ଅନଲାଇନ୍ ବଜାରରେ ଏବେ ଟାଟା ଓ ରିଲାଏନ୍ସର 'ସୁପର ଆପ୍'ର ପ୍ରସ୍ତୁତି, ଫିକା ପଡିବେ ଆମାଜନ-ଫ୍ଲିପକାର୍ଟ !

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧।୦୧: ଭାରତରେ ଅନଲାଇନ୍ ଗ୍ରୋସରୀର ସବୁଠୁ ବଡ କମ୍ପାନୀ ବିଗ୍ ବାସ୍କେଟ୍ ଟାଟା ଗ୍ରୁପର ସବୁଠୁ ବଡ ଭାଗିଦାରୀ ହେବାକୁ ଯାଉଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ ବିଗ୍ ବାସ୍କେଟ୍‌ରେ ୧.୨ ବିଲିୟନ ଡଲାରର ନିବେଶ କରିବ। ଏହା ବ୍ୟତୀତ ଅନଲାଇନ୍ ଫାର୍ମାସୀ କମ୍ପାନୀ ୧ଏମଜିରେ ମଧ୍ୟ ଟାଟା ଗ୍ରୁପ ନିଜର ଭାଗିଦାରୀ ବୃଦ୍ଧି କରିବ।

ଅନ୍ୟପଟେ ରିଲାଏନ୍ସ ଆଗାମୀ ଛଅ ମାସରେ ଇ କର୍ମସ ଆପ୍ ଜିଓ ମାର୍ଟକୁ ହ୍ଵାଟ୍ସଆପ୍‌ ସହ ଯୋଡିବାକୁ ଯୋଜନା କରିଛି। ମିଣ୍ଟ ରିପୋର୍ଟ ଅନୁଯାୟୀ ଏଥିରେ ୪୦ କୋଟି ହ୍ଵାଟ୍ସ ଆପ୍ ୟୁଜର୍ସ ହ୍ଵାଟ୍ସଆପ୍‌ରେ ମଧ୍ୟ ସାମାନ କିଣି ପାରିବେ।

ଏହି ଦୁଇଟି ଖବରରୁ ସ୍ପଷ୍ଟ ଯେ ଲୁଣଠୁ ନେଇ ସୋଫ୍ଟଓୟାର ପର୍ଯ୍ୟନ୍ତ ନିର୍ମାଣ କରୁଥିବା ୧୫୦ ବର୍ଷର ପୁରୁଣା ଟାଟା  ଗ୍ରୁପ ଓ ତୈଳରୁ ଟେଲିକମ୍ ସେକ୍ଟର ପର୍ଯ୍ୟନ୍ତ ବ୍ୟାପ୍ତ ୫୦ ବର୍ଷ ପୁରୁଣା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଇ-କମର୍ସ ବ୍ୟବସାୟରେ ପାଦ ଦେବାକୁ ପ୍ରସ୍ତୁତ। ଦେଶରେ ଇ-କମର୍ସ କ୍ଷେତ୍ରରେ ନିଜର କତୃତ୍ଵ ଜାହିର କରିବାକୁ ଅଣ୍ଟା ଭିଡୁଛନ୍ତି ଏହି ଦୁଇ କମ୍ପାନୀ।

{"id":396153,"sizeSlug":"large","linkDestination":"none"}

୨୦୨୦ ଅଗଷ୍ଟରେ ଟାଟା ସନ୍ସ ଓ ଟାଟା ଗ୍ରୁପର ଚେୟାରମ୍ୟାନ ନଟରାଜନ ଚନ୍ଦ୍ରଶେଖରନ ଖୁଲାସା କରିଥିଲେ ଯେ, ସେ ଏକ ସୁପର ଆପ୍‌ ପ୍ରସ୍ତୁତ କରୁଛନ୍ତି। ଏହି ଆପ୍‌ରେ ଖାଦ୍ୟଠୁ ନେଇ ଗ୍ରୋସରୀ, ଫ୍ୟାଶନ, ଲାଇଫ ଷ୍ଟାଇଲ୍, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ଇନ୍ୟୁରାନ୍ସ, ଫାଇନାନସିଆଲ ସର୍ଭିସେସ୍, ଏଜୁକେଶନ, ହେଲ୍‌ଥକେୟାର ଓ ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ ସବୁ କିଛି ଗୋଟିଏ ପ୍ଲାଟ୍‌ଫର୍ମରେ ମିଳିବ।

