Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଏବେ ଗାଡିରେ ଲଗାଇବାକୁ ହେବ ଏହି ଖାସ ଟେପ୍ , ନହେଲେ ପଡିପାରେ ମୋଟା ଅଙ୍କର ଫାଇନ୍

17/10/2019 at 3:31 PM

ନୂଆଦିଲ୍ଲୀ:  ଦେଶରେ ନୂଆ ମୋଟରଯାନ ଆଇନ ୨୦୧୯ ଲାଗୁ ହେବା ପରେ ଏବେ ଘଡ଼ିକେ ଘୋଡା ଛୁଟୁଛି। କେତେବେଳେ  କେତେ ନିୟମ କଥା ଉଠୁଛି। ଏବେ  ସରକାର ପୁଣି ଏକ ନୂଆ ନିୟମ କରିବାକୁ ଯାଉଛନ୍ତି । ଯେଉଁଥିରେ ପ୍ରତି ବାହନରେ ରେଟ୍ରୋ ରିଫ୍ଲେକ୍ଟିଭ (ଚମକୁଥିବା ) ଟେପ୍ ଲଗାଇବା ଅନିବାର୍ଯ୍ୟ ହେବ। ଗାଡିରେ ରିଫ୍ଲେକ୍ଟିଭ ଟେପ୍ ଲାଗିନଥିଲେ ବାହନ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବା ସାଙ୍ଗକୁ ଅନ୍ୟ ଦଣ୍ଡବିଧାନ ବି ହୋଇପାରେ । ତେବେ ଆସନ୍ତୁ ଜାଣିବା ରେଟ୍ରୋ ରିଫ୍ଲେକ୍ଟିଭ ଟେପ୍ କ’ଣ ଓ କାହିଁକି ବାହନ ଲାଗି ଜରୁରି।

ରାତିରେ ବାହନ ଚାଳନ କରିବା ବେଳେ ଗାଡି ଆଲୁଅରେ ସହଜରେ ସଡକରେଥିବା ଅନ୍ୟ ବାହନକୁ ଠଉରେଇ ହୁଏନି। ଏଣୁ ଦୁର୍ଘଟଣାର ସମ୍ଭାବନା ଅନେକାଂଶରେ ବଡିଯାଇଥାଏ। ଏଣୁ ରେଟ୍ରୋ ରିଫ୍ଲେକ୍ଟିଭ ଟେପ୍ ଗାଡିରେ ଲାଗିଥିଲେ ହେଡଲ୍ୟାମ୍ପ ପଡିବା ମାତ୍ରେ ତାହା ଝଟକି ଉଠିବ । ଫଳରେ ବାହନ ଚାଳକ ରାସ୍ତା କଡରେ ଛିଡା ହୋଇଥିବା ଗାଡିକୁ ସହଜରେ ଜାଣିପାରିବେ। ଏଣୁ ଏବେ ସରକାର ସବୁ ବାହନର ଆଗ ଓ ପଛ ନମ୍ବର ପ୍ଲେଟ୍ ସମେତ ବଡିରେ ଏହି ରିଫ୍ଲେକ୍ଟିଭ ଟେପ୍ ଲଗାଇବା ଜରୁରି କରିବାକୁ ଯାଉଛନ୍ତି।

ମିଳିବନି ଫିଟନେସ୍
ସରକାର ଏବେ ଅଟୋ ରିକ୍ସା, ଇ-ରିକ୍ସା, ଇ-କାର୍ଟ, ଅନ୍ୟ ତିନିଚକିଆ ଯାନ ସମେତ ଟ୍ରାକ୍ଟର ଟ୍ରଲି ପଛରେ ରେଟ୍ରୋ ରିଫ୍ଲେକ୍ଟିଭ ଟେପ ଲଗାଇବା ଅନିବାର୍ଯ୍ୟ କରିବାକୁ ଯାଉଛନ୍ତି। ଯଦି ବାହନରେ ମାଲିକମାନେ ଏହି ଟେପ୍ ନ ଲଗାନ୍ତି ଓ ଗାଡି ଚଳାଇ ଯାଉଥିବା ବେଳେ ଧରାପଡନ୍ତି ଏଥିଲାଗି ଚାଲାଣ କଟିବା ସହ ପରବର୍ତ୍ତି ସମୟରେ ଗାଡିର ଫିଟନେସ୍  ନଦେବା ଲାଗି ମଧ୍ୟ ନିଷ୍ପତ୍ତି ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚଳିତ ସପ୍ତାହରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏଥିଲାଗି ଅଧିସୂଚନା ଜାରି କରିପାରନ୍ତି। ଅଧିସୂଚନା ଜାରି ହେବା ପରେ ଏହାକୁ ଆଇନ ସହ ମିସାଇ ଦିଆଯିବ ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।

ନୂଆ ନୁହେଁ ଆଇନ
ଗତ ୨୦୦୯ ମସିହାରୁ ଏଥିଲାଗି ସରକାର କଡା କଟକଣା ଜାରି କରିଛନ୍ତି। ତେବେ ଏହା କେବଳ ଅଟୋ ରିକ୍ସା ନିମନ୍ତେ ଲାଗୁ ହେଉଥିଲା। ମୋଟରଯାନ ଆଇନର  ଧରପଗଡ ନଥିବାରୁ କିଏ ଏହାକୁ ପାଳନ କରୁଥିଲା ତ କିଏ ନାହିଁ।  ଇ-ରିକ୍ସା ଲାଗି ତ କିଛି ଆଇନ କାନୁନ ହିଁ ନଥିଲା। ତେବେ ସଡକରେ ଇ-ରିକ୍ସା ଦୁର୍ଘଟଣା ହାରକୁ ଦେଖି ଏବେ ରେଟ୍ରୋରିଫ୍ଲେକ୍ଟିଭ ଟେପ୍ ଜରୁରି କରିଦିଆଯିବ। ତେବେ ବାହନରେ ରିଫ୍ଲେକ୍ଟିଭ ଟେପ୍ ଲଗାଇବା ସୁରକ୍ଷାଗତ କାରଣରୁ ଗୁରୁତ୍ୱପୂର୍ଣ୍ଣ। ଆପଣ ବି ନିଜ ବାହନରେ ଏହି ଟେପ୍ ଲଗାଇପାରନ୍ତି। ବଜାରରେ ଅନେକ ପ୍ରକାରର ରେଟ୍ରୋ ରିଫ୍ଲେକ୍ଟିଭ ଟେପ୍ ମିଳୁଛି। ଆପଣ ପସନ୍ଦର ଭଲ କ୍ୱାଲିଟି ଟେପ୍ ଲଗାଇ ପାରନ୍ତି।

   Related Posts