Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଉଦ୍ଧବଙ୍କ କଟାକ୍ଷ, ‘ଏବେ ଆମେ ଗୋଟିଏ ବି ମ୍ୟାଚ୍ ହାରିବୁ ନାହିଁ, କାରଣ ମୋଟେରାର ନାମ ନରେନ୍ଦ୍ର ମୋଦୀ ହୋଇଯାଇଛି’

3/03/2021 at 11:09 PM

ମୁମ୍ବାଇ ୦୩।୦୩: ଅହମ୍ମଦାବାଦର ମୋଟେରା ଷ୍ଟାଡିୟମର ନାମ ଯେବେଠୁ ବଦଳା ଯାଇ ନରେନ୍ଦ୍ର ମୋଦୀ ଷ୍ଟାଡିୟମ କରାଯାଇଛି ତେବେଠୁ ଦେଶରେ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ସହିତ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଆକ୍ଷେପ କରାଯାଉଛି। ଏବେ ଏହାକୁ ନେଇ ଶିବସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ କେନ୍ଦ୍ର ସରକାର ଓ ବିଜେପି ଉପରେ ବର୍ଷିଛନ୍ତି।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଠାକରେ ମୋଟେରା ଷ୍ଟାଡିୟମର ନାମ ପରିବର୍ତ୍ତନା କରାଯିବା ନେଇ ତାତ୍ସଲ୍ୟ କରିଛନ୍ତି ଯେ, ମୋତେ ଲାଗୁଛି ଏବେ ଆଉ ଆମେ ଗୋଟିଏ ହେଲେ ମ୍ୟାଚ୍‌ ହାରିବା ନାହିଁ କାରଣ ଷ୍ଟାଡିୟମର ନାମ ନରେନ୍ଦ୍ର ମୋଦୀ ହୋଇ ଯାଇଛି।

ସେ କହିଛନ୍ତି, ବୀର ସଭରକରଙ୍କୁ ନେଇ ବିଜେପି ବହୁତ ପ୍ରେମ ଦେଖାଉଛି। କିନ୍ତୁ କାହିଁକି ସଭରକରଙ୍କୁ ଭାରତରତ୍ନ ଦିଆଯାଇ ନାହିଁ। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାହୋଇଥିଲା। ହେଲେ ଏହାର ଉତ୍ତର ମଧ୍ୟ ମିଳିନାହିଁ।

ଉଦ୍ଧବ କହିଛନ୍ତି, ଲାଗୁଛି ଏବେ ଆଉ ଆମେ ଗୋଟିଏ ହେଲେ ମ୍ୟାଚ୍ ହାରିବା ନାହିଁ, କାରଣ ନାମ ବଦଳା ଯାଇ  ନରେନ୍ଦ୍ର ମୋଦୀ କରାଯାଇଛି। ଆମେ ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ବିମାନ ବନ୍ଦରର ନାମକରଣ କରିଛୁ। ମାତ୍ର କେନ୍ଦ୍ର ସରକାର ସର୍ଦ୍ଦାର ପଟେଲଙ୍କ ନାମ ବଦଳାଇ ଦେଲେ।

ବିଧାନସଭାରେ ଉଦ୍ଧବ ମୋଦୀ ସରକାରଙ୍କୁ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଘେରିବାକୁ ମଧ୍ୟ ପୂରା ଉଦ୍ୟମ କରିଛନ୍ତି। ସେ କହିଛନ୍ତି ପଞ୍ଜାବରେ କୃଷକ ମୁସ୍କିଲ ସ୍ଥିତି ଦେଇ ଗତି କରୁଛନ୍ତି। ସେମାନଙ୍କର ବିଜୁଳି ଏବଂ ଜଳଯୋଗାଣ ବନ୍ଦ କରି ଦିଆଗଲା ଏବଂ ରାସ୍ତାରେ ଲୁହାର କଣ୍ଟା ମଧ୍ୟ ଲଗାଇ ଦିଆଗଲା। ଉଦ୍ଧବ ତାତ୍ସଲ୍ୟ କରିଛନ୍ତି ଯେ, ମୋଦୀ ସରକାର ସୀମାରେ ଚୀନକୁ ଦେଖି ପଳାୟନ କରୁଛି। ଯଦି ଚୀନ କିମ୍ବା ବାଂଲାଦେଶ ସୀମାରେ ଏହି ଧରଣର ପ୍ରସ୍ତୁତି କରିଥାନ୍ତେ ତେବେ ଅନୁପ୍ରବେଶ ହୁଅନ୍ତା ନାହିଁ ବୋଲି ଆକ୍ରମଣାତ୍ମକ ଭଙ୍ଗିରେ କହିଛନ୍ତି ଉଦ୍ଧବ ଠାକରେ।

   Related Posts