Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଏବେ ପରିଜନଙ୍କୁ ହସ୍ତାନ୍ତର କରାଯିବ କରୋନା ସନ୍ଦିଗ୍ଧଙ୍କ ଶବ, କୋଭିଡ୍-୧୯ ରିପୋର୍ଟକୁ ଅପେକ୍ଷା କରିବାକୁ ପଡିବ ନାହିଁ

15/06/2020 at 7:35 PM

ନୂଆଦିଲ୍ଲୀ ୧୫।୦୪: କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ-୧୯ ସନ୍ଦିଗ୍ଧ ମାମଲାରେ ପ୍ରାଣ ହରାଉଥିବା ଲୋକଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ପରିଜନଙ୍କୁ ହସ୍ତାନ୍ତର କରିବା ନିର୍ଦ୍ଧାରିତ ମାର୍ଗଦର୍ଶିକାରେ ଆଶ୍ଵସ୍ତି ଦେଇଛି। ଏବେ ଏମିତି ମାମଲାରେ ଶବ ନେବା ପାଇଁ ପରିଜନଙ୍କୁ  କରୋନା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ।

ମନ୍ତ୍ରଣାଳୟ ରବିବାର ଦିଲ୍ଲୀ ସରକାରଙ୍କୁ ପତ୍ର ଲେଖିଛନ୍ତି ଯେ, କୋଭିଡ୍-୧୯ ସନ୍ଦିଗ୍ଧ ମାମଲାରେ ମୃତ ଶରୀରକୁ ରିପୋର୍ଟକୁ ଅପେକ୍ଷା ନକରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉ। ମାତ୍ର ଶବକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଗାଇଡ୍‌ଲାନ୍‌ ଅନୁଯାୟୀ ହସ୍ତାନ୍ତର କରାଯାଉ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଟ୍ଵିଟ୍‌ ଜରିଆରେ ଏହି ବିଷୟରେ ଲୋକଙ୍କୁ ସୂଚିତ କରିଛନ୍ତି।

୬ ଦିନରେ କୋଭିଡ୍-୧୯ର ୧୦ ହଜାରରୁ ଅଧିକ କେସ୍

ଦିଲ୍ଲୀରେ ଗତ ଛଅ ଦିନରେ କରୋନା ଭାଇରସ୍‌ର ୧୦ ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପିଛି। ଏହି ଦୃଷ୍ଟିରୁ ପ୍ରତିଦିନ ହାରାହାରି ୧୬୦୦ରୁ ଅଧିକ ନୂତନ ମାମଲା ସାମ୍ନାକୁ ଆସୁଛି।

ସଂକ୍ରମଣ ମାମଲାରେ ୨୦ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ପହଞ୍ଚିବାରେ ଆଠ ଦିନ ସମୟ ଲାଗିଥିବା ବେଳେ ୧୦ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ପହଞ୍ଚିବାରେ ୧୩ ଦିନ ଲାଗିଥିଲା। ଜୁନ ୯ରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରରେ ଥିବା ବେଳେ ଜୁନ ୧୪ ବେଳକୁ ମୋଟ୍ ସଂକ୍ରମିତ ସଂଖ୍ୟା ୪୦ ହଜାରରୁ ଅଧିକ ରହିଛି।

ରବିବାର ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୨୨୨୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୨୭ରେ ପହଞ୍ଚିଛି। ଦିଲ୍ଲୀ ସରକାର କହିଛନ୍ତି, ଜୁଲାଇ ମାସ ଶେଷ ସୁଦ୍ଧା ସଂକ୍ରମିତ ସଂଖ୍ୟା ୫.୫ଲକ୍ଷ ହୋଇପାରେ।

   Related Posts