ଏବେ ରାଜ୍ୟଗୁଡିକୁ ରେମଡେସିଭିର ଇଞ୍ଜେକ୍ସନ ଯୋଗାଇବ ନାହିଁ କେନ୍ଦ୍ର, ସିଧାସଳଖ କମ୍ପାନୀଠୁ କିଣିବାକୁ ଅନୁମତି ଦେଲେ ସରକାର

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ ୨୯।୦୫: ଦେଶରେ କରୋନାର ଦ୍ଵିତୀୟ ଲହରରେ କିଛି ଦିନ ତଳେ ଚାରିଆଡେ ରେମଡେସିଭିରକୁ ନେଇ ହାହାକାର ପରିସ୍ଥିତି ଦେଖିବାକୁ ମିଳିଥିଲା। ଅନେକ ରାଜ୍ୟରେ ଏହି ଇଞ୍ଜେକ୍ସନକୁ ନେଇ କଳାବଜାରୀ ମଧ୍ୟ ହୋଇଥିଲା। ଏପରିକି ଅନେକ ସହରରେ ପୋଲିସ ନକଲି ରେମଡେସିଭିର ଇଞ୍ଜେକ୍ସନ ଜବତ କରିଥିଲେ। କମ ଉତ୍ପାଦନ ଯୋଗୁଁ ବଜାରରେ ଏହି ଇଞ୍ଜେକ୍ସନର ଅଭାବ ଦେଖା ଯାଇଥିଲା। ତେଣୁ ଏହି ଇଞ୍ଜେକ୍ସନ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକୁ ଦିଆଯାଉଥିଲା। ହେଲେ ଏବେ ରାଜ୍ୟ ସରକାର ନିଜର ଆବଶ୍ୟକ ମୁତାବକ ରେମଡେସିଭିର କମ୍ପାନୀରୁ କିଣି ପାରିବେ। ଏ ନେଇ ଶୁକ୍ରବାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ରାସାୟନିକ ଓ ଉର୍ବରକ ରାଷ୍ଟ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶନିବାର ଘୋଷଣା କରିଛନ୍ତି ଯେ, ସରକାର ରାଜ୍ୟକୁ ରେମଡେସିଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏବେ ରାଜ୍ୟ ସରକାର ସିଧାସଳଖ କମ୍ପାନୀପାଖରୁ ନିଜ ଆବଶ୍ୟକ ଅନୁସାରେ ରେମଡେସିଭିର କିଣି ପାରିବେ। ନ୍ୟାସନାଲ ଫାର୍ମାସ୍ୟୁଟିକଲ ପ୍ରାଇସିଙ୍ଗ ଏଜେନ୍ସି ଓ ସିଡିଏସସିଓକୁ ଦେଶରେ ରେମଡେସିଭିରର ଉପଲବ୍ଧତା ଉପରେ ଲଗାତାର ନଜର ରଖିବେ ବୋଲି ମନ୍ତ୍ରୀ କହିଛନ୍ତି।

wp:html /wp:html

ଏବେ ଅଧିକ ହେଉଛି ଉତ୍ପାଦନ

ସରକାରଙ୍କ ଅନୁଯାୟୀ, ଏବେ ଦେଶରେ ରେମଡେସିଭିର ଇଞ୍ଜେକ୍ସନ ପ୍ରସ୍ତୁତକାରୀ ପ୍ଲାଣ୍ଟ ସଂଖ୍ୟା ୨୦ରୁ ୬୦କୁ ବୃଦ୍ଧି ଘଟିଛି। ଏବେ ଚାହିଦାଠୁ ଉତ୍ପାଦନ ଅଧିକ ହେଉଛି। ମନ୍ତ୍ରୀ କହିଛନ୍ତି ରେମଡେସିଭିରର ଉତ୍ପାଦନ ଦଶ ଗୁଣ ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀଙ୍କ କୁଶଳ ନେତୃତ୍ଵରେ ୨୦୨୧ ଏପ୍ରିଲ ୧୧ରେ ପ୍ରତି ଦିନ ୩୩ ହଜାର ଇଞ୍ଜେକ୍ସନର ଭାୟଲ ପ୍ରସ୍ତୁତ ହେଉଥିଲା। କିନ୍ତୁ ଏବେ ପ୍ରତିଦିନ ଏହାର ଉତ୍ପାଦନ ସାଢେ କ୍ଷ ଲକ୍ଷରେ ପହଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.