ଯାତ୍ରୀଙ୍କ ପାଇଁ ଖୁସି ଖବର: ଟ୍ରେନ ଟିକେଟ ମୂଲ୍ୟଠାରୁ କମ୍ ଟଙ୍କାରେ ଉଡ଼ାଜାହଜରେ ଯାତ୍ରା କରିପାରିବେ, ସ୍କିମ୍ କଣ ଜାଣନ୍ତୁ

Published By : Prameya-News7 Bureau | August 03, 2019 IST

ନୂଆଦିଲ୍ଲୀ୩|୮: ଆପଣ ଉଡ଼ାଜାହଜରେ ଯାତ୍ରା କରିବାକୁ ଚାହୁଛନ୍ତି ତେବେ ଆପଣ ପାଇଁ ଆସିଛି ଖୁସି ଖବର। ଟ୍ରେନ ଟିକେଟ ଦାମଠାରୁ ବହୁତ କମ ଟଙ୍କାରେ ଉଡ଼ାଜାହଜରେ ଯାତ୍ରା କରିପାରିବେ। ଏହି ସ୍କିମ୍ ଏୟାର ଇଣ୍ଡିଆର ରିଜୋନାଲ ୟୁନିଟ ଘୋଷଣା କରିଛି। ଉଡ଼ାଜାହଜରେ ଯିବା ପାଇଁ ସର୍ବନିମ୍ନ ଟିକେଟର ମୂଲ୍ୟ ୯୯୦ ଟଙ୍କା ରହିଛି। ନିର୍ଦ୍ଧାରିତ ସମୟ ପାଇଁ ଏୟାର ଏଣ୍ଡିଆ ଏହି ସ୍କିମ୍ ଘୋଷଣା କରିଛି। ଆଗକୁ ଆସୁଥିବା ସ୍ବାଧୀନତା ଦିବସକୁ ଲକ୍ଷ୍ୟକରି ଏୟାର ଏଣ୍ଡିଆ ଏହିଭଳି ଘୋଷଣା କରିଛି।

ସ୍ବାଧୀନତା ଦିବସ ସେଲ କାର୍ନିଭାଲ ପାଇଁ ଟ୍ରେନ ଟିକେଟଠାରୁ ପ୍ଲେନ ଟିକେଟ ମୂଲ୍ୟ କମ୍ ରହିବ ବୋଲି ଏୟାର ଇଣ୍ଡିଆ ଘୋଷଣା କରିଛି। ସାତ ଦିନ ଭିତରେ ଏହି ସ୍କିମର ଫାଇଦା ଉଠାଇ ପାରିବେ। ଅଗଷ୍ଟ ୩ ତାରିଖରୁ ୯ ତାରିଖ ଭିତରେ ଟିକେଟ ବୁକ୍ କରିବାକୁ ପଡିବ। ସେହିପରି ଅଗଷ୍ଟ ୩ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଭିତରେ ଆପଣ ଯାତ୍ରା କରିପାରିବେ। ବର୍ତ୍ତମାନ ଏୟାର ଇଣ୍ଡିଆ ୫୩ ଟି ସ୍ଥାନକୁ ଯିବା ପାଇଁ ୧୧୦ ଜଣ ପାଇଲଟ ପରିଚାଳନା କରୁଛନ୍ତି । ସ୍ଥାନଗୁଡିକ ହେଲା, ଶିମଲା, କୋଲହାପୁର, ପନ୍ତନଗର,ବାଠିଣ୍ଡା, ଲୁଧିୟାନା,ଗ୍ବାଲିୟର ଓ ବିକନେର ଆଦି ସ୍ଥାନକୁ ଏୟାର ଇଣ୍ଡିଆ ଯାତ୍ରା କରୁଛି।

ଏହାପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ସ୍କିମ କରିଥିଲା। ଟିକେଟ ମୂଲ୍ୟ ୯୯୯ ଟଙ୍କା ଥିଲା। ଗତ ଜୁଲାଇ ୩୦ ତାରିଖରୁ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତି ଟିକେଟ ବୁକିଂ କରିବା ପାଇଁ ସମୟ ରହିଛି। ଟିକେଟ ବୁକିଂ ପରେ ଅଗଷ୍ଟ ୧୫ ତାରିଖରୁ ମାର୍ଚ୍ଚା ୨୮ ତାରିଖ ୨୦୨୦ ଏହି ସମୟ ଭିତରେ ଯାତ୍ରା କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.