Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବଦଳୁଛି ଦେଶ ଦେଶ ଭିତରେ ଯୁଦ୍ଧର ପରିଭାଷା : ଏବେ ଖାଲି ଉପଗ୍ରହ ଯୁଦ୍ଧର ଆଶଂକା, ଜାଣନ୍ତୁ କଣ ଏହି ସାଟେଲାଇଟ ୱାର

20/12/2018 at 8:29 PM

ବଦଳୁଛି ସମୟ ବଦଳୁଛି ମଣିଷର ଭାବଭଙ୍ଗି । ସମୟ ବଦଳିବା ସହିତ ବଦଳି ଯାଇଛି ମଣିଷର ଆବଶ୍ୟକତା।  ସେହିମରି ମଣିଷର ବୁଦ୍ଧି ବଦଳିବା ସହିତ ବିଭିନ୍ନକାର୍ଯ୍ୟର ତରିକା ମଧ୍ୟ ବଦଳି ଯାଇଛି । ଯେଉଁଥିରୁ ବାଦ ପଡ଼ିନି  ପ୍ରତିରକ୍ଷା କ୍ଷେତ୍ର । ଆଉ ଦରକାର ପଡ଼ୁନି ସମ୍ମୁଖ ଯୁଦ୍ଧ। ଶୀତଳ ଯୁଦ୍ଧ, ସାଇବର ଆଟାକ ପରେ ଏବେ  ଯୁଦ୍ଧର ନୂଆପ୍ରତିଶବ୍ଦ ଭାବେ ଉଭା ହୋଇଛି ମହାକାଶରେ ଯୁଦ୍ଧ….

ଦିନକୁ ଦିନ ବଦଳୁଛି ଯୁଦ୍ଧ ଶବ୍ଦର ପରିଭାଷା ।ଶୀତଳ ଯୁଦ୍ଧ ଶବ୍ଦ ଇତିହାସ ପାଲଟିଲାଣି ।ଆଉ ସୀମାରେ ହେଉନି ସମ୍ମୁଖ ଯୁଦ୍ଧ ।

ଅସ୍ତ୍ରଶସ୍ତ୍ର ପରିବର୍ତ୍ତେ ଯୁଦ୍ଧ କ୍ଷେତ୍ରରେ ବଢ଼ୁଛି ବିଜ୍ଞାନର ବ୍ୟବହାର । କେବେ ଟ୍ୟାଙ୍କ,ବନ୍ଧୁକ ଓ ଗୋଳାର ବ୍ୟବହାର କରି ଯୁଦ୍ଧ କରୁଥିଲେ ବିଭିନ୍ନ ଦେଶ । ଏବେ ଯୁଦ୍ଧ କ୍ଷେତ୍ରରେ ବ୍ୟବହାରକରାଯାଉଛି ମିସାଇଲ, ଆଣ୍ଟିବାଲାଷ୍ଟିକ ମିସାଇଲ, ରାଡାର ଓ ପ୍ରତିରକ୍ଷା ଉପଗ୍ରହ । ଶତ୍ରୁ ଦେଶ ଉପରେନଜର ରଖିବା ପାଇଁ ପ୍ରଥମେ ଉପଗ୍ରହର ସାହାରା ନେଇଥିଲା ଆମେରିକା । ପରବର୍ତ୍ତି ସମୟରେ  ଆମେରିକାର ପନ୍ଥା ଆପଣାଇଥିଲେ ଋଷିଆ ଓ ଚୀନ । ଏବେ କିନ୍ତୁଆମେରିକା ଠାରୁ ଢ଼େର ଆଗକୁ ଚାଲି ଯାଇଛନ୍ତି ଋଷ ଓ ଚୀନ ।୨୦୦୭ରେ ଆଣ୍ଟିବାଲାଷ୍ଟିକ ମିଶାଇଲରେ ଚୀନ  ନିଜ ସାଟେଲାଇଟକୁ ଖସାଇବା ପରେ ବଢ଼ି ଯାଇଛି ଆମେରିକାରମୁଣ୍ଡବିନ୍ଧା । କେବଳ ଚୀନ ନୁହେଁ ଋଷିଆ ପାଖରେ ମଧ୍ୟ ରହିଛି ସମାନ କ୍ଷମତା ସମ୍ପର୍ଣ୍ଣ ମିସାଇଲ। ଯାହା କ୍ଷଣକ ମଧ୍ୟରେ ଶତ୍ରୁର ଉପଗ୍ରହକୁ କକ୍ଷ ପଥରୁ ଖସାଇଦେବାରେ ସମର୍ଥ ।

ଚୀନ ଓ ଋଷିଆର ଅଗ୍ରଗତିକୁ ନେଇ ବ୍ୟତିବ୍ୟସ୍ଥ ହ୍ବାଇଟ ହାଉସ୍‌ । ପ୍ରତିରକ୍ଷା ପାଇଁ ପ୍ରଥମେଉପଗ୍ରହର ସାହାରା ନେଇଥିବା ଆମେରିକା  ସ୍ପେସ୍‌ ଫୋର୍ସପାଇଁ ମଧ୍ୟ ଆଗୁଆ ପଦକ୍ଷେପ ନେଇଛି । ଆମରିକା ପ୍ରତିରକ୍ଷା ବିଭାଗ ଓ ପେଣ୍ଟାଗନ ସ୍ପେସ୍‌ ଫୋର୍ସପାଇଁ ସମ୍ମତି ପ୍ରଦାନ କରିଛି। ଫଳରେ ଆମେରିକା ତାର ସଶସ୍ତ୍ର ବାହିନୀରେ  ସାମିଲ କରିଛି ସ୍ପେସ ଫୋର୍ସ । ଯାହା ସାମରିକ କ୍ଷେତ୍ରରେଆଉ ଏକ ଯୁଦ୍ଧକୁ ଜନ୍ମଦେଇଛି ।

