ ରେ ଘାତକ ହେବା ଲାଗି ମଧ୍ୟ ପ୍ରସ୍ତୁତ ଥିବା ପତ୍ର ଲେଖି ଜିଲ୍ଲା କଲେକ୍ଟରଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଜଣାଇଥିଲେ।  ରବିବାର ବିହାର ରାଜଧାନୀ ପାଟନାରେ ମହିଳାମାନେ ମଧ୍ୟ ଅପରାଧୀଙ୍କ ପ୍ରାଣଦଣ୍ଡ ନିମନ୍ତେ ଘାତକ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏଭଳି ଅପରାଧୀଙ୍କୁ ରୁଦ୍ଧକୋଠରୀ ନୁହେଁ ସାର୍ବଜନିକ ସ୍ଥାନରେ ପ୍ରାଣଦଣ୍ଡରେ ଦଣ୍ଡିତ କରାଯିବା ଦରକାର ବୋଲି ମିହଳାମାନେ ଦାବିକରିଛନ୍ତି।

{"id":198156,"width":580,"height":387,"sizeSlug":"large"}

ପୂର୍ବରୁ୧୬ ଡିସେମ୍ବର ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ଘଟଣା ଦିନହିଁ ଅପରାଧୀଙ୍କ ମୃତ୍ୟୁଦଣ୍ଡ ବିଧାନ ହୋଇପାରେ ବୋଲି ସାରାଦେଶ ଆଶା କରୁଥିଲା। ତିହାର ଜେଲ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତିରୁ ବି ସେଇଆ ଅନୁମାନ ହେଉଥିବାବେଳେ ଅଚାନକ ଅପରାଧୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିବା ପ୍ରକ୍ରିୟାକୁ ବିଳମ୍ବିତ କରିଛି। କୋର୍ଟ ଡିସେମ୍ବର ୧୭ ତାରିଖରେ ଅକ୍ଷୟର ଆବେଦନ ଉପରେ ଶୁଣାଣି କରିବେ। ଏଣୁ ୧୬ ଡିସେମ୍ବରରେ ଆଶା କରାଯାଉଥିବା ଦଣ୍ଡ ବିଧାନ ତିଥି ଟଳିଯାଇଥିବାରୁ ଲୋକଙ୍କ ମଧ୍ୟରେ ଅପରାଧୀଙ୍କୁ ନେଇ ଆକ୍ରୋଶ ଦେଖଦେଇଛି। ତେବେ କୋର୍ଟଙ୍କ ନିଷ୍ପତ୍ତିପରେ ହିଁ ଏ ନେଇ କିଛି ନିଷ୍ପତ୍ତି ହେବ ବୋଲି ଅନୁମାନ କରାଯାଉଛି।

{"align":"center","id":198157,"sizeSlug":"large"}

ତେବେ ଅପରାଧୀଙ୍କ ଦଣ୍ଡବିଧାନକୁ ନେଇ ସାରାଦେଶ ଏବେ ଚାହିଁ ରହିଛି। ଏଥିଲାଗି ବିଭିନ୍ନ ସମୟରେ ବିଭିନ୍ନ ଲୋକେ ଜଲ୍ଲାଦ ହେବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଏଥିରେ ଜଣେ ହେଡ କନଷ୍ଟେବଲଙ୍କ ସମେତ ପରିବାବାଲା ମଧ୍ୟ ନିବେଦନ କରିଥିଲେ। ତେବେ ଏଥିଲାଗି ରବି କୁମାର ନାମକ ପରିବା ବିକ୍ରେତା ତଥା ସମାଜ ସେବୀଙ୍କ  ପତ୍ର ସୋସିଆଲ ମିଡିଆରେ ବେଶ୍ ସମୟ ଭାଇରାଲ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.