Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆଣ୍ଡ୍ରଏଡ୍ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ସାବଧାନ: ଅତି ସହଜରେ ଶିକାର ହୋଇପାରନ୍ତି ଠକାମିର, ପଢ଼ନ୍ତୁ ପୂରା ଖବର

26/10/2019 at 12:41 PM

ନୂଆଦିଲ୍ଲୀ୨୬|୧୦: ଏକ ଗବେଷଣାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଥିବା ୟୁଜର୍ସଙ୍କ ପାଇଁ ଏହି ଖବର ଗୁରୁତ୍ବପୂର୍ଣ୍ଣ ଅଟେ। ଅଧିକାଂଶ ଯୁବପୀଢ଼ି ମୋବାଇଲରେ ପର୍ଣ୍ଣ ସାଇଟ୍‌ରେ ଆଡଲ୍ଟ ଫିଲ୍ମ ଦେଖି ପାଇଁ ପସନ୍ଦ କରନ୍ତି। ମୋବାଇଲରେ ପର୍ଣ୍ଣ ସାଇଟ୍‌ ଅନ କରିବା ଦ୍ବାରା ୟୁଜର୍ସ ବହୁ ଅସୁବିଧାରେ ସମ୍ମୁଖୀନ ହୋଇ ପାରନ୍ତି।

ଗବେଷଣାରୁ ମିଳିଥିବା ସୂଚନା ଅନୁସାରେ ମୋବାଇଲରେ ପର୍ଣ୍ଣ ସାଇଟ୍‌ ଅନ କରିବା ଦ୍ବାରା ଅନ୍ୟ ଆପ୍‌ ଆକ୍ଟିଭେଟ୍ ପାଇଁ ଅପ୍ସନ ଆସିଥାଏ। ଯାହା ଦ୍ବାରା ହ୍ୟାକର୍ସ ଅତି ସହଜରେ ମୋବାଇଲରେ ଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଚୋରି କରି ନେଇଥାନ୍ତି। ବ୍ୟାଙ୍କିଙ୍ଗ ଡିଟେଲ୍ସ ଭଳି ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ଚୋରି ହୋଇଥାଏ। ମୋବାଇଲ ଡିଭାଇସ୍‌ ଓ ପର୍ଣ୍ଣ ସାଇଟ୍‌ ଯାଞ୍ଚ କରିବା ପରେ ମୋବାଇଲ ସିକ୍ୟୁରିଟି ଟେକ୍ନୋଲୋଜି କମ୍ପାନୀ ଓ୍ବାଣ୍ଡେରା(Wandera)  ଏଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି।

ଏକ ଚତୁର୍ଥାଂଶ ପର୍ଣ୍ଣ ଭିଡିଓ ମ୍ୟାଲଓ୍ବେୟର(malware) ଓ୍ବେବସାଇଟ୍‌ରୁ ଆସିଥାଏ। ମ୍ୟାଲଓ୍ବେର ଦ୍ବାର ଆଣ୍ଡ୍ରଏଡ୍‌ ଫୋନରେ ଭାଇରସ ପଶିଥାଏ। ଏହା ଅତି ଶୀଘ୍ର ଡିଭାଇସକୁ ଖରାପ କରି ଦେଇଥାଏ।

 ଋଷର ସାଇବର ସିକ୍ୟୁରିଟି କମ୍ପାନୀ କସ୍‌ର୍ପସ୍କାଏ ଲ୍ୟାବ୍‌(Kaspersky Lab)  ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ପାଖାପାଖି ୧୨ ଲକ୍ଷ ଆଣ୍ଡ୍ରଏଡ୍‌ ୟୁଜର୍ସ ପର୍ଣ୍ଣ ଭିଡିଓ ଦେଖିବା ଫଳରେ ମ୍ୟାଲଓ୍ବେରରେ ପ୍ରଭାବିତ ହୋଇଥାନ୍ତି। ଯାହାକି ଗତ ବର୍ଷ ୪୯ ଲକ୍ଷ ଆଣ୍ଡ୍ରଏଡ୍ ୟୁଜର୍ସ ମ୍ୟାଲଓ୍ବେୟରେ ପ୍ରଭାବିତ ହୋଇଥିଲେ।

ମୋବାଇଲ ଟେକ୍ନୋଲୋଜି କମ୍ପାନୀ ଓ୍ବାଣ୍ଡେରାର ସୂଚନା ଅନୁସାରେ ଆଣ୍ଡ୍ରଏଡ୍‌ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖିବା ସୁରକ୍ଷିତ ନୁହେଁ। କାହିଁକି ଅତିଶୀଘ୍ର ପର୍ଣ୍ଣ ଭିଡିଓ ଦେଖିଥିବା ୟୁଜର୍ସଙ୍କ ମୋବାଇଲରୁ ହ୍ୟାକର୍ସ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି  କରି ନେଇଥାନ୍ତି।

   Related Posts