ଏଣିକି ହ୍ୱାଟ୍ସଆପରେ ଅନ୍ୟକୁ ଫଟୋ ପଠାଇଲେ କମିବନି କ୍ଲାରିଟି, ଖବୁଶୀଘ୍ର ଉପଲବ୍ଧ ହେବ ଏହି ୩ ନୂଆ ଫିଚର୍

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ୧୦/୦୭: ହ୍ୱାଟ୍ସଆପ୍ ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେସେଜିଂ ଆପ୍ । ଏହାର ଏମିତି କିଛି ଫିଚର୍ ରହିଛି ଯେଉଁଥିରେ ୟୁଜର୍ସମାନେ ଖୁସି ନାହାନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଫଟୋର କ୍ବାଲିଟି । ଯେଉଁଥିରେ ହ୍ୱାଟ୍ସଆପ୍ ୟୁଜର୍ସମାନେ ସବୁବେଳେ ଫଟୋ ସେୟାର କରୁଥିବା କ୍ବାଲିଟି ଉପରେ ଉପରେ ପ୍ରଶ୍ନ କରିଛନ୍ତି । କାହିଁକି ନା ହ୍ବାଟ୍ସଆପରେ ଆମେ ଯେଉଁ ଫଟୋ ପଠାଇଥାଉ ତାହା ରିସିଭରଙ୍କ ପାଖରେ ସେହି କ୍ବାଲିଟିର ପହଞ୍ଚି ନଥାଏ ।  ଏଥିପାଇଁ କମ୍ପାନୀ ଏହାର ୟୁଜର୍ସମାନଙ୍କ ଅସୁବିଧାକୁ ଖୁବ୍ ଶୀଘ୍ର ଦୂର କରିବାକୁ  ଯାଉଛି । ଯେଉଁଥିରେ ଖାସ୍ କ୍ବାଲିଟିରେ ୟୁଜର୍ସମାନେ ଫଟୋ ସେଆର କରିପାରିବେ ।

ବାସ୍ତବରେ, ହ୍ୱାଟ୍ସଆପ୍ ଏକ ନୁଆ ଫିଚର ନେଇ ଆସୁଛି । ଯେଉଁଥିରେ ୟୁଜର୍ସଙ୍କୁ ଫଟୋ ପାଇଁ ତିନୋଟି ଅପସନ୍ ଦିଆଯିବ । ଯେଉଁଥିରେ ଅଟୋ , ବେଷ୍ଟ ଏବଂ ଡାଟା ସେଭର୍ ସାମିଲ ହେବ । ଫଟୋ ପଠାଇବା ସମୟରେ ୟୁଜର୍ସମାନେ ନିଜର ଆବଶ୍ୟକତା ଅନୁଯାୟୀ ଏହି ତିନୋଟି ଅପସନରୁ ଚୟନ କରି ପାରିବେ । ଯାହା ପରେ ଆପଣ ସେହି ଫଟୋ ସହ ସମାନ କ୍ବାଲିଟିରେ ଫଟୋ ପଠାଇପାରିବେ ।

ଯେତେବେଳେ ଆପଣ ହ୍ବାଟ୍ସଆପର ଏହି ଅଟୋ ଅପସନକୁ ଚୟନ କରିବେ ସେତେବେଳେ ଆପ୍ ବେଷ୍ଟ କନଫ୍ରେନ୍ସ ଆଲଗୋରିଦମକୁ ଚୟନ କରି ଫଟୋଗୁଡ଼ିକୁ ସେଆର କରିବ । ଅନ୍ୟ ପଟେ, ଯେତେବେଳେ ୟୁଜର୍ସମାନେ ଏହି ବେଷ୍ଟ ଅପସନକୁ ବାଛିବେ ତ ଆପ୍ ଫଟୋଗୁଡ଼ିକୁ ହାଇ କ୍ବାଲିଟିରେ ସେୟାର କରିବ ଏବଂ ଫଟୋର କ୍ବାଲିଟି ଖରାପ ହେବ ନାହିଁ । ଏହା ବ୍ୟତୀତ, ତୃତୀୟ ଏବଂ ଶେଷ ଅପସନରେ ଥିବା ଡାଟା ସେଭର୍ ଚୟନ କରିଲେ, ଡାଟା ସଞ୍ଚୟ ହେବ କିନ୍ତୁ ଫଟୋର କ୍ବାଲିଟି ଖାସ୍ ମିଳିବ ନାହିଁ। ବର୍ତ୍ତମାନ ଏହି ଫିଚରସ୍ ଗୁଡିକ ହ୍ବାଟ୍ସଆପର ଆଣ୍ଡ୍ରଏଡ୍ ବିଟା ପାଇଁ ପ୍ରସ୍ତୁତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.