ଜୋରସୋର ଧରପଗଡ ପରେ ମନ ଜିଣିବାକୁ ପରିବହନ ବିଭାଗ ଚଳାଇଛି ସଚେତନତା ପ୍ରକ୍ରିୟା

Published By : Prameya-News7 Bureau | September 10, 2019 IST

 ଭୁବନେଶ୍ବର ୧୦।୯ - ପ୍ରଥମେ ୮-୧୦ ଦିନ ଜୋରଦାର ଧରପଗଡ ହେଲା । ଏବେ ଲୋକଙ୍କ ମନ ଜିଣିବାକୁ ପରିବହନ ବିଭାଗ ଚଳାଇଛି ସଚେତନତା ପ୍ରକ୍ରିୟା।  ଆଇନକୁ ୩ ମାସ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରିବହନ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି।  କିଭଳି ଆବଶ୍ୟକୀୟ ସେବା ଲୋକଙ୍କୁ ସୁବିଧାରେ ମିଳିବ ସେ ନେଇ ଅଭିଯାନ ଆରମ୍ଭ କରିଛି । ଏଥିପାଇଁ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ ପାଇଁ ବିଭାଗ ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

{"id":155845}

ପରିବହନ ବିଭାଗ ଓ ଆରଟିଓ ଅଫିସ କର୍ମଚାରୀଙ୍କ ଛୁଟି ବାତିଲ। ଓଭର ଟାଇମ କର । ଲୋକଙ୍କ ଗାଡ଼ିମୋଟର ବାବଦ କାଗଜପତ୍ରର ତୁରନ୍ତ  ଫୈସଲା କର। ଏଭଳି ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ।  ନୂଆ ମୋଟର ଯାନ ଆଇନକୁ ୩ ମାସ ପାଇଁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପରିବହନ ବିଭାଗ ଚଳଚଞ୍ଚଳ ହୋଇ ଉଠିଛି ।

{"id":155849}

କିଭଳି ଗାଡି ଚାଳକ ସେମାନଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଜଲଦି ପାଇବେ, ରିନ୍ୟୁ କରିପାରିବେ, କିଭଳି ପଲ୍ୟୁସନ ସାର୍ଟିଫିକେଟ ମିଳିପାରିବ, କିଭଳି ଲୋକେ ନୂଆ ଆଇନ ଉପରେ ଭଲକରି ଜାଣିବେ ..ଏସମସ୍ତ ବିଷୟ ଉପରେ ବିଭାଗ ପ୍ରସ୍ତୁତ କରୁଛି ବ୍ଲୁପ୍ରିଣ୍ଟ । ବିଭିନ୍ନ ସ୍ଥାନରେ ଏସବୁ ସୁବିଧା ପାଇଁ ଅଲଗା କାଉଣ୍ଟର ସାଙ୍ଗକୁ ସ୍ଥାନେ ସ୍ଥାନେ କ୍ୟାମ୍ପ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି  ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

{"id":155851}

ଲୋକଙ୍କ ରୋଷକୁ ଦେଖି ସରକାର ନୂଆ ଆଇନ ଲାଗୁରେ ୩ ମାସ ପାଇଁ  କୋହଳ କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ଗତ ୮-୧୦ ଦିନ ଭିତରେ ଯେଉଁ ଗାଡି ଚାଳକଙ୍କ ଉପରେ ଏକାଧିକ ଟ୍ୟାକ୍ସ ବସାଇ ତଣ୍ଡ ନିଆଯାଇଛି ସେମାନଙ୍କ ଟଙ୍କା ଫେରାଇବାକୁ ବିରୋଧି ଦାବି କରିଛନ୍ତି । ମନ୍ତ୍ରୀ କହିଛନ୍ତି ଆଦାୟ ହୋଇଥିବା ଫାଇନ ଟଙ୍କା ଆଉ ଫେରସ୍ତ ହେବାର ସମ୍ଭାବନା କମ।

{"id":155856}

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପରିବହନ ବିଭାଗ ନୂଆ ମୋଟରଯାନ ଆଇନ ଉପରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ କରିବାକୁ ଯାଉଛି । ଲୋକମାନେ କିଭଳି ନୂଆ ଆଇନ ବାବଦରେ ଭଲଭାବେ ଅବଗତ ହେବେ ଏବଂ ଗାଡି ଚଳାଇବା ବେଳେ କଣ ସବୁ ଆବଶ୍ୟକୀୟ କାଗଜପତ୍ର ଜରୁରୀ ସେନେଇ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.