ଟାଟା ସୁପର ଆପ୍‌କୁ ସବୁଠୁ ବଡ ଚ୍ୟାଲେଞ୍ଜ ରିଲାଏନ୍ସଠୁ ମିଳିପାରେ। କାରଣ ରିଲାଏନ୍ସ ଏହି ଦିଗରେ ମଧ୍ୟ ଅଗ୍ରସର ହେଉଛି। ଟାଟା ଓ ରିଲାଏନ୍ସ ଯଦି ସମସ୍ତ ସର୍ଭିସ୍‌କୁ ଗୋଟିଏ ପ୍ଲାଟଫର୍ମରେ ଆଣନ୍ତି ତେବେ ଭାରତରେ ଅନଲାଇନ୍‌ ରିଟେଲ୍ ମାର୍କେଟ୍‌ରେ ନିଜର ସ୍ଥିତି ମଜବୁତ କରୁଥିବା ଫ୍ଲିପକାର୍ଟ ଓ ଆମାଜନକୁ କଡା ଚ୍ୟାଲେଞ୍ଜ ମିଳିପାରେ।

କେମିତ ପ୍ରଭାବିତ ହେବ ଆମାଜନ୍ ଓ ଫ୍ଲିପକାର୍ଟ ?

{"id":396152,"sizeSlug":"large","linkDestination":"none"}

ଘରୋଇ କମ୍ପାନୀ ହୋଇଥିବାରୁ ଟାଟା ଓ ରିଲାଏନ୍ସକୁ ଫାଇଦା ମିଳିବ। ରାଇଟର୍ସ ଅନୁଯାୟୀ ଭାରତ ସରକାର ଇ-କମର୍ସରେ ବିଦେଶ ନିବେଶ ନିୟମରେ ପରିବର୍ତ୍ତନ କରି ପାରନ୍ତି। ଏଥିରେ ଆମାଜନ, ଫ୍ଲିପକାର୍ଟ ସହିତ ବିଦେଶୀ ଇ-କମର୍ସ କମ୍ପାନୀ ପ୍ରଭାବିତ ହେବେ।

କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଫ୍ଲିପକାର୍ଟ ଓ ଆମାଜନ ପରି କମ୍ପାନୀ ଫେମା ଓ ଏଫଡିଆଇର ଉଲ୍ଲଂଘନ କରୁଥିବା କେନ୍ଦ୍ର ସରକାରଙ୍କଠାରେ ଅଭିଯୋଗ କରିଥିଲା। ସେ ଅଭିଯୋଗ କରିଥିଲେ କମ୍ପାନୀ ବେପରୁଆ ଭାବେ ସରଞ୍ଚନା ନିର୍ମାଣ, ନିବେଶ ଓ ଅନ୍ୟ ପ୍ରକ୍ରିୟାରେ ଦେଶର ଆଇନ୍‌କୁ ଉଲ୍ଲଂଘନ କରୁଛନ୍ତି।

ଭାରତ ବିଦେଶୀ ଇ-କମର୍ସ କମ୍ପାନୀକୁ କେବଳ ମାର୍କେଟ୍ ପ୍ଲେସ୍‌ ଅପରେଟ୍ କରିବାକୁ ଅନୁମତି ଦେଇଥାଏ। ଅର୍ଥାତ ବିଦେଶୀ କମ୍ପାନୀ କେବଳ ଗ୍ରାହକ ଓ ବିକ୍ରେତାଙ୍କୁ ଏକ ପ୍ଲାଟ୍‌ଫର୍ମ ଉପଲବ୍ଧ କରାଇବ। ଏହି ନିୟମ ବିଦେଶୀ କମ୍ପାନୀଗୁଡିକୁ ସାମାନ ରଖିବା ଏବଂ ଏହାକୁ ନିଜ ପ୍ଲାଟଫର୍ମରେ ବିକ୍ରି କରିବାକୁ ଅନୁମତି ଦେଇନଥାଏ। କିନ୍ତୁ ଭାରତୀୟ କମ୍ପାନୀକୁ ଏହି ଧରଣ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ଟାଟା ଓ ରିଲାଏନ୍ସର ଇ-କମର୍ସ ବଜାରକୁ ଆସିଲେ ଆମାଜନ ଓ ଫ୍ଲିପକାର୍ଟ ଗୁରୁତର ପ୍ରଭାବିତ ହୋଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.