Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଏଠାରେ ଏବେ ବେରୋଜଗାରଙ୍କୁ ପ୍ରତିମାସରେ ମିଳିବ ୫ ହଜାର ଟଙ୍କା

30/01/2020 at 8:47 PM

ଭୋପାଲ ୩୦।୧: ମଧ୍ୟପ୍ରଦେଶରେ କମଲନାଥ ସରକାର ସହରାଞ୍ଚଳ ବେରୋଜଗାର ଯୁବକଙ୍କ ଲାଗି ଆରମ୍ଭ କରିଥିବା ‘ମୁଖ୍ୟମନ୍ତ୍ରୀ ଯୁବ ସ୍ୱାଭୀମାନ ଯୋଜନା’ରେ ଏଣିକି ୪ ହଜାର ନୁହେଁ ୫ ହଜାର ଟଙ୍କା ମିଳିବ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପି.ସି. ଶର୍ମା ଗୁରୁବାର ଏହି ସୂଚନା ଦେଇଛନ୍ତି। ସହରାଞ୍ଚଳରେ ଯୁବକଙ୍କୁ ବାର୍ଷିକ ୧୦୦ ଦିନ କାମ ଯୋଗାଇ ଦେବାକୁ ରାଜ୍ୟରେ ଏହି ଯୋଜନା ହାତକୁ ନିଆଯାଇଛି। ଏଥିରେ ବେକାର ଯୁବକମାନଙ୍କୁ ପ୍ରଶିକ୍ଷଣ ସହ ଏପର୍ଯ୍ୟନ୍ତ ମାସିକ ୪ ହଜାର ଟଙ୍କା ଦିଆଯାଉଥିଲା। 

ସୂଚନା ଯୋଗ୍ୟଯେ ଗତ ବିଧାନସଭା ନିର୍ବାଚନରେ କମଲ ନାଥ ସରକାର ବେକାରଙ୍କ ଲାଗି ନିଯୁକ୍ତିର ସୁଯୋଗକୁ ପ୍ରାଥମିକତା ଦେବେ ବୋଲି କହିଥିଲେ। ସେହି ଅନୁସାରେ ରାଜ୍ୟର ସହରାଞ୍ଚଳ ଯୁବକଙ୍କ ନିମନ୍ତେ ବାର୍ଷିକ ୧୦୦ ଦିନ ରୋଜଗାର ଲାଗି ମୁଖ୍ୟମନ୍ତ୍ରୀ ଯୁବ ସ୍ୱାଭିମାନ ଯୋଜନା ହାତକୁ ନେଇଥିଲେ। ରାଜ୍ୟକ ଗ୍ରାମାଞ୍ଚଳ ବେକାରଙ୍କ ଲାଗି ଚଳାଯାଉଥିବା ମନରେଗା ଯୋଜନା ଭଳି ଏହା କେବଳ ସହରାଞ୍ଚଳ ବେକାରଙ୍କ ଲାଗି ଚଳାଯାଉଛି।

ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ୨୧ରୁ ୩୦ ବର୍ଷ ବୟସର ବେକାର ଯୁବକ ଓ ଯୁବତୀମାନେ ବିଶେଷ ଲାଭବାନ ହେଉଛନ୍ତି। ଏବେ ଶହେ ଦିନ ଲାଗି ଯୁବକ ଯୁବତୀଙ୍କୁ ଦୈନିକ ୪୦୦ ଟଙ୍କା ହିସାବରେ ୧୩ହଜାର ୫୦୦ ଟଙ୍କା ଲେଖାଏଁ ଅନରାରିୟମ ଦିଆଯାଉଛି। ଆଗକୁ ଏହା ଦୈନିକ ୫୦୦ ଟଙ୍କା କରିଦିଆଯିବା ଯୋଗୁ ସେମାନଙ୍କୁ କାମ ଅନୁସାରେ ୧୦୦ ଦିନକୁ ୧୬ ହଜାର ୫ଶହ ଟଙ୍କା ମିଳିବ।

   Related Posts