ଏବେ ଏହି ଟ୍ୟାକ୍ସକୁ ସଂପୂର୍ଣ୍ଣ ଭାବେ ହଟାଇବାକୁ ସରକାରଙ୍କୁ ସୁପାରିଶ କଲେ କେନ୍ଦ୍ରୀୟ ସଂସଦୀୟ କମିଟି
15/09/2020 at 5:26 PM

ମୁମ୍ଵାଇ ୧୫।୦୯: ଷ୍ଟାର୍ଟଅପ୍ରେ ନିବେଶ ବଢାଇବା ପାଇଁ ସଂସଦୀୟ କମିଟି ସୁପାରିଶ କରିଛି। ସୁପାରିଶରେ କହାଯାଇଛି ଯେ ଏଥିପାଇଁ ଏଲଟିସିଜି ଟ୍ୟାକ୍ସକୁ ଦୁଇ ବର୍ଷ ପାଇଁ ସମାପ୍ତ କରିବା ଉଚିତ୍। ଏମିତି ହେଲେ କରୋନା ସଙ୍କଟରେ ଷ୍ଟାର୍ଟଅପରେ ନିବେଶ ବୃଦ୍ଧିରେ ଏହା ସହାୟକ ହେବ। ଉଲ୍ଲେଖନୀୟ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସକୁ ବୁଝିବା ପାଇଁ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସକୁ ବୁଝିବାକୁ ପଡିବ। ଯେବେ ଆପଣ ଚଳ ଅଚଳ ସଂପତ୍ତିକୁ ବିକ୍ରି କରି ମୁନାଫା କମାନ୍ତି ତେବେ ଏହି ମୁନାଫାକୁ କ୍ୟାପିଟାଲ ଗେନ୍ସ କୁହାଯାଏ। ଯଦି ଆପଣ ସଂପତ୍ତିକୁ ଏକ ନିର୍ଦ୍ଧାରିତ ଅବଧିରେ ବିକ୍ରି କରନ୍ତି ତେବେ ଏହାକୁ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ କୁହାଯାଏ। ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ ପାଇଁ ନିର୍ଦ୍ଧାରିତ ଅବଧି ସର୍ବଦା ପରିବର୍ତ୍ତନ ହୁଏ।
ସଂପତ୍ତି ଦୃଷ୍ଟିରୁ ଲଙ୍ଗ ଟର୍ମ ହିଁ ସ୍ଥିର ହୋଇଥାଏ। ଯେମିତି ସେୟାରକୁ ଯଦି ଗୋଟିଏ ବର୍ଷ ପରେ ବିକ୍ରି କରାଯାଏ ତେବେ ଏହି ମୁନାଫାକୁ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ କୁହାଯାଏ। ଯଦି ତିନି ବର୍ଷ ପରେ ବିକ୍ରି କରାଯାଏ ଏହାକୁ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ସ ପାଇଁ ଯୋଗ୍ୟ ବୋଲି କୁହାଯାଏ।
କୌଣସି ସଂପତ୍ତି ପାଇଁ ଏହି ଅବଧି ତିନି ବର୍ଷ ହୋଇଥାଏ ତ ଅନ୍ୟ କୌଣସି ସଂପତ୍ତି ପାଇଁ ଏହା ଦୁଇ ବର୍ଷ ହୋଇଥାଏ। ଆଉ କିଛି ସଂପତ୍ତି ପାଇଁ ଏହାର ଅବଧି ଗୋଟିଏ ବର୍ଷ ମଧ୍ୟ ହୋଇଥାଏ।
କାହାକୁ କୁହାଯାଏ ଷ୍ଟାର୍ଟଅପ୍
ସାଧାରଣ ଶବ୍ଦରେ କହିବାକୁ ଗଲେ ଷ୍ଟାର୍ଟଅପର ଅର୍ଥ ନୂତନ କମ୍ପାନୀ ଆରମ୍ଭ କରାଯିବାକୁ କୁହାଯାଏ। ଏମିତି କମ୍ପାନୀକୁ ଯୁବ ବ୍ୟବସାୟୀ ନିଜେ କିମ୍ବା ଦୁଇ ତିନି ଜଣ ଲୋକଙ୍କ ସହିତ ଆରମ୍ଭ କରିଥାନ୍ତି। ବ୍ୟବସାୟ ଆରମ୍ଭ କରିଥିବା ବ୍ୟକ୍ତି ହିଁ କମ୍ପାନୀରେ ପ୍ରାରମ୍ଭିକ ପୁଞ୍ଜି ନିବେଶ କରିବା ସହିତ କମ୍ପାନୀକୁ ସଞ୍ଚାଳନ ମଧ୍ୟ କରିଥାନ୍ତି। ଏହି କମ୍ପାନୀ ଅପେକ୍ଷାକୃତ ନୂତନ ଉତ୍ପାଦ କିମ୍ବା ସେହି ସର୍ଭିସ ଉପରେ କାମ କରିଥାଏ, ଯାହା ବଜାରରେ ଉପଲବ୍ଧ ନଥାଏ।
ଯଦି ସରକାରଙ୍କ ଭାଷାରେ କୁହାଯାଏ ତେବେ ଷ୍ଟାର୍ଟଅପ୍ ସେହି କମ୍ପାନୀ ଯାହା ଭାରତରେ ଗତ ୫ ବର୍ଷ ଭିତରେ ପଞ୍ଜୀକୃତ ହୋଇଛି ଏବଂ ଏହାର ବାର୍ଷିକ ଆୟ କୌଣସି ବି ଆର୍ଥିକ ବର୍ଷରେ ୨୫ କୋଟିରୁ ଅଧିକ ହୋଇନାହିଁ। ଏହି କମ୍ପାନୀ ଇନୋଭେସନ, ଡେଭଲପମେଣ୍ଟ, ଡିପ୍ଲୋଏମେଣ୍ଟ, ନୂନତ ପ୍ରଡକ୍ଟର କାମ କରିଥାନ୍ତି।