ଏଟିଏମ ଚୋରି ହୋଇଗଲେ ବିନା ପାସୱାର୍ଡ଼ରେ ମଧ୍ୟ ନିଜ ଏଟିଏମ କାର୍ଡ ବ୍ଲକ କରିପାରିବେ ଗ୍ରାହକ : ଜାଣନ୍ତୁ କେମିତି

Published By : Prameya-News7 Bureau | March 28, 2019 IST

ନୂଆଦିଲ୍ଲୀ ୨୮/୩ : ଏଟିଏମ କାର୍ଡ ଚୋରି କିମ୍ବା ହଜିଯିବା ଘଟଣା ସବୁବେଳେ ସାମ୍ନାକୁ ଆସିଥାଏ | ବେଳେବେଳେ ନିଜର ଭୁଲ ପାଇଁ ମଧ୍ୟ ଏଟିଏମ ହଜି ଯାଇଥାଏ | ଏଭଳି ସ୍ଥିତିରେ ବ୍ୟାଙ୍କ ଏବଂ ଆରବିଆଇ ଦ୍ୱାରା ଏକ ପଦକ୍ଷେପ ଗ୍ରହଣ କରାଯାଇଛି | ଦେଶର ସବୁଠାରୁ ବଡ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ସୁବିଧା ଆରମ୍ଭ କରିଛି | ଏହାଫଳରେ ଗ୍ରାହକ ନାଁ ଏବଂ ପାସୱାର୍ଡ଼ ବ୍ୟବହାର ନକରି ମଧ୍ୟ ନିଜ ଏଟିଏମ କାର୍ଡ ବ୍ଲକ କରିପାରିବେ |


ଯଦି ଆପଣ ମଧ୍ୟ ଷ୍ଟେଟ ବ୍ୟାଙ୍କର ଏଟିଏମ ବ୍ୟବହାର କରୁଛନ୍ତି ତାହେଲେ ଯଦି ଆପଣଙ୍କ ଏଟିଏମ କାର୍ଡ ଚୋରି ହୋଇଯାଏ ତାହେଲେ ଏଟିଏମ ଜରିଆରେ କୌଣସି କାରବାର ହେବା ପୂର୍ବରୁ ଆପଣ ନିଜେ ନିଜ କାର୍ଡକୁ ବ୍ଲକ କରିପାରିବେ | ଏଥିପାଇଁ ଆପଣଙ୍କୁ ନେଟ ବ୍ୟାଙ୍କିଙ୍ଗର ମଧ୍ୟ ଆବଶ୍ୟକ ପଡ଼ିବନାହିଁ | କାର୍ଡ ବ୍ଲକ କରିବାପାଇଁ ଆପଣଙ୍କୁ ଗ୍ରାହକ ସେବା ଅଧିକାରୀଙ୍କୁ ମଧ୍ୟ ଫୋନ କରିବାକୁ ପଡ଼ିବନାହିଁ |

{"id":97689}

ଆପଣ ଏକ ମେସେଜ ଜରିଆରେ ସରଳ ଉପାୟରେ ନିଜ କାର୍ଡ ବ୍ଲକ କରିପାରିବେ | ଏଥିପାଇଁ ଆପଣଙ୍କୁ ନିଜ ରେଜିଷ୍ଟର ମୋବାଇଲ ନମ୍ବରରୁ ଏକ ଫର୍ମାଟରେ ମେସେଜ ଟାଇପ କରିବାକୁ ପଡିବ | ମେସେଜଟି ହେଲା 'BLOCKXXXX’ | XXXX ଏଇଟା ହେଲା ଆପଣଙ୍କ ଏଟିଏମ କାର୍ଡର ଶେଷ ୪ଟି ସଂଖ୍ୟା | ଉଦାହରଣ ସ୍ୱରୂପ ଯଦି ଆପଣଙ୍କ କାର୍ଡ ନମ୍ବର 1234 9012 5678 ହୋଇଥାଏ ତାହେଲେ ‘BLOCK5678’ ଲେଖି 567676 ଏହି ନମ୍ବରକୁ ମେସେଜ ପଠାଇବେ | ମେସେଜ ପଠାଇବା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ କନଫର୍ମେଶନ ମେସେଜ ଆସିବ |

ଏହି କନଫର୍ମେଶନ ମେସେଜରେ ଟିକେଟ ନମ୍ବର, ତାରିଖ ଏବଂ ସମୟ ଲେଖା ଯାଇଥିବା | ଏହାପରେ ଆପଣଙ୍କୁ ବ୍ୟାଙ୍କ ଯାଇ ନୂଆ କାର୍ଡ ଜାରି କରିବା ପାଇଁ ଏକ ଫର୍ମ ଭରିବାକୁ ପଡିବ | ବ୍ୟାଙ୍କ ଆପଣଙ୍କୁ ନିଜ କାର୍ଡରେ ଅନ ଅଫ ସୁବିଧା ମଧ୍ୟ ଯୋଗେଇ ଦେଉଛି | ଏହି ସୁବିଧାକୁ ଆକଟିଭ କିମ୍ବା ଡିଆକ୍ଟିଭ କରିବା ପାଇଁ ଆପଣଙ୍କୁ ଏସଏମଏସ କରିବାକୁ ହେବ | ଆପଣ ପିଓଏସ, ଏଟିଏମ, ଆନ୍ତର୍ଜାତିକ ଏବଂ ଘରୋଇ ବ୍ୟବହାର ପାଇଁ କାର୍ଡକୁ ବନ୍ଦ କରିପାରିବେ ଏବଂ ଚଲାଇ ମଧ୍ୟ ପାରିବେ | ‘SWON/SWOFF ATM/POS/ECOM/INTL/DOM XXXX’ ଟାଇପ କରି 09223966666 ନମ୍ବରକୁ ପଠାଇବାକୁ ହେବ |

{"id":97690}


ଉଦାହରଣ ସ୍ୱରୂପ : ପିଓଏସ ଆକ୍ଟିଭ କରିବା ପାଇଁ SWON POS 1234 ଟାଇପ କରି ଉପରେ ଦିଆଯାଇଥିବା ନମ୍ବରରେ ମେସେଜ ପଠାଇବେ | ଠିକ ସେହିଭଳି ବନ୍ଦ କରିବା ପାଇଁ SWOFF POS 1234 ଟାଇପ କରି ମେସେଜ ପଠାଇବେ | ଏହିଭଳି ଭାବେ ଆପଣ ନିଜ କାର୍ଡ ନିଜେ ବ୍ଲକ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.