Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ମହାରାଷ୍ଟ୍ର କଂଗ୍ରେସରେ ବି କଳହ ଆରମ୍ଭ, ଦାଗୀ ନେତାଙ୍କୁ ଦାୟିତ୍ବ ମିଳିବାରୁ ତେଜିଲା ଅସନ୍ତୋଷ

12/10/2021 at 9:14 PM

ମୁମ୍ବାଇ ୧୨/୧୦: ମହାରାଷ୍ଟ୍ର କଂଗ୍ରେସରେ କଳି ଆରମ୍ଭ ହୋଇଯାଇଛି। ପାର୍ଟି ପକ୍ଷରୁ କୈଳାଶ କଦମଙ୍କୁ ପିମ୍ପରୀ-ଚିଞ୍ଚଓ୍ବାଡ୍‌ରୁ ଅଧ୍ୟକ୍ଷ କରାଯିବା ପରେ ବିବାଦ ଉପୁଜିଛି। କୌଳାଶଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବାକୁ ନେଇ ଦଳର କିଛି ନେତା ଖୁସି ନାହାନ୍ତି। ସେମାନଙ୍କ ମତରେ ସେ ଜଣେ ଦାଗୀ ନେତା ଏବଂ ତାଙ୍କ ନାଁରେ ଅନେକ ଅପରାଧୀକ ମାମଲା ମଧ୍ୟ ରହିଛି। ଏମିତିରେ ତାଙ୍କୁ ଏମିତି ଦାୟିତ୍ବ ମିଳିବା ଦଳ ଏବଂ ସଙ୍ଗଠନ ପାଇଁ କ୍ଷତି ଆଣିପାରେ। ଏନେଇ ଦଳର ଶୀର୍ଷ ନେତୃତ୍ବଙ୍କୁ ମଧ୍ୟ ଅବଗତ କରାଯାଇଛି।

କୈଳାଶଙ୍କ ବିରୋଧରେ ପୁଣେରେ ଅନେକ କ୍ରିମିନାଲ ରେକର୍ଡ ରହିଛି। କୈଳାଶ କଦମଙ୍କ ଉପରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ବଟି ଆଦାୟ ନେଇ ମାମଲା ରହିଛି। ଏମିତି ମଧ୍ୟ ତାଙ୍କୁ ପିମ୍ପରି-ଚିଞ୍ଚଓ୍ବାଡା ଅଞ୍ଚଳରୁ ତଡି ପାର୍‌ କରିଦିଆଯାଇଥିଲା। କଦମଙ୍କ ଚୟନ ରାହୁଲ ଗାନ୍ଧୀଙ୍କ ଟିମ୍‌ କରିଛି ବୋଲି କୁହାଯାଉଛି। ଏ​‌ହି ଅଞ୍ଚଳରେ ଜଣେ ଆକ୍ରାମକ ଏବଂ ଉଗ୍ର ଚେହେରା ଖୋଜୁଥିଲା ଦଳ। ଯିଏକି ବିରୋଧୀଙ୍କୁ କଡ଼ା ଜବାବ ଦେଇପାରିବ। ଟିମ୍‌ର ତଲାଶ୍‌ କୈଳାଶ କଦମଙ୍କ ପାଖରେ ହିଁ ଅଟକିଥିଲା। କିନ୍ତୁ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ପୃଥ୍ବୀରାଜ୍‌‌ ସାଠେ ରାହୁଲ ଗାନ୍ଧୀଙ୍କ ଟିମ୍‌ର ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି।

ସେହି ଅଞ୍ଚଳ ପାଇଁ କୈଳାଶଙ୍କ ଭଳି ଜଣେ ନେତାଙ୍କର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ତେବେ କଦମଙ୍କୁ ଚୟନ ପରେ ହେଉଥିବା ବିରୋଧକୁ ନେଇ ସାଠେ କହିଛନ୍ତି, ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ସେମାନେ ଆମ ସହ ମଧ୍ୟ ଉପସ୍ଥିତ ଥିଲେ। କୈଳାଶଙ୍କୁ ଦାୟିତ୍ବ ମିଳିବା ଦଳ ପାଇଁ ଭଲ ହେବ ବୋଲି ଅସନ୍ତୁଷ୍ଟମାନଙ୍କୁ ସାଠେ ବୁଝାଇବେ ।

ଅନ୍ୟପଟେ କୈଳାଶ କଦମ ନିଜ ଉପରେ ଆସିଥିବା ଅଭିଯୋଗ  ସମ୍ପର୍କରେ କିଛି କହିନଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରିବେ ବୋଲି କହିଛନ୍ତି। କହିରଖୁଛୁ, କିଛି ଦିନ ହେଲା କଂଗ୍ରେସରେ ସବୁ କିଛି ଠିକ୍‌ ନାହିଁ। ପଞ୍ଜାବ କଂଗ୍ରେସ​‌ରେ କଳହ ଯୋଗୁଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଛତିଶଗଡ଼ରେ ଦଳର ଅର୍ନ୍ତକନ୍ଦଳ ପଦାକୁ ଆସିଛି। ସେଠାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ରାଜ୍ୟ ମନ୍ତ୍ରୀ ଟିଏସ୍‌ ସିଂହଦେବଙ୍କ ମଧ୍ୟରେ ଅନେକ ଦିନ ହେଲା ତୁତୁମେଁମେଁ ଲାଗିରହିଛି।

   Related Posts