Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଏବେ କ୍ଷତିଗ୍ରସ୍ତ ଜମାକାରୀ ଅନଲାଇନ୍‌ରେ କରି ପାରିବେ ଆବେଦନ , ଉନ୍ମୋଚନ ହେଲା ଓ୍ଵେବସାଇଟ୍‌

4/06/2021 at 10:09 PM

ଭୁବନେଶ୍ଵର ୦୪।୦୬: ବିଭିନ୍ନ ଚିଟ୍ ଫଣ୍ଡ ସଂସ୍ଥାରେ ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ ଚିହ୍ନଟ ଏବଂ ସେମାନଙ୍କର ଜମା ରାଶିର ପରିମାଣ ନିରୂପଣ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ଓ୍ଵେବ୍‌ସାଇଟ୍‌ର ଉନ୍ମୋଚନ କରିଛନ୍ତି। ଏହି ଓ୍ଵେବସାଇଟ୍‌ ଜରିଆରେ କ୍ଷତିଗ୍ରସ୍ତ ଜମାକାରୀଙ୍କଠୁ  ଅନଲାଇନ୍ ଦାବି ଦରଖାସ୍ତ ଆହ୍ଵାନ କରାଯିବ। କ୍ଷତିଗ୍ରସ୍ତ ଜମାକାରୀମାନେ ଓଡିଶା ସରକାରଙ୍କ  ଓ୍ଵେବସାଇଟ୍‌ www.opid.odisha.gov.inରେ ଅନଲାଇନ୍ ଆବେଦନ କରି ପାରିବେ।

ପୂର୍ବରୁ ମେସର୍ସ ରୋଜ ଭ୍ୟାଲି ଗ୍ରୁପ ଅଫ କମ୍ପାନୀ ସମୂହର କ୍ଷତିଗ୍ରସ୍ତ ଜମାକାରୀଙ୍କଠୁ ଅଫଲାଇନ୍‌ରେ ଦାବି ଆବେଦନ ଆହ୍ଵାନ କରାଯାଇଥିଲା। ଏହି ସବୁ ଦାବି ଆବେଦନ ପତ୍ର ଗ୍ରହଣ, ତାହାର  ଡିଜିଟାଇଜେସନ, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ଏବଂ କ୍ଷେତ୍ରୀୟ ତଦନ୍ତର ରିପୋର୍ଟ ଡିଜିଟାଇଜେସନ ଆଦିକାର୍ଯ୍ୟ ସମୟ ସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା। ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ସହଜ ଏବଂ ସରଳ ଓ୍ଵେବସାଇଟ୍‌ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓସିଏସି) ଜରିଆରେ ଡିଜାଇନ କରିଛନ୍ତି। ଏହି ନୂତନ ଓ୍ଵେବସାଟଇ୍‌କୁ ଶୁକ୍ରବାର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି।

ବର୍ତ୍ତମାନ ଏହି ଓ୍ଵେବସାଇଟ୍‌ ପ୍ରଚଳନ ପରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଆଉ ଦରଖାସ୍ତ ଦେବାପ ପାଇଁ ତହସିଲ ଅଫିସ୍ ଯିବାକୁ ପଡିବ ନାହିଁ। ଏଣିକି ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ସେବା କେନ୍ଦ୍ରର ସହାୟତା ନେଇ ଅନଲାଇନରେ ସେମାନଙ୍କ ଦାବି ଦରଖାସ୍ତ ଦାଖଲ କରି ପାରିବେ। ନିକଟସ୍ଥ ମୋ ସେବା କେନ୍ଦ୍ରର ଠିକଣା ରାଜ୍ୟ ସରକାରଙ୍କ www.odishaone.gov.inରେ ଉପଲବ୍ଧ।

   Related Posts