Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ବର୍ତ୍ତମାନ ରୋହିତ ଶର୍ମାଙ୍କୁ ଅଧିନାୟକ ଓ ଧୋନୀଙ୍କୁ କୋଚ୍ କରିବାର ବେଳ, ବିରାଟ-ଶାସ୍ତ୍ରୀଙ୍କ ସମୟ ସରି ଯାଇଛି !

29/11/2020 at 11:07 PM

ନୂଆଦିଲ୍ଲୀ ୨୯।୧୧: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଦିନିକିଆ ସିରିଜ୍‌ ହାତଛଡା କରିଛି। ରବିବାର ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଦଳ ଘରୋଇ ଅଷ୍ଟ୍ରେଲିଆଠୁ ୫୧ ରନରେ ପରାଜିତ ହେବା ସହ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ପରାଜୟ ଭୋଗିଛି। ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ସବୁ ଥର ପରି ଏଥର ବି ସାମାଜିକ ଗଣମାଧ୍ୟମରେ ଅଧିନାୟକ ଓ ଦଳର ମୁଖ୍ୟ ପ୍ରଶିକ୍ଷକ ଟାର୍ଗେଟ୍‌ରେ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ବିରାଟ କୋହଲିଙ୍କୁ ଅଧିନାୟକ ଓ ରବି ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ହଟାଇବାକୁ ଦାବି କରିଛନ୍ତି। କିନ୍ତୁ ସବୁଠୁ ବଡ କଥା ପ୍ରଶଂସକ ଦଳର ନେତୃତ୍ଵ ଦାୟିତ୍ଵ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେବା କଥା କହିଛନ୍ତି।

ସିଡନୀରେ ଦ୍ଵିତୀୟ ଦିନିକିଆ ପରାଜୟ ପରେ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ରଣନୀତିକୁ ସମାଲୋଚନା କରିଛନ୍ତି। ଉଭୟଙ୍କୁ ତୁରନ୍ତ ପଦରୁ ହଟାଇବାକୁ ଦାବି କରିଛନ୍ତି। ଏହା ପରେ ରୋହିତ ଶର୍ମା ଓ ଏମଏସ ଧୋନୀ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ ହେବାରେ ଲାଗିଛନ୍ତି। ଏଥିରେ ପ୍ରଶଂସକ ଲେଖିଛନ୍ତି, ଏବେ ରୋହିତ ଶର୍ମାଙ୍କୁ ଅଧିନାୟକ କରିବାର ସମୟ ଆସି ଯାଇଛି। ଏଥିସହ ଏମଏସ ଧୋନୀଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ କରିବା ଉଚିତ୍ ବୋଲି ପ୍ରଶଂସକ କହିଛନ୍ତି। ନଚେତ୍ ଟିମ୍ ଇଣ୍ଡିଆର ସ୍ଥିତି ଆହୁରି ଖରାପ ହେବ ବୋଲି ପ୍ରଶଂସ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଦିନିକିଆ ଶୃଙ୍ଖଳାରେ ରୋହିତ ଶର୍ମା ଓ ଧୋନୀଙ୍କୁ ପ୍ରଶଂସକ ଖୁବ୍ ମନେ ପକାଉଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଦିନିକିଆ ଶୃଙ୍ଖଳା ଜିତିଥିଲା ଏବଂ ଯାହାର ହିରୋ ମହେନ୍ଦ୍ର ସିଂହ ଧୋନୀ ଥିଲେ। ଅନ୍ୟପଟେ ରୋହିତ ଶର୍ମା ଗତ ଅନେକ ସମୟ ଧରି ଭଲ ଫର୍ମରେ ଅଛନ୍ତି। କିନ୍ତୁ ଦିନିକିଆ ଓ ଟି-୨୦ ସିରିଜ୍‌ରୁ ସେ ଦଳ ବାହାରେ ଅଛନ୍ତି। କୁହାଯାଉଛି ସେ ଫିଟ୍ ନାହାନ୍ତି, କିନ୍ତୁ ଦଳରୁ ବାହାରେ ରଖାଯିବା ନେଇ ଅନ୍ୟ କିଛି କାରଣ ଥିବା କୁହାଯାଉଛି।

   Related Posts