Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ରାଜ୍ୟକୁ ମିଳିବ ଓବିସି ତାଲିକା କରିବାର ଅଧିକାର, ବିଲ୍‌କୁ ମଞ୍ଜୁରୀ ଦେଲେ ମୋଦୀ କ୍ୟାବିନେଟ୍

5/08/2021 at 6:49 AM

ନୂଆଦିଲ୍ଲୀ ୦୫।୦୮: କେନ୍ଦ୍ରର ମୋଦୀ ସରକାର ଚଳିତ ସପ୍ତାହରେ ଓବିସି ସଂରକ୍ଷଣ ସମ୍ବନ୍ଧିତ ସମ୍ଵିଧାନ ସଂଶୋଧିତ ବିଧେୟକ ସଂସଦରେ ଉପସ୍ଥାପନ କରି ପାରନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହି ବିଧେୟକକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଧେୟକରେ ରାଜ୍ୟଗୁଡିକୁକ ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର ଦିଆଯିବାର ପ୍ରାବଧାନ ରହିଛି। ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ରେ ବୁଧବାର ଏହାକୁ ମଞ୍ଜୁରୀ ମିଳିଛି।

ଏହି  ବିଧେୟକ ଏଥିପାଇଁ ଆଣିବାକୁ ପଡିଛି କାରଣ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ୟ ପଛୁଆ ବର୍ଗର ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟର ଅଧିକାର ଉପରେ ରୋକ୍  ଲଗାଇଥିଲେ। ରାଜ୍ୟ ସରକାର ଓବିସି ତାଲିକା ନିର୍ଦ୍ଧାରଣ ନିଜେ କରୁଥିବା ବେଳେ କେନ୍ଦ୍ରୀୟ ସେବା ପାଇଁ କେନ୍ଦ୍ର ଅଲଗା କରିଥାଏ। ହେଲେ ସୁପ୍ରିମକୋର୍ଟ ମେ ୫ରେ ବହୁମତ ଆଧାରିତ ନିଷ୍ପତ୍ତିର ସମୀକ୍ଷା କରିବା କେନ୍ଦ୍ରର ଆବେଦନ ଖାରଜ କରି ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ, ୧୦୨ମ ସମ୍ବିଧାନ ସଂଶୋଧନ ଚାକିରି ଏବଂ ନିଯୁକ୍ତିରେ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆଙ୍କୁ ସଂରକ୍ଷଣ ଦେବା ରାଜ୍ୟର ଅଧିକାରକୁ ପ୍ରତ୍ୟାହାର କରୁଛି।

   Related Posts