ଏବେ କରୋନା ଭାଇରସ୍‌ରୁ ପୋଲିସ୍‌ଙ୍କୁ ରକ୍ଷା କରିବ ମେସିନ୍‌

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ୧୨/୬: କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ପୁଲିସ ଅହରହ ଦାୟିତ୍ୱ ତୁଲାଉଛି । ଏସବୁ ମଧ୍ୟରେ ସେମାନଙ୍କ ପାଇଁ କରୋନା ଭୟ ଅଧିକ ରହିଛି । ଏଭଳି କ୍ଷେତ୍ରରେ ଡିଆର୍‌ଡିଓ କରୋନା ଭାଇରସ୍‌ ମଧ୍ୟରେ ବ୍ୟବସ୍ଥାକୁ ଠିକ୍‌ କରିବା ପାଇଁ ଦାୟିତ୍ୱରେ ଥିବା ପୋଲିସ୍‌ ତଥା ଯବାନମାନଙ୍କ ପାଇଁ ସ୍ୱତନ୍ତ୍ର ମେସିନ ପ୍ରସ୍ତୁତ କରିଛି । ଏହି ମେସିନ ପୁଲିସବାଲାଙ୍କ ପୋଷାକ ସହ ସୁରକ୍ଷା ପାଇଁ ବ୍ୟବହାର ହେଉଥିବା ଫେସ୍‌ ସିଲ୍‌ଡ ଏବଂ ହେଲ୍‌ମେଟ୍‌ ଆଦିକୁ ଚୁଟ୍‌କିରେ ସାନିଟାଇଜ୍‌ କରିଦେବ । ପ୍ରକାଶଯୋଗ୍ୟ, କରୋନା କାଳରେ ଦିଲ୍ଲୀ ପୁଲିସ ରାତି ଦିନ କାର୍ଯ୍ୟରେ ଲାଗିଛନ୍ତି । ଏହି ଅବସରରେ ସେମାନେ ଅନେକ ଲୋକଙ୍କ ସମ୍ପର୍କରେ ଆସୁଛନ୍ତି। ଏଭଳି କ୍ଷେତ୍ରରେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ମେସିନ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ପାଇଁ ଉକ୍ତ ମେସିନ୍‌କୁ କେବଳ ସଂସଦ ମାର୍ଗ ପୁଲିସ୍‌ ଷ୍ଟେସନରେ ନିୟୋଜିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.