ଏବେ ଏଜେଣ୍ଟଙ୍କଠୁ ରେଲଓ୍ବେ ଟିକେଟ କ୍ୟାନସଲ୍ ହେଲେ ଓଟିପି ଜରିଆରେ ମିଳିଯିବ ଟଙ୍କା
31/10/2019 at 4:41 PM

ନୂଆଦିଲ୍ଲୀ ୩୧/୧୦: ଏଜେଣ୍ଟ ଜରିଆରେ ବୁକ୍ କରାଯାଇଥିବା ଟିକେଟ କ୍ୟାନସଲ ହୋଇଗଲେ ରିଫଣ୍ଡ ପାଇବା ପାଇଁ ଏବେ ଯାତ୍ରୀଙ୍କୁ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ। ଆଇଆରସିଟିସି ଏବେ ସିଧା ଯାତ୍ରୀଙ୍କ ନିକଟକୁ ମ୍ୟାସେଜ ପଠାଇବ, ଯାହା ଜରିଆରେ ସେ ରିଫଣ୍ଡ ଫେରି ପାଇବ। ଏହି ସେବା ଆରମ୍ଭ ହୋଇଯାଇଛି। ଭାରତରେ ପ୍ରତିଦିନ ପାଖାପାଖି ୯ଲକ୍ଷ ଟିକଟର ବୁକିଙ୍ଗ ଅନଲାଇନ୍ ହୋଇଥାଏ। ଏଥିରୁ ୨.୭ଲକ୍ଷ ଟିକଟ ୧.୭ଲକ୍ଷ ଏଜେଣ୍ଟଙ୍କ ଜରିଆରେ ବୁକ୍ ହୋଇଥାଏ। ଏଥିରୁ ପାଖାପାଖି ୫୪ହଜାର ଟିକଟ କ୍ୟାନସଲ୍ ହୋଇଥାଏ।
ଟିକେଟ ବୁକ୍ କରିବାବେଳେ ଯାତ୍ରୀଙ୍କୁ ଏଜେଣ୍ଟଙ୍କ ନିକଟରୁ ମୋବାଇଲ୍ ନମ୍ବର ପଞ୍ଜୀକୃତ କରିବାକୁ ପଡ଼ିବ। ଓ୍ବେଟିଙ୍ଗ କନଫର୍ମ ନ ହେବା କିମ୍ବା ଟିକେଟ କ୍ୟାନସଲ୍ ହେଲେ ଯାତ୍ରୀଙ୍କ ପାଖକୁ ଏକ ଓଟିପି ଯିବ। ଏହାର ଅର୍ଥ ହେଉଛି ରିଫଣ୍ଡ ପ୍ରସ୍ତୁତ। ପ୍ୟାସେଞ୍ଜର ଏଜେଣ୍ଟଙ୍କ ପାଖକୁ ଯାଇ ପିଏନଆରରେ ଓଟିପି ଦେଇ ରିଫଣ୍ଡ ପାଇ ପାରିବ।