Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଏଣିକି ରେଲଓ୍ବେ ଆପଣଙ୍କ ଘରୁ ଜିନିଷପତ୍ର ନେଇ ପହଞ୍ଚାଇବା ଷ୍ଟେସନରେ, ଖୁବଶୀଘ୍ର ଆରମ୍ଭ ହେବ ନୂଆ ସେବା

23/10/2020 at 9:51 AM

ନୂଆଦିଲ୍ଲୀ ୨୩/୧୦: ଏବେ ଆଉ ଜିନିଷପତ୍ର ଧରି ରେଳ ଷ୍ଟେସନ ଯିବାକୁ ପଡ଼ିବ ନାହିଁ। ଏଣିକି ରେଲଓ୍ବେ ଘରୁ ଜିନିଷପତ୍ର ନେଇ ଷ୍ଟେସନରେ ପହଞ୍ଚାଇବ। ଦୀପାବଳି ପୁର୍ବରୁ ରେଲଓ୍ବେ ‘ବ୍ୟାଗ ଅନ ହ୍ବିଲ ସେବା’ (ବିଓଡବ୍ଲୁ ଆପ) ଆରମ୍ଭ ହେବାକୁ ଯାଉଛି। ଏହି ସେବା ଅନ୍ତର୍ଗତ ରେଲଓ୍ବେକୁ ଜିନିଷ ପଠାଇବା ପାଇଁ ଆପରେ ବୁକିଂ କରିବାକୁ ହେବ। ଏହା ସହ ଘରୁ ଜିନିଷ ନେଇ ବଗିରେ ପହଞ୍ଚାଇବା କାମ ରେଲଓ୍ବେ କରିବ।

ପ୍ରାରମ୍ଭିକ ଭାବେ ଏହି ସୁବିଧା ଦିଲ୍ଲୀ-ଏନସିଆରର ସାତଟି ଷ୍ଟେସନ​‌ର ଉପଲବ୍ଧ ହେବ। ଯାତ୍ରୀଙ୍କ ଘରୁ, ଅଫିସ ଆଦି ସ୍ଥାନରୁ କୋଚ ପର୍ଯ୍ୟନ୍ତ ଜିନିଷ ନେବା ଓ ପହଞ୍ଚାଇବାର ସୁବ୍ୟବସ୍ଥା କରାଯାଉଛି। ଏହି ଆପର ବ୍ୟବହାର ଆଣ୍ଡ୍ରଏଡ ଓ ଆଇ ଫୋନ ବ୍ୟବହାରକାରୀ କରିପାରିବେ।

ରେଳଯାତ୍ରୀ ନିଜ ଜିନିଷକୁ ଘରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଅଥବା ରେଲଓ୍ବେରୁ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆପରେ ଆବେଦନ କରିପାରିବେ। ଏ ପାଇଁ ଉଚିତ ମୂଲ୍ୟ ମଧ୍ୟ ଯାତ୍ରୀଙ୍କ ଠାରୁ ନିଆଯିବ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଏକୁଟିଆ ଯାତ୍ରୀ କରୁଥିବା ମହିଳା ଯାତ୍ରୀ ଏ ସୁବିଧାର ଅଧିକ ଲାଭ ଉଠାଇବେ। ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ, ହଜରତ ନିଜାମୁଦିନ, ଦିଲ୍ଲୀ ଛାବନୀ, ଦିଲ୍ଲୀ ସରାୟ, ରୋହିଲ୍ଲା, ଗାଜିୟାବାଦ ଓ ଗୁରୁଗ୍ରାମରେ ଷ୍ଟେସନରେ ଏହି ସେବା ଉପଲବ୍ଧ ହେବ।

ଖୁବଶୀଘ୍ର ଘରେ ବସି ରେଲଓ୍ବେରୁ ପାର୍ସଲ ମଧ୍ୟ ପଠାଇପାରିବେ। ପାର୍ସଲ ପଠାଇବା ପାଇଁ ଲୋକଙ୍କୁ ​‌ଷ୍ଟେସନ ଓ ରେଲଓ୍ବେ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ। କେବଳ ଗୋଟିଏ ଫୋନରେ ହାତପାହାନ୍ତରେ ସବୁ କିଛି ହୋଇଯିବ। ରେଳ ଅଧିକାରୀଙ୍କ ଅନୁସାରେ ଏ ପାଇଁ ଅତିଶୀଘ୍ର ଏକ ନମ୍ବର ଜାରି କରାଯିବ। ଯାହାକୁ ଫୋନରେ ବୁକିଂ କରିପାରିବେ। ତେବେ ଗ୍ରାହକଙ୍କୁ କେବଳ ଓଜନ ଓ ଦୂରତ୍ବ ହିସାବରେ ଭଡ଼ା ଦେବାକୁ ପଡ଼ିବ।

   Related Posts