Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏବେ ଗ୍ରାମାଞ୍ଚଳରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା: କେନ୍ଦ୍ର ଜାରି କଲା ଗାଇଡ୍‌ଲାଇନ୍, ନଜର ରଖିବେ ଆଶାକର୍ମୀ, ଏଏନଏମଙ୍କୁ ଦିଆଯିବ ପ୍ରଶିକ୍ଷଣ

16/05/2021 at 4:33 PM

ନୂଆଦିଲ୍ଲୀ ୧୬।୦୫: କରୋନା ଭାଇରସ୍‌ର ପ୍ରକୋପ ମଧ୍ୟରେ ଅଲଗା ଅଲଗା ଜାଗାରେ ଲକ୍‌ଡାଉନ୍ ପରି କଟକଣାର ପ୍ରଭାବ ଦେଖିବାକୁ ମିଳିଛି। ଭାରତରେ ଗତ କିଛି ଦିନ ହେବ କରୋନା ସଂକ୍ରମଣର ନୂତନ ମାମଲାରେ ହ୍ରାସ ଘଟିଛି।ଗ୍ରାମାଞ୍ଚଳରେ କରୋନା ଭାଇରସ୍‌ର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ସରକାର କହିଛନ୍ତି, ଏବେ ଧିରେ ଧିରେ କରୋନା ଭାଇରସ୍‌ର ପ୍ରକୋପ ଗାଁ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ଅଞ୍ଚଳରେ ଦେଖିବାକୁ ମିଳିଛି।

ମାର୍ଗଦର୍ଶିକା ଜାରି କରି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗ୍ରାମାଞ୍ଚଳରେ କରୋନାର ମୁକାବିଲା ପାଇଁ ପ୍ରାଥମିକସ୍ତରରେ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାର ଆବଶ୍ୟକତା ରହିଛି। ପ୍ରତିଟି ସ୍ତରରେ ସଜାଗ ରହିବା ଜରୁରୀ। ଗ୍ରାମାଞ୍ଚଳରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି। ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ ଉପରେ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରତିଟି ଗାଁରେ ସ୍ଵାସ୍ଥ୍ୟ ସ୍ଵଚ୍ଛତା ଓ ପୋଷଣ କମିଟି ସାହାଯ୍ୟରେ ଆଶାକର୍ମୀଙ୍କ ଦ୍ଵାରା ନିୟମିତ ସମୟରେ ଇନଫ୍ଲୁଏଞ୍ଜା ପରି ରୋଗ, ଗମ୍ଭୀର ଶ୍ଵସନ ସଂକ୍ରମଣ ପରି ରୋଗ ଉପରେ ନଜର ରଖାଯିବ। ଲକ୍ଷଣ ଥିଲେ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ ଟେଲିକନସଲଟିଂରେ ପରାମର୍ଶ ନେବେ। ଜଟିଳ ରୋଗ କିମ୍ବା ଅକ୍ସିଜେନ୍ କମ ଥିଲେ ହସ୍ପିଟାଲ୍ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସବୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଓପିଡି ନିର୍ଦ୍ଦିଷ୍ଟ ସମୟରେ ଖୋଲିବାକୁ, ଏଏନଏମଙ୍କୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି। କୋଭିଡ୍ ପରିଚାଳନା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଏବଂ ଗୁରୁତର ରୋଗୀଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

   Related Posts