Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ପଶ୍ଚିମବଙ୍ଗ ଲାଗୁ କରିବନି ସଂଶୋଧିତ ମୋଟର ଯାନ ଆଇନ-୨୦୧୯, ଜାଣନ୍ତୁ କ’ଣ କହିଲେ ମମତା

11/09/2019 at 8:26 PM

କୋଲକାତା ୧୧।୯: ସଂଶୋଧିତ ମୋଟର ଯାନ ଆଇନ -୨୦୧୯କୁ ରାଜ୍ୟରେ ଲାଗୁ କରିବେନି ପଶ୍ଚିମବଙ୍ଗ ସରକାର । ମୁଖ୍ୟମନ୍ତ୍ରୀ  ମମତା ବନାର୍ଜୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଯାହା କାରଣ କହିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ମମତା କେନ୍ଦ୍ର ସରକାରଙ୍କ ସଂଶୋଧିତ ଆଇନକୁ ଜନତାଙ୍କ ଉପରେ ବୋଝ ବୋଲି କହିଛନ୍ତି। ‘ସମସ୍ତ ବାହନ ଚଳକଙ୍କୁ ଠିକ୍ ଭାବେ ବାହନ ଚାଳନ କରନ୍ତୁ ଓ ନିଜ ଜୀବନ ବଞ୍ଚାନ୍ତୁ’ ବୋଲି ଆମେ ସତର୍କ କରିଆସୁଛୁ। ଏଥିଯୋଗୁ ରାଜ୍ୟରେ ମୋଟରଯାନ ଦୁର୍ଘଟଣା ହାର କମୁଛି। ଏଣୁ ରାଜ୍ୟରେ ନୂଆ ଆଇନ ଲାଗୁ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ମମତା କହିଛନ୍ତି।

ତା ଛଡା ନୂଆ ଆଇନକୁ ଜନତାଙ୍କ ଉପରେ ବଡ ବୋଝ ବୋଲି ମଧ୍ୟ ମମତା କହିଛନ୍ତି। ଏଣୁ ସଂସଦରେ ସଂଶୋଧନ ବିଧେୟକକୁ ମଧ୍ୟ ଆମେ ବିରୋଧ କରିଥିଲୁ। ଏହା ସତ୍ତ୍ୱେ ବିଧେୟକ ଆଇନରେ ପରିଣତ ହୋଇଛି। ଯଦି ଆଇନକୁ ରାଜ୍ୟରେ ଲାଗୁ କରିବାକୁ କେନ୍ଦ୍ର ସରକାର ବାଧ୍ୟ କରନ୍ତି ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କରେ ସଂଘୀୟ ହସ୍ତକ୍ଷେପ ବୋଲି ବିଚାର କରାଯିବ ବୋଲି  କହିଛନ୍ତି ମମତା । ତେବେ ମୋଟର ଯାନ ଆଇନ ସଂଶୋଧନରେ  ମାନବାଧିକାର ପ୍ରତି ଗୁରୁତ୍ୱ ଦିଆଯିବା ଦରକାର ବୋଲି ମମତା କହିଛନ୍ତି। ରାଜ୍ୟରେ ଗରିବ ଲୋକେ ବି ଯାନବାହନ ଚଳାଉଛନ୍ତି। ଏଣୁ ସେମାନେ ମୋଟା ରକମର ଜରିମାନା ଦେବାକୁ ଅର୍ଥ କେଉଁଆଡୁ ଆଣିବେ ବୋଲି ମମତା ପ୍ରଶ୍ନ କରିଛନ୍ତି।

ତେବେ ଏହା ମାନେ ନୁହେଁ ଯେ ଆମେ ଦେଶର ଆଇନକୁ ଅବମାନନା କରୁଛୁ। ଆଇନ ଲାଗୁ କରିବା ନେଇ ଆମେ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛୁ। ଅଧିକାରୀମାନେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆଇନ ଲାଗୁ ହେଲେ ଜନତାଙ୍କ ଉପରେ ଆର୍ଥିକ ବୋଝ ପଡିବ ବୋଲି କହିଥିଲେ। ଏଣୁ ଏବେ ରାଜ୍ୟରେ ନୂଆ ମୋଟର ଯାନ ଆଇନ ବର୍ତ୍ତମାନ ଲାଗୁ ହୋଇ ପାରିବ ନାହିଁ ବୋଲି ମମତା କହିଛନ୍ତି।

କେବଳ ମମତା ନୁହଁନ୍ତି ଗୁଜରାଟରେ ବିଜେପି ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଆଇନରେ ଅନେକ ପରିବର୍ତ୍ତନ କରିଛନ୍ତି। ଏଥିରେ ଲୋକଙ୍କ ଲାଗି ଜରିମନା ରହିଛି । ହେଲେ ମୋଟ ଜରିମାନାରେ ଲୋକଙ୍କୁ ସରକାର ରିହାତି ଦେବେ ବୋଲି ଘୋଷଣା କରିଛନ୍ତି। ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଆଇନ ସାରା ଦେଶରେ ବାହନ ଚାଳକଙ୍କୁ ଆତଙ୍କିତ କରିଛି। ମୋଟାରକମର ଫାଇନ ଭୟରେ ଅନେକ ଯାନବାହନ ଚଳାଇବା ବି ଛାଡି ଦେଇଛନ୍ତି।

   Related Posts