ନୂଆ ବର୍ଷରେ Whats Appର ଝଟକା, ଏବେ ଏହି ସବୁ ସ୍ମାର୍ଟ ଫୋନରେ ଆଉ ମିଳିବନି ସପୋର୍ଟ

Published By : Prameya-News7 Bureau | December 14, 2019 IST

ହ୍ୱାଟସ୍ ଆପ୍‌ ନୂଆବର୍ଷ  ଅର୍ଥାତ ବର୍ଷ ୨୦୨୦ ଆରମ୍ଭରେ ତାର ୟୁଜରଙ୍କୁ ଝଟକା ଦେବାକୁ ଯାଉଛି । ତେବେ ବାସ୍ତବରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ହ୍ୱାଟସ୍ ଆପ୍ ଫେବୃଆରୀ ୨୦୨୦ରୁ କେବଳ କିଛି ମନୋନୀତ ୱିଣ୍ଡୋ, ଆଇଓଏସ୍ ଓ ଏଣ୍ଡ୍ରଏଡର ପୁରୁଣା ଡିଭାଇସ୍‌ରେ କାମ କରିବା ବନ୍ଦ କରିଦେବ ।  କମ୍ପାନୀ ତାର ଅଧିକାରୀକ ବ୍ଲଗ୍ ସାଇଟ୍‌ରେ ଏ ନେଇ ସୂଚନା ଜାରି କରିଛନ୍ତି।

{"id":197781,"sizeSlug":"large"}

ଚଳିତବର୍ଷ ଶେଷ ପର୍ଯ୍ୟାୟରେ ହ୍ୱାଟସ୍ ଆପ୍‌ରେ ଗୁଇନ୍ଦାଗିରିକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏଥିରେ ଭାରତ ସମେତ ଅନେକ ଦେଶର ଲୋକେ ପ୍ରଭାବିତ ହୋଇଥିଲେ। ଏଣୁ ହ୍ୱାଟସ୍‌ ଆପ୍‌କୁ କୋର୍ଟରେ ହାଜର ହେବାକୁ ପଡିଥିଲା। ଏଭଳି ଆଶଙ୍କା ଲାଗି ହ୍ୱାଟସ୍‌ ଆପ୍ ପୂର୍ବରୁ ନିଜର ଅପଡେଟ୍ ବି ଜାରି କରିଥିଲେ। ହେଲେ ଅନେକ ୟୁଜର ଅପଡେଟ୍ ଇନଷ୍ଟଲ ନ କରିବା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

{"id":197782,"width":580,"height":348,"sizeSlug":"large"}

ଏଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ୱାଟସ୍ ଆପ୍ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଏହା ପୂର୍ବରୁ ୨୦୧୬ ମସିହାରେ ହ୍ୱାଟସ୍ ଆପ୍ ବ୍ଲାକ୍‌ବେରି ଓ ନୋକିଆ ହ୍ୟାଣ୍ଡସେଟ୍‌ରେ ସେବା ବନ୍ଦ କରିଥିଲେ। ହ୍ୱାଟସ୍ ଆପ୍ ଅନୁସାରେ ନୋକିଆ ଲୁମିଆ ସମେତ ଅନ୍ୟ ସ୍ମାର୍ଟଫୋନ ୟୁଜରମାନେ ୩୧ ଡିସେମ୍ବର ୨୦୧୯ ପରେ ଆଉ ହ୍ୱାଟସ୍ ଆପ୍ ବ୍ୟବହାର କରିପାରିବେ ନାହିଁ। ହ୍ୱାଟସ୍ ଆପ୍ ବ୍ଲଗର ଅନୁସାରେ ୨୦୨୦ରେ ଆଣ୍ଡ୍ରଏଡ୍ ୨,୩ ଓ ୭  ଅପରେଟିଂ ସିଷ୍ଟମରେ ୟୁଜର ଆଉ ହ୍ୱାଟସ୍ ଆପ୍ ସପୋର୍ଟ ପାଇପାରିବେ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.