ଅଯୋଧ୍ୟା ମାମଲାରେ ଶୁଣାଣି ଶେଷ ,ରାୟକୁ ଅପେକ୍ଷା, ଗୁଜବ ଯେପରି ନବ୍ୟାପେ ସୋସିଆଲ ମିଡିଆ ଉପରେ ପୋଲିସର ତୀକ୍ଷ୍ଣ ନଜର
6/11/2019 at 10:45 PM

ଲକ୍ଷ୍ମୌ ୦୬।୧୧ – ଅଯୋଧ୍ୟା ମାମଲାରେ ଶୁଣାଣି ଶେଷ ହୋଇଛି, ଏବେ ରାୟକୁ ଅପେକ୍ଷା । ନଭେମ୍ବର ୧୭ ପୂର୍ବରୁ ଫଇସଲା ଆସିବ । ରାୟ ଆସିବା ସମୟ ଯେତିକି ପାଖେଇ ଆସୁଛି, ସାରା ଉତ୍ତରପ୍ରଦେଶରେ ଆଇନ ଶୃଂଖଳା ବ୍ୟବସ୍ଥା ପାଇଁ ସୁରକ୍ଷାବାହିନୀକୁ ଆଲର୍ଟ କରାଯାଇଛି । ଅଧା ଉତ୍ତରପ୍ରଦେଶରେ ପୋଲିସକୁ ଆଲର୍ଟ ରଖାଯାଇଛି ।
ଯୁଦ୍ଧକାଳୀନ ଭିତ୍ତିରେ ପୋଲିସ ଗାଡିକୁ ମରାମତି କରାଯାଉଛି, ପୋଲିସ ଅସ୍ତ୍ରାଗାରକୁ ନୀରିକ୍ଷଣ କରାଯାଉଛି ଏବଂ ଲାଉଡସ୍ପିକର ସିଷ୍ଟମକୁ ପ୍ରସ୍ତୁତ କରାଯାଉଛି । ଗୁଜବ ପ୍ରଚାର ରୋକିବା ସହ ଭିଡକୁ ନିୟନ୍ତ୍ରଣ କରିବାରେ ଏସବୁ ଜରୁରୀ ।
ଅଯୋଧ୍ୟା ରାୟ ସହ ଲୋକଙ୍କ ଭାବନା ଯୋଡି ହୋଇ ରହିଥିବାରୁ ସମ୍ବେଦନଶୀଳ ସ୍ଥାନ ଉପରେ ଖାସ ନଜର କରାଯାଇଛି । ସାଂପ୍ରଦାୟିକତା ଦୃଷ୍ଟିରୁ ସମ୍ବେଦନଶୀଳ ୩୪ଜିଲ୍ଲା ଏସ୍ପିଙ୍କୁ ସତର୍କ ଏବଂ ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଗୁଜବ ଯେପରି ନବ୍ୟାପେ ସେଥିଲାଗି ସୋସିଆଲ ମିଡିଆ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି ।