Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଦିନେ ବିଚ୍ଛିନ୍ନାଞ୍ଚଳରେ ଗଞ୍ଜେଇ ଚାଷ କରୁଥିବା ଆଦିବାସୀ ଏବେ ନିଜ ଜମିରେ ହଳଦୀ ଫସଲ କରି ସ୍ବାବଲମ୍ବୀ

16/01/2020 at 6:12 PM

ମାଲକାନାଗିରି(ରଞ୍ଜିତ ସାହା) ୧୬।୦୧ – ଗୁରୁପ୍ରିୟା ସେତୁ ବଦଳାଇ ଦେଇଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଚିତ୍ର । ଦିନେ ବିଚ୍ଛିନ୍ନାଞ୍ଚଳରେ ଗଞ୍ଜେଇ ଚାଷ କରୁଥିବା ଆଦିବାସୀ ଏବେ ନିଜ ଜମିରେ ହଳଦୀ ଫସଲ କରି ସ୍ବାବଲମ୍ବୀ ହେ।ଇଛନ୍ତି । ଗଞ୍ଜେଇ ମାଫିଆରୁ ସେମାନେ ପାଲଟି ଯାଇଛନ୍ତି ଜଣେ ଜଣେ ଅନ୍ତର୍ଜାତୀୟ ଆଦର୍ଶ ହଳଦୀ ଚାଷୀ । 

ଦିନେ ଯେଉଁଠି ସବୁଜ ଜହର ଭର୍ତ୍ତି ଥିଲା ଆଜି ସେଇଠି ଫଳିଛି ହଳଦୀ ଫସଲ । ଗଞ୍ଜେଇ ମାଫିଆରୁ ସଫଳ ହଳଦୀ ଚାଷୀ ପାଲଟିଛନ୍ତି ଆଦିବାସୀ ଲେ।କ । ଆମେ କହୁଛୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀଙ୍କ କଥା । ଦୀର୍ଘ ୬ ଦଶନ୍ଧି ଧରି ଜଳ ବନ୍ଦି ଜୀବନ କଟାଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ବରଦାନ ସଦୃଶ ହେ।ଇଛି ଗୁରୁପ୍ରିୟା ସେତୁ । ମାଓବାଦୀଙ୍କ ଭୟରେ ଗଞ୍ଜଇ ଚାଷ କରି ଜୀବୀକି ନିର୍ବାହ କରୁଥିବା ଲେ।କଙ୍କ ଭାଗ୍ୟ ବଦଳାଇଛି ଗୁରୁପ୍ରିୟା ସେତୁ । ସ୍ବାଭିମାନ ଅଞ୍ଚଳ ହେବା ପରେ ଏହି ମାଟିର ମଣିଷ ପାଲଟିଛି ସ୍ବାଭିମାନୀ ହୋଇଛନ୍ତି । ବେଆଇନ ଗଞ୍ଜେଇ ଚାଷକୁ ଛାଡି ଏବେ ନିଜ ଜମିରେ ହଳଦି ଫସଲ କରିଛନ୍ତି । ଯାହା ସେମାନଙ୍କୁ ସମାଜରେ ମୁଣ୍ଡ ଟେକି ବଞ୍ଚିବାର ରାସ୍ତା ଦେଖାଇଛି ।

ବାଲିମେଳା ଜଳ ଭଣ୍ଡାର ଭିତରେ ଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଶୀତଳ ଜଳ ବାୟୁ ପନି ପରିବା ଫସଲ କରିବା ଲାଗି ବେଶ୍ ଅନୁକୁଳ । ହେଲେ ଅଳ୍ପ ଖର୍ଚ୍ଚରେ ଅଧିକା ଲାଭବାନ ହେବା ଆଶାରେ ପୂର୍ବରୁ ଏଠାକାର ବାସିନ୍ଦା ଗଞ୍ଜଇ ଚାଷ କରୁଥିଲେ। ଏମିତି କି ନିଜ ପିଲା ଛୁଆଙ୍କ ଭବିଷ୍ୟତକୁ ଅନ୍ଧକାର ଠେଲି ଦେଉଥିଲେ । ପୋଲିସ ଓ ଅବକାରି ବିଭାଗ ଦ୍ବାରା ଗିରଫ ହୋଇ ଅନେକ ବର୍ତ୍ତମାନ ଜେଲରେ । ହେଲେ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକେ । କେବେଳ ଗଞ୍ଜେଇ ଚାଷ ନୁହେ ନକ୍ସଲ ପନ୍ଥିଙ୍କ ସାଥ ମଧ୍ୟ ଛାଡିଛନ୍ତି ଏମାନେ । ।

ସବୁଜ ବନାନି ଭିତରେ ହସି ଉଠିଥିବା ଆଦିବାସିଙ୍କ ଏହି ସୁନେଲୀ ହଳଦୀ ଏବେ ବିଶ୍ବ ସ୍ତରରେ ମାନ୍ୟତା ହାସଲ କରିବାକୁ ଯାଉଛି । କାରଣ ପ୍ରାକୃତିକ ପରିବେଶରେ ବିନା ଜୈବିକ ପଦାର୍ଥରେ ଅମଳ ହୋଇଥିବା ଏହି ହଳଦୀ ଭିତରେ ଅନେକ ଔଷଧିୟ ଗୁଣ ଖୋଜି ପାଇଛନ୍ତି ବୈଜ୍ଞାନିକ ମାନେ ।

   Related Posts