Tik tok ପରେ ଏବେ ଆଲିବାବା ନମ୍ବର! ଚୀନ୍ କମ୍ପାନୀଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ମୁଡରେ ଟ୍ରମ୍ପ

Published By : Prameya-News7 Bureau | August 17, 2020 IST

ୱାସିଂଟନ :  ଟିକ୍ ଟକ୍ ସହ କାରବାର ବନ୍ଦ ଲାଗି ପ୍ରାଶାସନିକ ଆଦେଶରେ ସ୍ୱାକ୍ଷର ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ର ବଡ଼ କମ୍ପାନୀଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ମୁଡରେ ଥିବା ଜଣାପଡିଛି। ଏଥିରୁ ଏବେ କୁହାଯାଉଛି ଯେ ଆଗାମୀ ଦିନମାନଙ୍କରେ ଟ୍ରମ୍ପ ଇ-କମର୍ସ କମ୍ପାନୀ ଆଲିବାବା ସମେତ ଚୀନ୍‌ ମାଲିକାନା ଥିବା ଅନେକ ବଡ଼ କମ୍ପାନୀଙ୍କ ଉପରେ କଟକଣା ଲଗାଇପାରନ୍ତି। କିଛି ଦିନ ପୂର୍ବେ ଟ୍ରମ୍ପ ଟିକ୍ ଟକ୍ ପ୍ୟାରେଣ୍ଟ କମ୍ପାନୀ ବାଇଟ୍ ଡ୍ୟାନସ ସହ କୌଣସି ଆର୍ଥିକ ନେଣଦେଣ ନ କରିବା ଲାଗି ଦେଶରେ କଟକଣା ଜାରି କରିଛନ୍ତି।

ଗତ ଅଗଷ୍ଟ ୧୪ ତାରିଖ ଦିନ ଟ୍ରମ୍ପ ଯେତେବେଳେ ଟିକ୍ ଟକ୍ କଟକଣା ସମ୍ପର୍କିତ ନିର୍ଦ୍ଦେଶରେ ସ୍ୱାକ୍ଷର କଲେ ସେତେବେଳେ ଆଲିବାବା ସମେତ ଅନ୍ୟ ଚୀନ୍ କମ୍ପାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିପାରନ୍ତି ବୋଲି ଆଶଙ୍କା ଦୃଢ ହେବାରେ ଲାଗିଛି। ତେବେ ଟ୍ରମ୍ପ ଯେଉଁ ପ୍ରଶାସନିକ ଆଦେଶ ସ୍ୱାକ୍ଷର କରିଛନ୍ତି ସେଥିରେ ଚୀନ୍‌ କମ୍ପାନୀ ବାଇଟ୍ ଡ୍ୟାନ୍ସକୁ ୯୦ ଦିନ ମଧ୍ୟରେ ଆମେରିକୀୟ କମ୍ପାନୀଙ୍କୁ ତାଙ୍କ ଅଂଶ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତମାସ ପ୍ରାରମ୍ଭରେ  ମାଇକ ପମ୍ପେୟୋ ଆମେରିକା ନିଜର ନାଗରିକଙ୍କୁ ଅବିଶ୍ୱାସନୀୟ ଚୀନ୍‌ ଆପ୍‌ ଟିକଟକ୍ ଓ ବି ଚାଟ୍ ଙ୍କ କବଳରୁ ମୁକ୍ତ ରଖିବା ଲାଗି ପଦକ୍ଷେପ ନେଉଥିବାର ସୂଚନା ଦେଇଥିଲେ। ଆମେରିକା ଆପ ଷ୍ଟୋରରୁ ଚାଇନା ଆପ୍‌ ସବୁକୁ ହଟାଇ ଦେବାକୁ ଚାହୁଁଛି। ଟିକ୍ ଟକ୍‌କୁ ନେଇ ପମ୍ପେୟୋଙ୍କ ସମେତ ଅନ୍ୟ ରିପବ୍ଲିକାନ ସମେତ ଅନ୍ୟ ପାର୍ଟିର  ସାଂସଦମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିବା ସହ ଏହା ଉପରେ କଟକଣା ଲାଗୁ କରିବା ଲାଗି ଦାବି କରୁଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.