ଏଣିକି  ଯୁଦ୍ଧ ହେଲେ ଆଉ ଦେଖିବାକୁ ମିଳିବନିଆତ୍ମଘାତି ବିସ୍ଫୋରଣ କିମ୍ବା । ପରମାଣୁ ଆକ୍ରମଣ । ମହାକାଶରେ ଘୁରି ବୁଲୁଥିବା ଶହ ଶହ ଉପଗ୍ରହହେବ ଶତ୍ରୁର ପ୍ରମୁଖ ଟାର୍ଗେଟ । ଯାହା ଉପରେ ନିର୍ଭରଶୀଳ ବିଭିନ୍ନ ଦେଶ ଯୋଗାଯୋଗ, ପ୍ରତିରକ୍ଷା,ଗମନାଗମନର ବ୍ୟବସ୍ଥା । କୌଣସି ରାଷ୍ଟ୍ର ଯଦି ଶତ୍ରୁର ଉପଗ୍ରହକୁ ବିସ୍ଫୋରଣରେ ଉଡ଼ାଇଦିଏ । ତେବେକ୍ଷଣିକ ମଧ୍ୟରେ ଠପ୍‌ ହୋଇଯିବ ସମଗ୍ର ଦେଶର ବ୍ୟବସ୍ଥା ।

ମହାକାଶରେ ଶତ୍ରୁର ଉପଗ୍ରହକୁ ଅକାମି କରିବା ସହିତ ଅପବ୍ୟବହାର କରିବାର ମଧ୍ୟ ଭୟ ରହିଛି। ଯାହା ଦ୍ବାରା ଶତ୍ରୁର ନିଜ ଉପଗ୍ରହକୁ ତାର ବିରୋଧରେ ବ୍ୟବହାର  କରିବା ପରି ମଧ୍ୟ ସମସ୍ୟା   ସୃଷ୍ଟିହେବ । ଏବେ ଗୋଟିଏ କ୍ଲିକ୍‌ରେ ଜିପିଏସ୍‌ ମାଧ୍ୟମରେ ବିଶ୍ବ ଯେକୌଣସି ସ୍ଥାନକୁ ନେଭିଗେସନ ଅତିସହଜରେ ମିଳୁଛି । ଅନ୍ୟାୟସରେ କୌଣସି ବି ବ୍ୟକ୍ତି ବିଷୟରେ  ତଥ୍ୟ ସଂଗ୍ରହ କରାଯାଉଛି । ପ୍ରତିରକ୍ଷା ସମ୍ବନ୍ଧିତ ତଥ୍ୟଗୁଡ଼ିକୁ ଗୁପ୍ତ ରକ୍ଷା ଯାଉଥିଲେ ମଧ୍ୟ ମଣିଷକୁ ଅତ୍ୟାଧୁନିକ ବିଦ୍ୟା ଦ୍ବନ୍ଦରେ ପକାଇଛି ।

ବିଜ୍ଞାନ ଯୁଗରେ ସାଇବର ଆଟାକ ପରି  ମହାକାଶଯୁଦ୍ଧର ଆଉ ଏକ ସମସ୍ୟା ଦିନକୁ ଦିନ ମୁଣ୍ଡ ଟେକୁଛି । ତେବେ ଯେଉଁ ଆମେରିକା ଜିପିଏସ୍‌ ଟେକ୍ନୋଲୋଜିରବ୍ୟବହାର କରି ପ୍ରତିରକ୍ଷା କ୍ଷେତ୍ରରେ ବାହାବା ନେଉଛନ୍ତି । ତାହାର ଅଧିକାଶଂ ଯୁଦ୍ଧାସ୍ତ୍ର ଜିପିଏସମାଧ୍ୟମରେ ହିଁ ଚାଲିଥାଏ । ତେଣୁ  ଏହି ଉପଗ୍ରହ ଗୁଡ଼ିକୁଶତ୍ରୁ ଅକାମୀ କରିଦେଲେ ସାମରିକ ଶକ୍ତି କିପରି ପ୍ରଭାଭିତ ହେବ ତାହା ସହଯେ ଅନୁମେୟ ।

ପୃଥିବୀ ପରି ମଙ୍ଗଳ କକ୍ଷରେ ମଧ୍ୟ ଘୁରି ବୁଲୁଛି ଶହ ଶହ ମଣିଷ ତିଆରି ଉପଗ୍ରହ । ଅବଧି ସରିବାସହିତ ଆକାମୀ ହୋଇ ଯାଉଛି ବିଭିନ୍ନ ଉପଗ୍ରହ ଯାହା ଦିନରେ ପୃଥିବୀ ପାଇଁ ମହାକାଶ ଆବର୍ଜନା ରୂପକଏକ ନୂଆ ସମସ୍ୟା ସୃଷ୍ଟି କରିବ । ଆକାଶ ମହାକାଶକୁ ନେଇ ଗବେଷଣା କରୁଥିବା ମଣିଷ ସମାଜ ପାଇଁ ମହାକାଶହିଁ ଦିନେ ମହାଦୁଃଖ ପାଲଟିବ ତାହା ସହଯେ ଅନୁମେୟ ।

   Related Posts